ଅରୁଣ ବୋଥ୍ରା କରୋନା ସଂକ୍ରମିତ

ଭୁବନେଶ୍ୱର,୧୫।୧(ବ୍ୟୁରୋ): ପରିବହନ କମିଶନର ଅରୁଣ ବୋଥ୍ରା କରୋନାରେ ସଂକ୍ରମିତ ହୋଇଛନ୍ତି। ଏ ନେଇ ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତ ପ୍ରାୟ ୨ ବର୍ଷ ହେଲା କୋଭିଡ୍‌ରୁ ବର୍ତ୍ତିଯାଇଥିଲେ ମଧ୍ୟ ଶେଷରେ ତା’ ହାବୁଡ଼ରେ ପଡ଼ିଲି। ସେ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ସେ ସୁସ୍ଥ ଥିବା ସୂଚନା ଦେଇଛନ୍ତି।