ଭାରତରେ ଆର୍ଯ୍ୟ

ବିଭିନ୍ନ କାହାଣୀକୁ ବ୍ୟବହାର କରି ଇଂରେଜମାନେ ଦୀର୍ଘଦିନ ଧରି ଉପନିବେଶବାଦକୁ ଯୁକ୍ତିଯୁକ୍ତ ସାବ୍ୟସ୍ତ କରିଥିଲେ। ୧୮୫୭ ବିଦ୍ରୋହ ପୂର୍ବରୁ ସେମାନେ କହିଥିଲେ ଯେ, ଇଂରେଜମାନେ ମୁସଲମାନ ଶାସକଙ୍କ ଦମନରୁ ହିନ୍ଦୁଧର୍ମକୁ ରକ୍ଷା କରୁଛନ୍ତି। ଏହା ସହ ମିଛ ପ୍ରଚାର କରୁଥିଲେ ଯେ, ଆଫଗାନିସ୍ତାନରେ କମ୍ପାନୀର ସ୍ବାର୍ଥ ପାଇଁ ସେମାନେ ଭାରତୀୟ ସୈନ୍ୟଙ୍କୁ ବ୍ୟବହାର କରୁନାହାନ୍ତି, ବରଂ ହଜାର ବର୍ଷ ପୂର୍ବରୁ ଗଜନୀର ମହମ୍ମଦ ଚୋରି କରି ନେଇଯାଇଥିବା ସୋମନାଥ ମନ୍ଦିରର କବାଟଗୁଡ଼ିକୁ ପାଇବା ଲାଗି ସେମାନଙ୍କୁ କାମରେ ଲଗାଉଛନ୍ତି। ୧୮୫୭ ବିଦ୍ରୋହ ପରେ ସ୍ବାଧୀନତା ସଂଗ୍ରାମ ଓ ଜାତୀୟତାବାଦ ଅଧିକ ଦାନା ବାନ୍ଧିଥିଲା। ସେହି ସମୟରେ ଇଂରେଜମାନେ କହିଥିଲେ, ବ୍ରାହ୍ମଣମାନେ ଜାତି, ସତୀ ଏବଂ ବାଲ୍ୟବିବାହ ଭଳି କୁତ୍ସିତ ପରମ୍ପରାଗୁଡ଼ିକୁ ସମାଜ ଉପରେ ଲଦି ଦେଇଥିବାବେଳେ ସେମାନେ ହିଁ ଭାରତକୁ ସଭ୍ୟତା ଆଣିଛନ୍ତି। ଏଭଳି ପ୍ରଚାର ଯୋଗୁ ବେଙ୍ଗଲୀ ବୁଦ୍ଧିଜୀବୀମାନେ ଇଂଲିଶ୍‌ ଓ ଖ୍ରୀଷ୍ଟିଆନ ଧର୍ମ ଦ୍ୱାରା ପ୍ରଭାବିତ ହୋଇଥିଲେ ଏବଂ ହିନ୍ଦୁପ୍ରଥାକୁ ବିରୋଧ କରିବା ସହ ସମାଲୋଚନା ଆରମ୍ଭ କରିଦେଇଥିଲେ ଏବଂ ସଂସ୍କାର ଅଭିଯାନ ଚଳାଇଥିଲେ। ସଂସ୍କାର ଅଭିଯାନ ରୂଢ଼ିବାଦୀଙ୍କୁ କ୍ରୋଧିତ କରିଥିଲା। ୧୮୯୪ରେ ଚନ୍ଦ୍ରନାଥ ବସୁ ‘ହିନ୍ଦୁତ୍ୱ’ ଶବ୍ଦ ଉଚ୍ଚାରଣ ସହ ଦୃଢ଼ତାର ସହ କହିଥିଲେ ଯେ, ବେଦର ସିଦ୍ଧାନ୍ତ ଓ ବାଣୀ ଅନୁଯାୟୀ ହିନ୍ଦୁମାନେ ଆର୍ଯ୍ୟ ବା ସଭ୍ୟ ଏବଂ ହିନ୍ଦୁଙ୍କ ପରମ୍ପରାଗୁଡ଼ିକରେ କୌଣସି ସଂସ୍କାରର ଆବଶ୍ୟକତା ନାହିଁ।
