ବିମାନସେବା ବନ୍ଦ କରି ଦେଇଥିଲେ ହୁଏତ ଦେଶରେ ପ୍ରବେଶ କରିପାରି ନ ଥାଆନ୍ତା ଓମିକ୍ରନ୍‌: କେଜରିୱାଲ

ନୂଆଦିଲ୍ଲୀ,୪ ।୧୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ମୁଖ୍ୟ ଅରବିନ୍ଦ କେଜରିୱାଲ ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ମାଧ୍ୟମରେ କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ସରକାର ଯଦି ଉଚିତ ସମୟରେ ଉଚିତ ପଦକ୍ଷେପ ନେଇ ଥାଆନ୍ତେ ତେବେ ଦେଶରେ ହୁଏତ କରୋନା ମହାମାରୀର ନୂଆ ଭାରିଏଣ୍ଟ ପ୍ରବେଶ କରିପାରି ନ ଥାଆନ୍ତା । ତାଙ୍କର କହିବାର ଉଦ୍ଦଶ୍ୟ ହେଲା ଓମିକ୍ରନ ବର୍ତ୍ତମାନ ପରିସ୍ଥିତିରେ ଯେଉଁଭଳି ଭାବେ କାୟା ବିସ୍ତାର କରୁଛି ଦେଶକୁ ବିମାନ ସେବା ବନ୍ଦ କରି ଦେଇଥିଲେ ହଏତ ଏହି ମାରାତ୍ମକ ଭାରିଏଣ୍ଟ ଦେଶ ମଧ୍ୟକୁ ପ୍ରବେଶ କରିପାରି ନ ଥାଆନ୍ତା । ଏକ ସାକ୍ଷାତ୍‌କାରରେ ସେ ଦେଶରେ ପ୍ରବେଶ କରି ସାରିଥିବା ଓମିକ୍ରନ୍ ଭାରିଏଣ୍ଟକୁ ନେଇ କଥା ହେବା ସମୟରେ ପଞ୍ଜାର ରାଜ୍ୟ ରାଜନୀତିକୁ ନେଇ ର୍ଚ୍ଚା ବି କରିଥିଲେ ।

Share