ରୁପା ହାତୁଡ଼ି, ସୁନା ନିହଣ ଫଟୋ ଶେୟାର କଲେ ଅରୁଣ ଯୋଗୀରାଜ, ଯେଉଁଥିରେ ତିଆରି ହୋଇଛି ରାମଲାଲାଙ୍କ ଐଶ୍ୱରୀୟ ଆଖି

ଅଯୋଧ୍ୟା,୧୧ା୨: ଅଯୋଧ୍ୟାରେ ଜାନୁଆରୀ ୨୨ରୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଛି। ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଅଯୋଧ୍ୟାକୁ ରାମଲାଲାଙ୍କ ଦର୍ଶନ କରିବାକୁ ଆସୁଛନ୍ତି। ରାମମନ୍ଦିରରେ ପ୍ରଭୁ ରାମଙ୍କ ମୂର୍ତ୍ତିର ମହାନତା ଦେଖିବା ଯୋଗ୍ୟ । ମୂର୍ତ୍ତି ଶିଳ୍ପୀ ଅରୁଣ ଯୋଗୀରାଜ ନିହଣ ଏବଂ ହାତୁଡ଼ିର ଫଟୋ ଶେୟାର କରିଛନ୍ତି, ଯାହା ଏହି ମହାନତାକୁ ପୂର୍ଣ୍ଣ ରୂପ ଦେଇଛି।

ଶିଳ୍ପୀ ଅରୁଣ ଯୋଗୀରାଜ ରାମଲାଲାଙ୍କ ପ୍ରତିମାକୁ ଏକ ରୁପା ହାତୁଡ଼ି ଏବଂ ସୁନା ନିହଣରେ ତିଆରି କରିଛନ୍ତି। ତାଙ୍କ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଏହାର ଫଟୋ ଶେୟାର କରି ଏଥିରେ ସେ କ୍ୟାପ୍‌ଶନ ଲେଖିଛନ୍ତି, ମୁଁ ଏହି ଉପକରଣ ସହିତ ରାମଲାଲାଙ୍କ ଐଶ୍ୱରୀୟ ଆଖି ତିଆରି କରିଛି।

 

Ayodhya Ram Mandir Virender Sehwag Shared Photo Ramlala After Pran Pratishtha | Ayodhya Ram Mandir: वीरेंद्र सहवाग ने शेयर की रामलला की तस्वीर, प्राण प्रतिष्ठा के बाद लिखा - 'भावुक हूं'
ତେବେ ଶିଳ୍ପୀ ଅରୁଣ ଯୋଗୀରାଜ କର୍ନାଟକର ମହୀଶୂର ବାସିନ୍ଦା ଏବଂ ସେ ରାମଲାଲାଙ୍କ ସମେତ ଅନ୍ୟାନ୍ୟ ପ୍ରତିମୂର୍ତ୍ତି ତିଆରି କରିଛନ୍ତି, କିନ୍ତୁ ରାମଲାଲାଙ୍କ ପ୍ରତିମୂର୍ତ୍ତି ତିଆରି କରିବା ପରେ ସେ ବେଶ୍‌ ପ୍ରସିଦ୍ଧ ହୋଇଛନ୍ତି। ସେ ଏକ ବିଶାଳ ପ୍ରତିମୂର୍ତ୍ତି ତିଆରି କରିଥିବାରୁ ତାଙ୍କୁ ସାରା ଦେଶରେ ପ୍ରଶଂସା କରାଯାଉଛି।

Ram Mandir pran pratishtha Ayodhya rituals to do at home shubh muhurta - India Today

