Categories: ଜାତୀୟ

କ୍ୱାରାଣ୍ଟିନ ସେଲରେ ରହିବେ ଆର୍ଯ୍ୟନ

ମୁମ୍ବାଇ,୮ ।୧୦: ଡ୍ରଗ୍ସ ମାମଲାରେ ଫସି ରହିଥିବା ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନଙ୍କ ଅଡୁଆ ବେଳକୁ ବେଳ ବଢିବାରେ ଲାଗିଛି । ଶୁକ୍ରବାର ସେ ପଚରା ଉଚରା ପାଇଁ ହାଜର ହୋଇଥିବା ବେଳେ ଏବେ ତାଙ୍କୁ ଆର୍ଥର ରୋଡ ଜେଲରେ ୩-୫ ଦିନ ରହିବାକୁ ପଡିବ ବୋଲି ଜଣାପଡିଛି । ସେଠାରେ ଆର୍ଯ୍ୟନଙ୍କ ସମେତ ଅନ୍ୟ ଅଭିଯୁକ୍ତମାନେ କ୍ୱାରାଣ୍ଟିନ ସେଲରେ ରହିବେ ବୋଲି କହିଛନ୍ତି ଜେଲ ଅଧିକ୍ଷକ ନୀତୀନ ୱେଚାଲ । ସୂଚନାଯୋଗ୍ୟ, ମୁମ୍ବାଇରୁ ଗୋଆ ଯାଉଥିବା ଏକ ଜାହାଜରେ ଡ୍ରଗ୍ସ ପାର୍ଟି ଚାଲିଥିବାର ଖବର ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ସାଦା ପୋଷାକରେ ଯାଇ ଉକ୍ତ ପାର୍ଟି ଉପରେ ଚଢାଉ କରିଥିଲା । ଆଉ ସେଥିରେ ବଲିଉଡ୍ ତାରକା ଶାହାରୁଖଙ୍କ ପୁଅ ମଧ୍ୟ ସାମିଲ ରହିଥିଲେ ।

Share