Categories: ଜାତୀୟ

ଷ୍ଟାଲିନ, ହେମନ୍ତ ସୋରେନଙ୍କୁ ଭେଟିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୩୧।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଆଜିକାଲି କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ବିରୋଧୀ ଦଳଙ୍କୁ ଭେଟି ସମର୍ଥନ ହାସଲ କରିବାରେ ବ୍ୟସ୍ତ ଅଛନ୍ତି। ଏହି କ୍ରମରେ କେଜ୍‌ରିଓ୍ବାଲ ଜୁନ୍‌ ୧ରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ ଏବଂ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ଜୁନ ୨ରେ ହେମନ୍ତ ଭେଟିବେ ବୋଲି ସୂଚନା ମିଳିଛି।

ନିକଟରେ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଶିବସେନା (ୟୁବିଟି)ନେତା ଉଦ୍ଧବ ଠାକରେ, ଏନସିପି ନେତା ଶରଦ ପାୱାର ଏବଂ ସିପିଏମ ନେତା ସୀତାରାମ ୟେଚୁରୀଙ୍କୁ ମଧ୍ୟ ଭେଟ ସହାୟତା ଲୋଡିଛନ୍ତି।

Share