Categories: ଜାତୀୟ

କେଜ୍‌ରିଓ୍ବାଲଙ୍କୁ ବଡ଼ ଝଟକା

ନୂଆଦିଲ୍ଲୀ,୧୦।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିୱାଲଙ୍କୁ ରୌଜ୍‌ ଏଭେନ୍ୟୁ କୋର୍ଟରୁ ଏକ ବଡ଼ ଝଟକା ଲାଗିଛି। କେଜ୍‌ରିୱାଲଙ୍କ ପକ୍ଷରୁ ଜେଲରେ ଓକିଲମାନଙ୍କୁ ସପ୍ତାହରେ ୫ଥର ଭେଟିବାକୁ ଦାବି କରି ଆବେଦନ କରିଥିବା ପିଟିଶନକୁ କୋର୍ଟ ଖାରଜ କରିଛନ୍ତି।

ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ଦୀର୍ଘ ଦିନର ପଚରାଉଚରା ପରେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କୁ ମାର୍ଚ୍ଚ ୨୧ରେ ଇଡି ଗିରଫ କରିଥିଲା। ଏହା ପରେ କୋର୍ଟ ତାଙ୍କୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଦୁଇଟି ପୃଥକ ହାଜର ହେବା ପାଇଁ ଇଡି ରିମାଣ୍ଡରେ ପଠାଇଥିଲେ। ଏହା ପରେ ଏପ୍ରିଲ ୧ରେ କୋର୍ଟ ତାଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଥିଲେ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ତିହାର ଜେଲରେ ଅଛନ୍ତି।

 

Share