ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲା: ସଞ୍ଜୟ ସିଂଙ୍କ ନେତୃତ୍ୱରେ ଦିଲ୍ଲୀ ଏନ୍‌ସିବିର ଏସ୍‌ଆଇଟି ଆରମ୍ଭ କଲା ଯାଞ୍ଚ, ୱାନଙ୍ଖଡେ ବି କରିବେ ସାହାଯ୍ୟ

ମୁମ୍ବାଇ,୬ ।୧୧: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର ଦିଲ୍ଲୀ ଟିମ୍‌ରେ ଥିବା ଉପ ମହାନିର୍ଦ୍ଦେଶକ ସଞ୍ଜୟ ସିଙ୍କ ନେତୃତ୍ୱରେ ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲାର ଯାଞ୍ଚ ଆରମ୍ଭ କରିଦେଇଛନ୍ତି । ଏହି ଟିମ୍ ୬ଟି ମାମଲାର ଯାଞ୍ଚ କରିବ । ଯାଞ୍ଚରେ ଏନ୍‌ସିବି ମୁମ୍ବାଇର କ୍ଷେତ୍ରୀୟ ନିର୍ଦ୍ଦେଶକ ସମିର ୱାନଙ୍ଖଡେ ବି ସାହାଯ୍ୟ କରିବେ ।
ସଞ୍ଜୟ ସିଂ ୧୯୯୬ ବ୍ୟାଚର ଆଇପିଏସ୍ ଅଧିକାରୀ । ତାଙ୍କୁ ସେହି ସମସ୍ତ ୬ଟି ମାମାଲାର ଯାଞ୍ଚ କରିବାକୁ ଦିଆଯାଇଛି ଯାହାକୁ ପୂର୍ବରୁ ସମିର ୱାନଙ୍ଖଡେ କରୁଥିଲେ । ସଞ୍ଜୟ ସିଂ କହିଛନ୍ତି ଆମେ ୬ଟି ମାମଲାକୁ ନିଜ ହାତକୁ ନେଇଛୁ ।

Share