୧୮୬୦ ଦଶକରେ, ‘ଆର୍ଯ୍ୟ ଜାତି’ ଶବ୍ଦ ୟୁରୋପୀୟ ବୁଦ୍ଧିଜୀବୀଙ୍କ ପରିସରରେ ସୃଷ୍ଟି ହୋଇଥିଲା ଏବଂ ଏହା ମ୍ୟାକ୍ସ ମୁଲର ପାଇଁ ସମ୍ଭବ ହୋଇଥିଲା। ପ୍ରାରମ୍ଭିକ ସ୍ତରରେ ଆର୍ଯ୍ୟ ଶବ୍ଦ କେବଳ ଭାରତ-ଇରାନୀୟଙ୍କ ପାଇଁ ବ୍ୟବହାର ହେଉଥିଲା। ପରେ ଯେତେବେଳେ ଭାଷାବିତ୍‌ମାନେ ଲାଟିନ୍‌ ଓ ସଂସ୍କୃତ ମଧ୍ୟରେ ସମ୍ପର୍କ ଥିବା ଦେଖିଥିଲେ, ସେତେବେଳେ ଆର୍ଯ୍ୟ ଓ ପାଶ୍ଚାତ୍ୟ ମଧ୍ୟରେ ସମ୍ପର୍କ ଅଛି ବୋଲି ସିଦ୍ଧାନ୍ତରେ ପହଞ୍ଚତ୍ଥିଲେ। ଅର୍ଥାତ୍‌ ଭାରତକୁ ଶାସନ କରୁଥିବା ଇଂରେଜମାନେ ଭାରତୀୟଙ୍କ ଦୂର ସମ୍ପର୍କୀୟ। ଏହାକୁ ନେଇ ଭାରତୀୟ ପ୍ରତିଷ୍ଠିତ କୁଳୀନ ବର୍ଗ ଭାବିଥିଲେ ଯେ, ସେମାନଙ୍କ ଶାସକଙ୍କ ସହିତ ସେମାନଙ୍କର ସମ୍ପର୍କ ଅଛି, ଯାହା ପାଇଁ ସେମାନେ ଗର୍ବ ଅନୁଭବ କରିଥିଲେ। କିନ୍ତୁ ଧୀରେ ଧୀରେ ଏହି କାହାଣୀର ରଣନୀତିକ ବାସ୍ତବତା ସାମ୍ନାକୁ ଆସିଲା ଏବଂ ସ୍ବାଧୀନତା ସଂଗ୍ରାମୀମାନେ ଏଥିରେ ଅସନ୍ତୁଷ୍ଟ ଥିଲେ। ଏହାକୁ ଲକ୍ଷ୍ୟ କରି ଭାରତରେ ଇଂରେଜମାନେ ତିଷ୍ଠି ରହିବା ପାଇଁ ଆଉ ଏକ ନୂଆ କାହାଣୀ ରଚିବା ଆରମ୍ଭ କରିଦେଲେ। ସେମାନେ କହିଥିଲେ, ଅନେକ ହଜାର ବର୍ଷ ପୂର୍ବେ ଆର୍ଯ୍ୟମାନେ ପ୍ରଥମେ ବ୍ରାହ୍ମଣ ଭାବେ ଭାରତରେ ପ୍ରବେଶ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଇଂରେଜ ଭାବେ ଏବେ ପ୍ରବେଶ କରିଛନ୍ତି।
ଲୋକମାନ୍ୟ ତିଳକ ବେଦର ବାକ୍ୟ ବ୍ୟବହାର କରି ଆର୍ଯ୍ୟଙ୍କ ମୂଳ ଜନ୍ମ ସ୍ଥାନ ଉତ୍ତର ଗୋଲାର୍ଦ୍ଧ ବୋଲି ଦର୍ଶାଇଥିଲେ। ଭାରତୀୟଙ୍କୁ ଭାରତ ସମ୍ପର୍କିତ କାହାଣୀସବୁ କହୁଥିବା ବିଦେଶୀଙ୍କୁ ଦୟାନନ୍ଦ ସରସ୍ବତୀ ଭଲ ପାଉ ନ ଥିଲେ। ସେ କହିଥିଲେ, ପ୍ରକୃତ ମଣିଷ ତ୍ରିଭିସ୍ତପରୁ ଆସିଥିଲେ, ଯାହା ଏବେ ତିବ୍ବତରେ ଅଛି। ଆର୍ଯ୍ୟ କହିଲେ, ସଭ୍ୟ ମଣିଷଙ୍କୁ ବୁଝାଏ ବୋଲି ସେ ଯୁକ୍ତି ଉପସ୍ଥାପନ କରିଥିଲେ। ସ୍ବାମୀ ବିବେକାନନ୍ଦ ଦୃଢ଼ତାର ସହ କହିଥିଲେ, ବେଦରେ କୌଣସି ବିଦେଶୀ ଦେଶ କଥା ଉଲ୍ଲେଖ ନାହିଁ, ଏହା ବିଂଶ ଶତାବ୍ଦୀର ପ୍ରାରମ୍ଭରେ ହୋଇଛି। ହରପ୍ପା ମଧ୍ୟ ଆବିଷ୍କୃତ ହୋଇ ନ ଥିଲା। ୧୯୨୦ ଦଶନ୍ଧିରେ ହରପ୍ପା ସଭ୍ୟତା ଆବିଷ୍କୃତ ହୋଇଥିଲା। ଏହାର ପତନର କାରଣ ବୁଝାଇବାକୁ ଯାଇ ମର୍ଟିମେର ହ୍ବିଲର ଆର୍ଯ୍ୟାନ ଇନଭାସନ ଥିଓରି (ଏଆଇଟି-ଅର୍ଥାତ୍‌ ଆର୍ଯ୍ୟମାନେ ବାହାରୁ ଭାରତକୁ ଆସିଥିବା ସିଦ୍ଧାନ୍ତ) ସାମ୍ନାକୁ ଆଣିଥିଲେ। ଏଥିରେ କୁହାଯାଇଥିଲା ଯେ, ଆର୍ଯ୍ୟମାନେ ସ୍ଥାନୀୟ ଲୋକଙ୍କୁ କ୍ରୀତଦାସ କରି ରଖୁଥିଲେ ଏବଂ ସେମାନଙ୍କୁ ଶୂଦ୍ର କରିଥିଲେ। ଅର୍ଥାତ୍‌ ସେମାନେ ଆକ୍ରମଣକାରୀ ଥିଲେ। ଏହି ସିଦ୍ଧାନ୍ତ ସ୍ବାଧୀନତା ସଂଗ୍ରାମରେ କମ୍ପନ ସୃଷ୍ଟି କରିଥିଲା। ନୈତିକ ଦୃଷ୍ଟିରୁ କୁଳୀନ ହିନ୍ଦୁମାନେ, ବିଶେଷକରି ମୂଳବାସିନ୍ଦା ବ୍ରାହ୍ମଣଙ୍କ ପ୍ରତି ଆହ୍ବାନ ସୃଷ୍ଟି କରିଥିଲା। ବିଆର୍‌ ଆମ୍ବେଡକର ଏହି ଚିନ୍ତାଧାରାକୁ ଗ୍ରହଣ କରିନେଇଥିଲେ, ଯେଭଳି ନୂଆ କରି ସାମ୍ନାକୁ ଆସିଥିବା ମୁସଲମାନ ଲବି କରିଥିଲା।
ଏହି ସମୟରେ ବୁଦ୍ଧଙ୍କ ବିଷୟରେ ୟୁରୋପୀୟମାନେ ଜାଣିସାରିଥିଲେ ଏବଂ ସେମାନେ ତାଙ୍କୁ ‘ଏସିଆର ଆଲୋକ’ ଭାବେ ଦେଖୁଥିଲେ। ବୌଦ୍ଧଧର୍ମର ‘ସମସ୍ତେ ସମାନ’ ବିଚାରଧାରା ହିନ୍ଦୁଧର୍ମର ଜାତି ବ୍ୟବସ୍ଥାର ବିପରୀତ ମନେହେଉଥିଲା। ପ୍ରାଚ୍ୟର ବିଦ୍ୱାନ୍‌ମାନେ ଏହି ବିପରୀତ ବିଚାରଧାରାକୁ ତୀବ୍ର କରିଥିଲେ। ୟୁରୋପୀୟମାନେ ଯୁକ୍ତି ବାଢ଼ିଥିଲେ ଯେ, ବ୍ରାହ୍ମଣମାନେ ବୌଦ୍ଧଧର୍ମକୁ ଧୀରେ ଧୀରେ ହଟାଇ ଦେଇଛନ୍ତି। ବୌଦ୍ଧଧର୍ମ ହିନ୍ଦୁଧର୍ମକୁ ଦୁର୍ବଳ କରିଦେଉଛି ଏବଂ ଏହାର