Categories: ଜାତୀୟ

ପାସ୍‌ପୋର୍ଟ ଫେରାଇବା ପାଇଁ କୋର୍ଟର ଦ୍ୱାରସ୍ଥ ହେଲେ ଆର୍ଯ୍ୟନ୍‌

ମୁମ୍ବାଇ,୧।୭: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ପୁଣି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ବଲିଉଡ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ। ଏନ୍‌ଡିପିଏସ୍‌ ସ୍ବତନ୍ତ୍ର ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି। ତେବେ କୋର୍ଟରେ ନିଜର ପାସ୍‌ପୋର୍ଟ ଫେରାଇବା ପାଇଁ ଆର୍ଯ୍ୟନ୍‌ ଆବେଦନ କରିଥିବା ଜଣାପଡ଼ିଛି। ଗୁରୁବାର ନିଜ ଓକିଲଙ୍କ ମାଧ୍ୟମରେ ପାସପୋର୍ଟ ଫେରାଇବା ପାଇଁ ଆବେଦନ କରିଥିଲେ। ଡ୍ରଗ୍ସ ମାମଲାରେ ଆର୍ଯ୍ୟନ୍‌ଙ୍କୁ
ଏନ୍‌ସିବିରୁ କ୍ଲିନ ଚିଟ୍‌ ପାଇସାରିଛନ୍ତି। ତେବେ ଏନ୍‌ସିବିର ଚାର୍ଜସିଟ୍‌ରେ ତାଙ୍କ ନାଁ ନାହିଁ। ତେଣୁ ଆର୍ଯ୍ୟନ୍‌ ତାଙ୍କ ପାସପୋର୍ଟ ଫେରାଇବା ପାଇଁ ନିଜ ଆବେଦନରେ କହିଥିଲେ ।

Share