Categories: ବାଣିଜ୍ୟ

ଅରୁନ୍ଧତୀର ସର୍ବଶ୍ରେଷ୍ଠ ଧନ୍‌ତେରସ୍‌ ଅଫର

ଭୁବନେଶ୍ୱର,୮।୧୧: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ସର୍ବଶ୍ରେଷ୍ଠ ଧନ୍‌ତେରସ୍‌ ଅଫରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଆଲୋକ ଓ ଅମୃତର ପର୍ବ ଦୀପାବଳି ଓ ଧନ୍‌ତେରସ୍‌ ପାଇଁ ନୂତନ ଓ ପ୍ରିମିୟମ କଲେକ୍ସନ୍‌ ‘ଅର୍କ ଓ ଅମେୟା’ ଭଳି ସିଗ୍ନେଚର ଡିଜାଇନ ସହ ୧୦୦୦ରୁ ଊର୍ଦ୍ଧ୍ୱ ୟୁନିକ ଡିଜାଇନର ଗହଣା ପ୍ରସ୍ତୁତ କରାଯାଇଛି। ସେହିଭଳି ଏହି ସର୍ବଶ୍ରେଷ୍ଠ ଧନ୍‌ତେରସ୍‌ ଅଫରରେ ସମସ୍ତ ରେଗୁଲାର ସୁନାଗହଣାର ଗଢ଼ା ମଜୁରି ଫ୍ଲାଟ୍‌ ୫୯୯ ଟଙ୍କା ହୋଇଥିବାବେଳେ ପ୍ରତି ୧୦ଗ୍ରାମ ସୁନାଗହଣା କ୍ରୟ ଉପରେ ଗୋଟିଏ ସ୍ବର୍ଣ୍ଣମୁଦ୍ରା ସମ୍ପୂର୍ଣ୍ଣ ମାଗଣା ରଖାଯାଇଛି। ଏପରିକି ଅଗ୍ରିମ ବୁକିଂ କରୁଥିବା ଗ୍ରାହକଙ୍କ ପାଇଁ ଗହଣା ଉପରେ ସର୍ବନିମ୍ନ ଦର ଲାଗୁ ହେବ। ବିଶେଷକରି ଫ୍ଲେକ୍ସିବୁଲ ସୁନା ଦର ଓ ପୁରୁଣା ଗହଣା ଏକ୍ସଚେଞ୍ଜ ଉପରେ ମିଳିବ ୧୦୦% ଏକ୍ସଚେଞ୍ଜ ଭାଲ୍ୟୁ ଏବଂ ହୀରା ଗହଣାର ମୂଲ୍ୟ ଉପରେ ଫ୍ଲାଟ୍‌ ୨୦% ରିହାତି (ଅଫ୍‌) ଓ ରୁପା ଗହଣାର ଗଢ଼ା ମଜୁରି ଉପରେ ଫ୍ଲାଟ୍‌ ୩୫% ରିହାତି (ଅଫ୍‌) ଗ୍ରାହକମାନେ ପାଇପାରିବେ।
ଏ ସମ୍ପର୍କରେ ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର କହିଛନ୍ତି, ଅରୁନ୍ଧତୀ ଓଡ଼ିଶାର ସର୍ବଶ୍ରେଷ୍ଠ ବଜାର ମୂଲ୍ୟ (ଗୋଲଡ୍‌ ରେଟ୍‌+ମେକିଂ ଚାର୍ଜ)ର ଗହଣା ସବୁ ବର୍ଗର ଗ୍ରାହକଙ୍କୁ ଯୋଗାଇ ଆସୁଥିବାବେଳେ ଓଡ଼ିଶାର ସର୍ବଶ୍ରେଷ୍ଠ କାରୁକାର୍ଯ୍ୟଭରା ବିସ୍ତୃତ କଲେକ୍ସନ୍‌,ସର୍ବଶ୍ରେଷ୍ଠ-୫ ଷ୍ଟାର ପ୍ରମିଜ୍‌ ସେବା ସହ ସର୍ବଶ୍ରେଷ୍ଠ ଧନ୍‌ତେରସ୍‌ ଅଫର ମଧ୍ୟ ଆଣିଛି। ଏହି ଆକର୍ଷଣୀୟ ଅଫରରେ ସାମିଲହେବା ପାଇଁ ସେ ସମସ୍ତଙ୍କୁ ସାଦର ନିମନ୍ତ୍ରଣ କରିଛନ୍ତି।

Share