ଶାନ୍ତିବାଦ ସହ ଅହିଂସା ନୀତି ପାଇଁ ଆମେ ଆମ ମିଲିଟାରି ଶକ୍ତି ହରାଇଛୁ ବୋଲି ସଭର୍‌କର ବିଶ୍ୱାସ କରୁଥିଲେ। ଏହିସବୁ ସିଦ୍ଧାନ୍ତଗୁଡ଼ିକ ରାଜନୈତିକ ଦୃଷ୍ଟିରୁ ଥିଲା ଅତ୍ୟନ୍ତ ପରିବର୍ତ୍ତନଶୀଳ ଏବଂ ଇତିହାସ ଦୃଷ୍ଟିକୋଣରୁ ଭୁଲ୍‌। ତଥାପି ସେହିସବୁ ସିଦ୍ଧାନ୍ତଗୁଡ଼ିକ ଏକବିଂଶ ଶତାବ୍ଦୀରେ ଭାରତୀୟ ସମାଜକୁ ଗଢ଼ିଛି। ଏହି ସମୟରେ ଦଳିତ ସାହିତ୍ୟରେ ବ୍ରାହ୍ମଣଙ୍କ ବିରୋଧରେ ଯୁକ୍ତି ଏବଂ ୧୯୯୦ ଦଶନ୍ଧିରେ ୟୁରୋପୀୟଙ୍କ ଦ୍ୱାରା ଉପସ୍ଥାପିତ ‘ଆଉଟ ଅଫ୍‌ ଇଣ୍ଡିଆନ୍‌ ଥିଓରି’(ଓଆଇଟି), ଅର୍ଥାତ୍‌ ଭାରତୀୟ ଉପମହାଦେଶର ମୂଳବାସିନ୍ଦା ଆର୍ଯ୍ୟଙ୍କୁ ନେଇ ୟୁରୋପୀୟଙ୍କ ସଂଶୟାତ୍ମକ ତଥ୍ୟର ଉତ୍‌ଥାନ ଏବଂ ହିନ୍ଦୁତ୍ୱକୁ କୋଏନରାଡ ଏଲିଷ୍ଟ ଓ ଡାଭିଡ ଫ୍ରାଓ୍ବିଲେଙ୍କ ଭଳି ଆମେରିକୀୟଙ୍କ ସମର୍ଥନ ସାମ୍ନାକୁ ଆସିଥିଲା। ଭାରତ ମାନବ ସଭ୍ୟତାର କେନ୍ଦ୍ର ନୁହେଁ ବୋଲି ଦର୍ଶାଇବା ପାଇଁ ସେମାନେ ଷଡ଼ଯନ୍ତ୍ର କରିଥିଲେ। ଆର୍ଯ୍ୟମାନେ ହରପ୍ପା ସଭ୍ୟତାର ପ୍ରତିଷ୍ଠାତା ଥିଲେ ଏବଂ ସେମାନେ ଭାରତରୁ ୟୁରୋପକୁ ଯାଇଥିଲେ ବୋଲି ସେମାନେ ସ୍ବୀକାର କରୁ ନ ଥିଲେ। ଏବେ ଯେଉଁମାନେ ଏହି ସିଦ୍ଧାନ୍ତକୁ ବିରୋଧ କରୁଛନ୍ତି, ସେମାନେ ଉପହସିତ ଏପରିକି ହିଂସାର ଶିକାର ହେଉଛନ୍ତି।
ନାଜି ଜର୍ମାନୀର ଉତ୍ଥାନରେ ଆର୍ଯ୍ୟଙ୍କ ସହ ୟୁରୋପୀୟଙ୍କ ନିବିଡ଼ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ସମ୍ପ୍ରତି ଆର୍ଯ୍ୟଙ୍କ ଐତିହାସିକ ପୃଷ୍ଠଭୂମି ଉପରେ ଗବେଷଣା ଚାଲିଛି। ପ୍ରତ୍ନତତ୍ତ୍ୱବିତ୍‌, ଭାଷାବିତ୍‌ ଏବଂ ଆନୁବଂଶିକ ବୈଜ୍ଞାନିକମାନେ ଏବେ ଦୃଢ଼ ନିଶ୍ଚିତ ଯେ, ଆର୍ଯ୍ୟମାନେ ଭାରତକୁ ଇରାନ ବାଟ ଦେଇ ପାଖାପାଖି