୪ ବର୍ଷ ଧରି ଡ୍ରଗ୍ସ୍‌ ନେଉଛନ୍ତି ଆର୍ୟନ…

ମୁମ୍ବାଇ,୪।୧୦: କ୍ରୁଏଜ୍‌ ଡ୍ରଗ୍ସ୍‌ ପାର୍ଟି ମାମଲାରେ ବଲିଉଡ ଅଭିନେତା ଶାହରୁଖ ଖାଁଙ୍କ ପୁଅ ଆର୍ୟନ ଖାଁଙ୍କୁ ପଚରା ଉଚରା ସମୟରେ ନୂଆ କଥା ପଦାକୁ ଆସିଛି। ନାର୍କୋଟିକ୍‌ କଣ୍ଟ୍ରୋଲ ବୋର୍ଡ (ଏନ୍‌ସିବି) ପକ୍ଷରୁ ପଚରା ଉଚରା ସମୟରେ ଆର୍ୟନ ଗତ ୪ ବର୍ଷ ଧରି ଡ୍ରଗ୍ସ୍‌ ନେଉଥିବା ସ୍ବୀକାର କରିଥିବା କୁହାଯାଉଛି। ଏନ୍‌ସିବି ପଚରାଉଚରା ସମୟରେ ଆର୍ୟନ କାନ୍ଦି କାନ୍ଦି ଏଭଳି କହିଛନ୍ତି। ଏନେଇ ଅଧିକ ପଚରାଉଚରା ଜାରି ରହିଛି। ଆର୍ୟନଙ୍କ ଆଇନଗତ ସହାୟତା ପାଇଁ ଆଇଜନୀବୀ ସତୀଶ ମାନସିନ୍ଦେଙ୍କୁ ଶାହାରୁଖ ନିଯୁକ୍ତ କରିଛନ୍ତି।

ଏପରିସ୍ଥଳେ ଶାହାରୁଖଙ୍କୁ ବଲିଉଡ୍‌ ଅଭିନେତ୍ରୀ ତଥା ଫିଲ୍ମ ମେକର ପୂଜା ଭଟ୍ଟ ସମବେଦନା ଜଣାଇବାକୁ ଆଗକୁ ଆସିଛନ୍ତି। ସେ ଟୁଇଟ୍‌ କହିଛନ୍ତି ଚିନ୍ତା କରିବାର ଆବଶ୍ୟକତା ନାହିଁ। ଏହି ସମସ୍ୟା ଏବଂ ସମୟ ମଧ୍ୟ ଅତିକ୍ରାନ୍ତ ହୋଇଯିବ।

Share