Categories: ଜାତୀୟ

ଦିଲ୍ଲୀ ଦଙ୍ଗାରେ ପ୍ରାଣ ହରାଇଥିବା ଆଇବି କର୍ମଚାରୀଙ୍କ ଭାଇଙ୍କୁ ଚାକିରି ଦେଲେ କେଜ୍‌ରିଓ୍ବାଲ୍‌ ସରକାର

ନୂଆଦିଲ୍ଲୀ,୧୭।୩: ଦିଲ୍ଲୀ ଦଙ୍ଗାରେ ପ୍ରାଣ ହରାଇଥିବା ଜଣେ ଗୁଇନ୍ଦା ବିଭାଗ(ଆଇବି) କର୍ମଚାରୀଙ୍କ ଭାଇଙ୍କୁ କେଜ୍‌ରିୱାଲ ସରକାର ସରକାରୀ ଚାକିରି ଦେଇଛନ୍ତି। ଦିଲ୍ଲୀ ହିଂସାରେ ଅଙ୍କିତ ଶର୍ମାଙ୍କୁ ହତ୍ୟା କରାଦିଆଯାଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଗୁରୁବାର ଅଙ୍କିତଙ୍କ ପରିବାରକୁ ସରକାରୀ ଚାକିରି ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଏକ ଟୁଇଟ୍‌ରେ ସେ କହିଛନ୍ତି, ମଣିଷର ଅନୁପସ୍ଥିତିକୁ ତ କେବେ ପୂରଣ କରାଯାଇପାରିବ ନାହିଁ, କିନ୍ତୁ ଏହି ସରକାରୀ ଚାକିରି ଏବଂ ୧ କୋଟି ଟଙ୍କାର ସହାୟତା ପରିବାରକୁ ଶକ୍ତି ଯୋଗାଇବ।
ସୂଚନାଯୋଗ୍ୟ, ଫେବୃୟାରୀ ୨୦୨୦ରେ ଉତ୍ତର ପୂର୍ବ ଦିଲ୍ଲୀରେ ଦଙ୍ଗା ଆରମ୍ଭ ହୋଇଥିଲା। ଏଥିରେ ୫୩ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଶହ ଶହ ଲୋକ ଆହତ ହୋଇଥିଲେ। ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ମୃତଦେହ ଫେବୃୟାରୀ ୨୬ରେ ଚାନ୍ଦ ବାଗ ଅଞ୍ଚଳରେ ଥିବା ତାଙ୍କ ଘର ଡ୍ରେନରୁ ମିଳିଥିଲା।

Share