Categories: ଜାତୀୟ

ଆର୍ଯ୍ୟନଙ୍କ ମାମଲାରେ ୨ ଜଣଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୨୬।୧୦: ମୁମ୍ବାଇର ଡାଗ୍ସ କ୍ରୁଜ ମାମଲାରେ ଗିରଫ ହୋଇଥିବା ୨୦ ଜଣଙ୍କ ମଧ୍ୟରୁ ୨ ଜଣ(ମନୀଷ ରାଜଗାରିଆ ଓ ଅଭିନ ସାହ)ଙ୍କୁ ମଙ୍ଗଳବାର ଏକ ସ୍ପେଶାଲ କୋର୍ଟ ଜାମିନ ଦେଇଛନ୍ତି। ଏହି ମାମଲାରେ ବଲିଉଡ୍‌ ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ମାମଲାର ଶୁଣାଣିକୁ ସ୍ଥଗିତ କରାଯାଇଛି। ଏହାର ଶୁଣାଣି ବୁଧବାର ହେବ।

ମନୀଷ ରାଜଗାରିଆ ହେଉଛନ୍ତି ମାମଲାରେ ଗିରଫ ହୋଇଥିବା ୧୧ ତମ ଅଭିଯୁକ୍ତ। ତାଙ୍କୁ ୨.୪ ଗ୍ରାମର ଗଞ୍ଜେଇ ସହ ଧରା ପଡ଼ିଥିଲେ। ତାଙ୍କୁ ୫୦ ହଜାର ଟଙ୍କାର ମିଳଚାଳିକା ସହ ଛଡ଼ାଯାଇଛି। ତାଙ୍କ ସହ ଧରାପଡ଼ିଥିଲେ ଅଭିନ ସାହୁ। ସେମାନଙ୍କୁ କ୍ରୁଜ ଶିପ୍‌ ଫେରିବା ପରେ ଗିରଫ କରାଯାଇଥିଲା।

ତେବେ ଆର୍ଯ୍ୟନ ଖାନଙ୍କ ଭଳି ଏହି ମାମଲାରେ କୌଣସି ପ୍ରକାର ହ୍ବାଟ୍ସଆପ୍‌ ସାମ୍ନାକୁ ଆସି ନାହିଁି। ତାଙ୍କ ବିରୋଧରେ କୌଣସି ପ୍ରକାର ତଦନ୍ତ ଚାଲୁ ନ ଥିବା ତାଙ୍କ ଓକିଲ ଦର୍ଶାଇ ଥିଲେ।

Share