ଖ୍ରୀଷ୍ଟପୂର୍ବ ୧୫୦୦ରେ ଆସିଥିଲେ। ସେତେବେଳେ ଜଳବାୟୁ ପରିବର୍ତ୍ତନ ଯୋଗୁ ହରପ୍ପା ସଭ୍ୟତା ପତନ ପରେ ଏବଂ ଖ୍ରୀଷ୍ଟପୂର୍ବ ୧୮୦୦ରେ ରଥ ଆବିଷ୍କାର ହେବା ପରେ ସେମାନେ ଆସିଥିଲେ। ଯେଉଁ ଅଞ୍ଚଳରୁ ସେମାନେ ଆସିଥିଲେ, ତାହାକୁ ଏବେ କାଜାକସ୍ତାନ କୁହାଯାଉଛି। ଏହା ଏକ ଆକ୍ରମଣ ନ ଥିଲା, ବରଂ ଥିଲା ପ୍ରାୟ ପୁରୁଷମାନଙ୍କର ଏକ ପ୍ରବାସନ ବା ସ୍ଥାନାନ୍ତର, ଯାହା ଅନେକ ଶତାବ୍ଦୀ ଧରି ଜାରି ରହିଥିଲା। ପ୍ରବାସନ ସମୟରେ ଆଫଗାନିସ୍ତାନ ନିକଟରେ ସେମାନେ ଏକ ପ୍ରକାର ଉତ୍ତେଜନାବର୍ଦ୍ଧକ ଔଷଧୀୟ ଗଛ ଇଫେଡ୍ରା (ସୋମ) ଦେଖିଥିଲେ। ଏହା ମଧ୍ୟ ସେମାନଙ୍କ ସଙ୍ଗୀତର ଏକ ଅଂଶ ଥିଲା। କିନ୍ତୁ ସେମାନେ ଗଙ୍ଗା ନିକଟରେ ପହଞ୍ଚତ୍ଲା ବେଳକୁ ଏହାର ବିକଳ୍ପ ପାଇଯାଇଥିଲେ। ଘୋଡ଼ା, ରଥ ତିଆରି କୌଶଳ, ଏକ ଦକ୍ଷ ସେନା ଏବଂ ଏକ ଯାଯାବର ଜୀବନଶୈଳୀ ସହ ଆର୍ଯ୍ୟମାନେ ଭାରତକୁ ଏକ ଭାଷା ମଧ୍ୟ ଆଣିଥିଲେ। ଗାଙ୍ଗେୟ ସମତଳ ଅଞ୍ଚଳରେ ଏହି ଭାଷାର କ୍ରମବିକାଶ ଘଟିଥିଲା, ଯାହାକୁ ଏବେ କୁହାଯାଉଛି ବୈଦିକ ସଂସ୍କୃତ। ଧର୍ମ ଶବ୍ଦର ମୂଳ ଅକ୍ଷର ‘ଧ’। ଏହା ପୂର୍ବରୁ ଦକ୍ଷିଣ ଏସିଆ ବାହାରେ ଥିବା କୌଣସି ଆର୍ଯ୍ୟ ଭାଷା (ଇଣ୍ଡୋ ୟୁରୋପୀୟ)ରେ ଦେଖିବାକୁ ମିଳେ ନାହିଁ। ଏହି ବୈଦିକ ଭାଷା ଏବଂ ଏହା ସହ ଜଡ଼ିତ ପୁରୋହିତ ସଂସ୍କୃତି ଅନେକ ହଜାର ବର୍ଷ ଧରି ଖ୍ରୀଷ୍ଟପୂର୍ବ ୧୫୦୦ରୁ ଖ୍ରୀଷ୍ଟପୂର୍ବ ୫୦୦ ମଧ୍ୟରେ ସମଗ୍ର ଉପମହାଦେଶରେ ପ୍ରସାର ଲାଭ କରିଛି। ଏହି ଭାଷା ତାମିଲ ସାହିତ୍ୟର ସୁବର୍ଣ୍ଣଯୁଗ କୁହାଯାଉଥିବା ସଙ୍ଗମ ସମୟରେ ତାମିଲ କବିଙ୍କର ଅତି ପ୍ରିୟ ଥିଲା।

ଦେବଦତ୍ତ ପଟ୍ଟନାୟକ
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri