Categories: ଜାତୀୟ

କେସିଆରଙ୍କୁ ଭେଟିଲେ କେଜ୍‌ରିଓ୍ବାଲ, କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ମାଗିଲେ ସମର୍ଥନ

ହାଇଦ୍ରାବାଦ,୨୭।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଭେଟିଛନ୍ତି। କେଜ୍‌ରିଓ୍ବାଲଙ୍କ ସହ ଆମ ଆଦମୀ ନେତୃତ୍ୱାଧୀନ ଦଳର ପଞ୍ଜାବ ସରକାର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏବଂ ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଅତିଶୀ ଉପସ୍ଥିତ ଥିଲେ। ସ୍ଥାନାନ୍ତର-ପୋଷ୍ଟିଂକୁ ନେଇ କେନ୍ଦ୍ର ଆଣିଥିବା ଅଧ୍ୟାଦେଶ ବିରୋଧରେ ବିଆରଏସର ସମର୍ଥନ ଲୋଡିଛନ୍ତି। ଆମ ଆଦମୀ ପାର୍ଟି (ଏଏପି)ର ଜାତୀୟ ସଂଯୋଜକ କେଜ୍‌ରିଓ୍ବାଲ ଅଧ୍ୟାଦେଶ ବିରୋଧରେ ସମର୍ଥନ ହାସଲ କରିବାକୁ ଅଣ-ଭାଜପା ଶାସକ ଦଳର ନେତାଙ୍କ ନିକଟରେ ପହଞ୍ଚୁଛନ୍ତି।

ଏହି ସପ୍ତାହ ପୂର୍ବରୁ, କେଜ୍‌ରିଓ୍ବାଲ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାରଙ୍କୁ ଭେଟି ଏହି ପ୍ରସଙ୍ଗରେ ସହାୟତା ଲୋଡିଥିଲେ। ଏହି ପ୍ରସଙ୍ଗରେ କେଜ୍‌ରିୱାଲ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ମଧ୍ୟ ସହାୟତା ଲୋଡିଛନ୍ତି।

 

Share