ସୀମା ସଂଘର୍ଷ ଘଟଣା: ଆସିଲା ଚାଇନାର ପ୍ରତିକ୍ରିୟା

ବେଜିଂ,୧୩।୧୨: ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତୀୟ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପ୍ରସଙ୍ଗରେ ଚାଇନାର ପ୍ରଥମ ପ୍ରତିକ୍ରିୟା ଆସିଛି। ଚାଇନା କହିଛି ଯେ, ବର୍ତ୍ତମାନ ଭାରତ ସୀମାରେ ସ୍ଥିତି ସ୍ଥିର ରହିଛି।
ଏହି ଘଟଣାକୁ ନେଇ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲୋକ ସଭା ଓ ରାଜ୍ୟ ସଭାରେ ଏକ ବିବୃତ୍ତିରେ କହିଛନ୍ତି, ପିଏଲଏ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ତେବେ ଭାରତୀୟ ସୈନ୍ୟମାନେ ସାହସର ସହିତ ଚାଇନା ସୈନ୍ୟମାନଙ୍କୁ ଘଉଡାଇ ଦେଇଥିଲେ। ଏହି ସଂଘର୍ଷରେ କୌଣସି ସୈନ୍ୟ ମୃତ୍ୟୁ କିମ୍ବା ଆହତ ହୋଇନାହାଁନ୍ତି।
ସୂଚନାଯୋଗ୍ୟ, ଡିସେମ୍ବର ୯ ତାରିଖରେ ଉଭୟ ଦେଶର ସୈନ୍ୟ ମୁହାଁମୁହିଁ ହୋଇଥିଲେ। ଚାଇନାର ୩୦୦-୪୦୦ ସୈନ୍ୟ ଭାରତୀୟ ଯବାନଙ୍କ ଉପରେ ପଥର ମାଡ ମଧ୍ୟ କରିଥିଲେ। ଭାରତୀୟ ସେନା ଏହାର ମୁହଁତୋଡ ଜବାବ ଦେଇଥିଲେ।

Share