ଅରବିନ୍ଦ ତ୍ରିବେଦୀଙ୍କର ପରଲୋକ, ରାମାୟଣରେ ରାବଣ ଭୂମିକାରେ କରିଥିଲେ ଅଭିନୟ…

ନୂଆଦିଲ୍ଲୀ,୬।୧୦: ରାମାୟଣରେ ରାବଣ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତି ହାସଲ କରିଥିବା ଅରବିନ୍ଦ ତ୍ରିବେଦୀଙ୍କର ହୃଦ୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ତାଙ୍କ ମୃତ୍ୟୁ ସମ୍ପର୍କରେ ପୁତୁରା କୌସ୍ତୁଭ ତ୍ରିବେଦୀ ସୂଚନା ଦେଇଛନ୍ତି। ମଙ୍ଗଳବାର ରାତ୍ର ୯ଟା ୩୦ରେ ମୁମ୍ବାଇ ସ୍ଥିତ କାଣ୍ଡିଭାଲିସ୍ଥିତ ବାସଭବନରେ ଅରବିନ୍ଦ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଅରବିନ୍ଦଙ୍କ ମୃତ୍ୟୁରେ ବହୁମାନ୍ୟଗଣ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ରାମାୟଣରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲାହରି ଶୋକବ୍ୟକ୍ତ କରିଛନ୍ତି।

Share