ଯେତେବେଳେ ରାମଲାଲାଙ୍କ ମୂର୍ତ୍ତିର ପ୍ରଥମ ଫଟୋ ସାମ୍ନାକୁ ଆସିଲା, ସେତେବେଳେ ଏହାର ମହାନତା ଉପରୁ ଲୋକଙ୍କ ନଜର ହଟିଲାନି। ମୂର୍ତ୍ତି ଏତେ ଜୀବନ୍ତ ଯେ, ଜଣେ ନିଜ ପ୍ରଭୁଙ୍କୁ ଦେଖିବାରେ କ୍ଳାନ୍ତ ହୁଅନ୍ତି ନାହିଁ ଏବଂ କେବଳ ଅରୁଣ ଯୋଗୀରାଜଙ୍କ ଯୋଗୁ ଏପରି କାର୍ଯ୍ୟ ସମ୍ଭବ ହୋଇପାରିଛି ବୋଲି ସମସ୍ତଙ୍କ ମୁହଁରେ ଗୋଟିଏ କଥା ଶୁଣିବାକୁ ମିଳେ।

Aditya Raj Kaul on X: "Today marks the beginning of a new Bharat. First day of the Hindu Renaissance with the Pran Pratishtha concluding at Ayodhya Shri Ram Mandir. No Islamist intimidation.

ଅରୁଣ ଯୋଗୀରାଜ ଗୋଟିଏ ପଥରରୁ ରାମଲାଲାଙ୍କ ପ୍ରତିମୂର୍ତ୍ତି ତିଆରି କରିଛନ୍ତି। ଏଥିରେ ଅନ୍ୟ କୌଣସି ପଥର ଯୋଡ଼ା ଯାଇନାହିଁ। ମୂର୍ତ୍ତିର ଓଜନ ପ୍ରାୟ ୨୦୦ କିଲୋଗ୍ରାମ ଏବଂ ରାମଲାଲାଙ୍କ ମୂର୍ତ୍ତିର ଉଚ୍ଚତା ୪.୨୪ ଫୁଟ ଏବଂ ମୋଟେଇ ତିନି ଫୁଟ। ଆହୁରି ମଧ୍ୟ ମୂର୍ତ୍ତିଗୁଡ଼ିକରେ ଭଗବାନ ବିଷ୍ଣୁଙ୍କର ଦଶ ଅବତାର ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। ଚତୁର୍ଥ ଆସନ ପାଇଁ ହୋଇଥିବା କଡ଼ା ମୁକାବିଲାରେ ଭାଜପା…

ବିଶ୍ୱରେ ଚାଲିଛି ଯୁଦ୍ଧ, ଭାରତରେ ହ୍ରାସ ପାଇଲା ବେକାରୀ ହାର

ନୂଆଦିଲ୍ଲୀ,୧୬।୩: ବିଶ୍ୱ ଅର୍ଥନୀତିରେ ଯୁଦ୍ଧ ଓ ଅସ୍ଥିରତା ମଧ୍ୟରେ ଭାରତରୁ ଆସିଛି ଏକ ଆଶ୍ୱସ୍ତିକର ଖବର। ଦେଶରେ ବେକାରୀ ହାରରେ ସାମାନ୍ୟ ହ୍ରାସ ଘଟିଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ…

SCBରେ ନିଆଁ: ରିପୋର୍ଟ ମାଗିଲେ NHRC

କଟକ, ୧୬।୩: କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ଘଟଣାର ଅନୁଧ୍ୟାନ…

ପାରିବାରିକ କଳହର କରୁଣ ପରିଣତି, ଶାଶୁ-ଶଳାଙ୍କୁ ଛୁରୀ ଭୁସିଲେ ଜ୍ବାଇଁ

ଲକ୍ଷ୍ନୌ,୧୬ା୩: ଉତ୍ତରପ୍ରଦେଶ ବରେଲି ଜିଲାର ଇଜ୍ଜତନଗର ପୋଲିସ ଷ୍ଟେସନ ଅଞ୍ଚଳର ରାହପୁରା ଚୌଧୁରୀ ଅଞ୍ଚଳରେ ସୋମବାର ଏକ ପାରିବାରିକ ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri