Categories: ଜାତୀୟ

୨୦୨୫ ସୁଦ୍ଧା ସଫା ହୋଇଯିବ ଯମୁନା: କେଜରିୱାଲ

ନୂଆଦିଲ୍ଲୀ,୧୮ ।୧୧: ଯାହା ମଇଳା ହେବାକୁ ୭୦ ବର୍ଷ ଲାଗିଛି ତାହା ୨ ବର୍ଷରେ ସଫା ହେବନାହିଁ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଯମୁନାର ମଇଳାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି କେଜରିୱାଲ । ତେବେ ୨୦୨୫ ସୁଦ୍ଧା ଯମୁନାକ୍‌ୁ ସଫା କରି ଦିଆଯିବ ବୋଲି କେଜରିୱାଲ କହିଛନ୍ତି । ଯମୁନାକୁ ସଫା କରିବାକୁ ଓଖଲା, ରିଠାଲା ସମେତ କିଛି ସ୍ଥାନରେ ନୂଆ ସିୱର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବା କଥା ସେ କହିଛନ୍ତି । ଦିଲ୍ଲୀ ନିର୍ବାଚନରେ ମୁଁ ଜନତାଙ୍କୁ ପ୍ରତିଶ୍ରୁତି ଦେଇଥିଲି କି ଆଗାମୀ ନିର୍ବାଚନ ମଧ୍ୟରେ ଯମୁନା ସଫା ହୋଇଯିବ । ସେଥିପାଇଁ ଆମେ ଯୁଦ୍ଧକାଳିନ ଭିତ୍ତିରେ କାମ କରୁଛୁ । ଏହା ଉପରେ ଆମର ୬ଟି ଆକ୍ସନ ପଏଣ୍ଟ ରହିଛି । ଆଉ ଏହାକୁ ମୁଁ ବ୍ୟକ୍ତିଗତ ଭାବେ ମନିଟରିଂ କରୁଛି । ଏଥିରେ ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ କରାଯାଉଛି, ପୂର୍ବରୁ ଥିବା ପୁରୁଣା ପ୍ଲାଣ୍ଟର କ୍ଷମତା ବୃଦ୍ଧି କରାଯାଉଛି । ପୁରୁଣା ଟ୍ରିଟମେଣ୍ଟ ପ୍ଲାଣ୍ଟର ଟେକନିକରେ ପରିବର୍ତ୍ତନ କରାଯାଉଛି ଇତ୍ୟାଦି । ତେଣୁ ଯୁଦ୍ଧକାଳିନ ଭିତ୍ତିରେ କାମ କରି ୨୦୨୫ ସୁଦ୍ଧା ଯମୁନାକୁ ପରିଷ୍କାର କରିବାକୁ ଲକ୍ଷ୍ୟ ରଖାଯାଇଥିବା ଏକ ଖବରଦାତା ସମ୍ମିଳନିରେ ପ୍ରକାଶ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ସୂଚନାଯୋଗ୍ୟ, ରାଜଧାନୀରେ ବଢି ଚାଲିଥିବା ପ୍ରଦୂଷଣ ଗୋଟିଏ ପଟେ ଲୋକଙ୍କ ଚିନ୍ତାର କାରଣ ପାଲଟିଥିବା ବେଳେ ଏପଟେ ଅପରିଷ୍କାର ଯମୁନା ନଦୀ ବି ଲୋକମାନଙ୍କ ପାଇଁ ରୋଗର କାରଣ ପାଲଟିଛି । ତେଣୁ ଉଭୟକୁ ସରକାର ଗୁରୁତ୍ୱ ଦେବା ଦରକାର ବୋଲି କୁହାଯାଉଛି ।

Share