Categories: ଫୁରସତ

ଜିନ୍ସ ବଟନ୍‌ରୁ ମହିଳାଙ୍କ ଜୀବନ୍ତ କଳାକୃତି, ଭିଡିଓ ଦେଖିଲେ…

ଅନେକ ଥର ଆମେ ଏପରି କିଛି କଳାକୃତି ଦେଖିବାକୁ ପାଇଥାଉ, ଯାହା ଚକିତ କରିଥାଏ। ବର୍ତ୍ତମାନ ସମୟରେ କଳାକାରମାନେ କିଛି ଅଲଗା କରିବାକୁ ଚେଷ୍ଟା କରିବାକୁ ଯାଇ ବୋତଲ କ୍ୟାପ୍‌, ପଲିଥିନ ପ୍ୟାକେଟ, ବର୍ଜିତ ଔଷଧ ବୋତଲ ଏବଂ ବର୍ଜ୍ୟବସ୍ତୁକୁ ଆକୃତି ଦେଉଥିବା ନଜର ଆସୁଛି। ଏହି କ୍ରମରେ, ଜଣେ ପ୍ରତିଭାଶାଳୀ କଳାକାର ଜିନ୍ସ ବଟନ୍‌ରୁ ଏକ ଆକର୍ଷଣୀୟ କଳାକୃତି ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି। ଏହି ମାଷ୍ଟରପିସ ସୃଷ୍ଟି କରିଥିବା କଳାକାରଙ୍କ ନାମ ହେଉଛି ଡେନିଜ ସାଗଡିକ।

ସୋସିଆଲ ମିଡିଆରେ ଡେନିଜଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ କଳାକାରଜଣଙ୍କ ଖରାପ ହୋଇ ଆସୁଥିବା ଡେନିମ ଜିନ୍ସ ବଟନ ବ୍ୟବହାର କରି ଚମତ୍କାର ଚିତ୍ର ସୃଷ୍ଟି କରୁଛନ୍ତି। ଅନେକ ଡେନିମ ଜିନ୍ସ ବଟନ ବ୍ୟବହାର କରି ସେ ଏକ ସୁନ୍ଦର ମହିଳାଙ୍କ ଜୀବନ୍ତ ଚିତ୍ର ପ୍ରସ୍ତୁତ କରିଛନ୍ତି। ଏହି ଭିଡିଓ ବେଶ ଭାଇରାଲ ହେଉଛି।

ଭିଡିଓ ଦେଖନ୍ତୁ-

Share