Posted inଜାତୀୟ

ରମଣ ସିଂ ହେବେ ଛତିଶଗଡର ନୂଆ ବାଚସ୍ପତି,ଅରୁଣ ସାଓ ଏବଂ ବିଜୟ ଶର୍ମା ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୮।୧୦: ଛତିଶଗଡରେ ମୁଖ୍ୟମନ୍ତ୍ରୀ ନାମ ଘୋଷଣା ସହିତ ଉପମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ରାଜ୍ୟରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ରହିବେ। ଭାଜପା ରାଜ୍ୟ ସଭାପତି ଅରୁଣ ସାଓ ଏବଂ ବିଜୟ ଶର୍ମାଙ୍କୁ ଏହି ପଦ ମିଳିଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ ବିଧାନସଭା ବାଚସ୍ପତି କରାଯିବ।

ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଭାଜପା ଜଣେ ଆଦିବାସୀ ନେତା ଚୟନ କରିବା ସହ ଓବିସି ଭୋଟ୍ ବ୍ୟାଙ୍କ ପାଇଁ ଦୁଇଜଣ ଉପ ମୁଖ୍ୟମନ୍ତ୍ରୀ ଚୟନ କରିବାବେଳେ ଏହାକୁ ଦୃଷ୍ଟିରେ ରଖିଛନ୍ତି। ଅରୁଣ ସାଓ ଓବିସି ସମ୍ପ୍ରଦାୟରୁ ଆସିଛନ୍ତି। ବିଜୟ ଶର୍ମା କବୀରହମ୍ ଜିଲ୍ଲାର କରଭଡା ଠାରୁ ବିଜେପି ବିଧାୟକ। ସେ ୩୯,୫୯୨ ଭୋଟ ବ୍ୟବଧାନରେ ମନ୍ତ୍ରୀ ମହମ୍ମଦ ଆକବରଙ୍କୁ ପରାସ୍ତ କରିଛନ୍ତି। ବିଜୟ ଶର୍ମା ଛତିଶଗଡ ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଏବଂ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି ରହିଆସିଛନ୍ତି। ୫୦ ବର୍ଷୀୟ ବିଜୟ ଶର୍ମା ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି।

ସେହିଭଳି ଅରୁଣ ସାଓଙ୍କ ବିଷୟରେ କହିବା, ତେବେ ସେ ମୁଙ୍ଗେଲି ଜିଲ୍ଲାର ଲର୍ମି ଆସନରୁ କଂଗ୍ରେସ ପ୍ରାର୍ଥୀ ଥାନେଶ୍ୱର ସାହୁଙ୍କୁ ୪୫୮୯୧ ଭୋଟରେ ପରାସ୍ତ କରିଛନ୍ତି। ସେ ବର୍ତ୍ତମାନ ଭାଜପାର ରାଜ୍ୟ ସଭାପତି ଅଛନ୍ତି। ଗତ ବର୍ଷ ନିଜେ, ଅଗଷ୍ଟ ମାସରେ ତାଙ୍କୁ ବିଷ୍ଣୁ ଦେବ ସାଏଙ୍କ ସ୍ଥାନରେ ରାଜ୍ୟ ସଭାପତି ଦାୟିତ୍ୱ ଦିଆଯାଇଥିଲା। ସେ ବିଳାସପୁର ଲୋକସଭା ଆସନରୁ ସଂସଦ ଥିଲେ। ବିଧାୟକ ଭାବେ ନିର୍ବାଚିତ ହେବା ପରେ କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ସାଂସଦ ପଦରୁ ଇସ୍ତଫା ଦେବାକୁ କହିଥିଲେ। ବିଜୟ ଶର୍ମାଙ୍କ ପରି ୫୫ ବର୍ଷିୟ ଅରୁଣ ସାଓ ମଧ୍ୟ ପ୍ରଥମ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି।

