Categories: ଜାତୀୟ

ବିଜୟ ସିଂଘଲ ଗିରଫ: କେଜରିୱାଲ କହିଲେ ମାନ୍‌ଙ୍କ ଉପରେ ଆମେ ଗର୍ବ କରୁ

ନୂଆଦିଲ୍ଲୀ,୨୪ ।୫: ପଞ୍ଜାବର ସ୍ୱାସ୍ଥ୍ୟମନ୍ତ୍ରି ବିଜୟ ସିଂଘଲଙ୍କୁ ଦୁର୍ନୀତି ମାମଲାରେ ପଦରୁ ବରଖାସ୍ତ କରାଯିବା ପରେ ଗିରଫ କରାଯାଇଛି । ଏହାକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କହିଛନ୍ତି ତାଙ୍କ ସରକାର କେବେ ଦୁର୍ନୀତିକୁ ବରଦାସ୍ତ କରିବ ନାହିଁ ।
ମାନ୍‌ଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିୱାଲ କହିଛନ୍ତି, ଆମର ମୁଣ୍ଡ କଟିଯିବ ପଛେ ହେଲ ଆମେ ଭ୍ରଷ୍ଟାଚାର ବା ଦୁର୍ନୀତିକୁ ବରଦାସ୍ତ କରିବୁ ନାହିଁ । ଭଗୱନ୍ତ ମାନ ତୁମ ଉପରେ ଆମେ ଗର୍ବ କରୁ । ଦୁର୍ନୀତି କରିବା ଅର୍ଥ ଦେଶକୁ ଧୋକା ଦେବା । ତେବେ ଏଏପି ଯାହା କରିଛି ସେଥିପାଇଁ ସାହସ ଦରକାର । ଏଏପି ଏବେ ପ୍ରମାଣ କରିଛି ଯେ ଦୁର୍ନୀତି ବିନା ଦଳ ଚାଲିପାରେ ।

Share