Categories: ଜାତୀୟ

ହସ୍ପିଟାଲରେ ସତ୍ୟେନ୍ଦ୍ରଙ୍କୁ ଭେଟିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୮।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ରବିବାର ଦଳର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ହସ୍ପିଟାଲରେ ଭେଟିଛନ୍ତି। କେଜ୍‌ରିଓ୍ବାଲ ଏନେଇ ଟୁଇଟର ଆକାଉଣ୍ଟରେ ସାକ୍ଷାତ ସମୟର କିଛି ଫଟୋ ଶେୟାର କରିଛନ୍ତି। ଯେଉଁଥିରେ କେଜ୍‌ରିଓ୍ବାଲ ସତ୍ୟେନ୍ଦ୍ରଙ୍କୁ ଆଲିଙ୍ଗନ କରିବା ସହ ହାତ ମିଳାଉଥିବାର ନଜର ଆସିଛନ୍ତି।

ପ୍ରାୟ ୧ ବର୍ଷ ପରେ ସତ୍ୟେନ୍ଦ୍ର ଏବଂ କେଜ୍‌ରିଓ୍ବାଲଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଆମ ଆଦମୀ ପାର୍ଟି (ଏଏପି) ନେତା ତଥା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗୁରୁବାର ବାଇରୁମ୍‌ରେ ପଡ଼ିଯିବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗତ ବର୍ଷ ମେ’ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଟଙ୍କା ହେରଫେର ମାମଲାରେ ଗିରଫ ହେବା ପରେ ଜୈନଙ୍କୁ ତିହାର ଜେଲରେ ରଖାଯାଇଥିଲା।

Share