ଛତିଶଗଡର ଭାଜପା ସରକାରରେ ତିନିଥର ମୁଖ୍ୟମନ୍ତ୍ରୀ ଥିବା ରମଣ ସିଂଙ୍କୁ ଭାଜପା ଦ୍ୱାରା ବିଧାନସଭା ବାଚସ୍ପତି ପଦ ପାଇଁ ନିର୍ବାଚିତ କରାଯାଇଛି। ଏଥର ମଧ୍ୟ ସେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଦୋୖଡରେ ଥିଲେ। କିନ୍ତୁ ଦଳ ତାଙ୍କ ଅଭିଜ୍ଞତାକୁ ବିଧାନସଭା ବାଚସ୍ପତି ଭାବରେ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି। ରମଣ ସିଂ ତାଙ୍କର ପୁରୁଣା ଆସନ ରାଜନନ୍ଦଗାଓଁରୁ ନିର୍ବାଚନରେ ​​ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଜୀବନ ମଝିରେ ଏତେ ବର୍ଷ ରହିଛନ୍ତି ବେରୋଜଗାର? କେମିତି ମିଳିବ ପେନଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୧: ଯଦି ଆପଣ ଜଣେ ବେତନଭୋଗୀ ବ୍ୟକ୍ତି ଏବଂ EPFO ରେ ଅବଦାନ ଦେଉଛନ୍ତି, ତେବେ ଏହା ଆପଣଙ୍କର ଅବସର ପରବର୍ତ୍ତୀ ସୁରକ୍ଷା ସୁନିଶ୍ଚିତ କରେ।...

ବିରାଟ କୋହଲିଙ୍କୁ ଚେତାବନୀ ଦେଲା ବିସିସିଆଇ

ନୂଆଦିଲ୍ଲୀ,୧୮।୧: ଭାରତୀୟ ଦଳକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜରେ ୩-୦ରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହିପରି ଭାରତୀୟ ଦଳ ପ୍ରାୟ ୧୨ ବର୍ଷ...

ମହାକୁମ୍ଭରେ ରୁଷିଆର ‘ମସ୍କୁଲାର ବାବା’

ପ୍ରୟାଗରାଜ,୧୮।୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭରେ ସାରା ବିଶ୍ୱରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ଗଙ୍ଗା, ଯମୁନା ଏବଂ ପୁରାଣବର୍ଣ୍ଣିତ ସରସ୍ବତୀ ନଦୀର ମିଳନ...

କୋଟାରେ ଓଡ଼ିଆ ଏନ୍‌ଇଇଟି ଆଶାୟୀଙ୍କ ଆତ୍ମହତ୍ୟା

କୋଟା,୧୮ା୧: ରାଜସ୍ଥାନର କୋଟାରେ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି) ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଓଡ଼ିଆ ଛାତ୍ର ଆମତ୍ହତ୍ୟା କରିଛନ୍ତି। ମୟୂରଭଞ୍ଜ ଜିଲାର...

ପଞ୍ଜାବରେ କଙ୍ଗନାଙ୍କ ‘ଏମର୍ଜେନ୍ସି’ ବନ୍ଦ

ଚଣ୍ଡିଗଡ଼,୧୮।୧: ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସ୍‌ଜିପିସି) ଏବଂ ଅନ୍ୟ ଶିଖ୍‌ ସଂଗଠନଗୁଡ଼ିକ ରାଜ୍ୟବ୍ୟାପୀ ବିକ୍ଷୋଭ କରିବାରୁ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବତ୍‌ଙ୍କ ‘ଏମର୍ଜେନ୍ସି’ ଫିଲ୍ମ...

ରୁଷିଆ ସେନାରେ ୧୨ ଭାରତୀୟଙ୍କ ମୃତ୍ୟୁ, ୧୬ ନିଖୋଜ

ନୂଆଦିଲ୍ଲୀ,୧୮।୧: ରୁଷିଆ ସେନାରେ ନିୟୋଜିତ ଥାଇ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଲଢ଼ୁଥିବାବେଳେ ୧୨ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଲାଣି। ଅନ୍ୟ ୧୬ ଭାରତୀୟ ନିଖୋଜ ଥିବା...

ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ

ନୂଆଦିଲ୍ଲୀ,୧୮।୧: ପାର୍ଲାମେଣ୍ଟ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିପାରେ। ଜାନୁଆରୀ ୩୧ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

ସୈଫ୍‌ ଆକ୍ରମଣ: ଭୁଲ୍‌ ବ୍ୟକ୍ତିଙ୍କୁ ଧରିଲା ମୁମ୍ବାଇ ପୋଲିସ

ମୁମ୍ବାଇ,୧୮ା୧: ବଲିଉଡ୍‌ ଅଭିନେତା ସୈଫ୍‌ ଅଲୀ ଖାନ୍‌ଙ୍କ ଘରକୁ ବୁଧବାର ରାତିରେ ଅନୁପ୍ରବେଶ କରି ତାଙ୍କୁ ୬ ଥର ଛୁରାମାଡ଼ କରିଥିବା ଅଭିଯୁକ୍ତଙ୍କୁ ମୁମ୍ବାଇ ପୋଲିସର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri