Categories: ରାଜ୍ୟ

ଶିଳ୍ପୀ ଲଲାଟ ମୋହନଙ୍କୁ ମିଳିଲା ଧର୍ମପଦ ପୁରସ୍କାର

ପୁରୁଣା ଭୁବନେଶ୍ୱର,୩୧ା୫(ଡି.ଏନ୍‌.ଏ.): ଓଡ଼ିଶା ଲଳିତକଳା ଏକାଡ଼େମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦିଆଯାଉଥିବା ଧର୍ମପଦ ପୁରସ୍କାର ଚଳିତବର୍ଷ ଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି। ମଙ୍ଗଳବାର କାର୍ଯ୍ୟାଳୟ ପରିସରରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଏହି ପୁରସ୍କାର ତାଙ୍କୁ ପ୍ରଦାନ କରାଯାଇଛି। ପୁରସ୍କାର ବାବଦ ପଟ୍ଟନାୟକଙ୍କୁ ୫ଲକ୍ଷ ଟଙ୍କା, ମାନପତ୍ର ପ୍ରଦାନ କରାଯାଇଥିବାବେଳେ ଅନ୍ୟ ଶିଳ୍ପୀଙ୍କୁ ୧ଲକ୍ଷ ଟଙ୍କା, ମାନପତ୍ର, ଉତ୍ତରୀୟ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇ କଳାକାରମାନଙ୍କ ସର୍ବାଙ୍ଗୀନ ଉନ୍ନତ୍ତି ପାଇଁ ସରକାର ବଦ୍ଧ ପରିକର ବୋଲି କହିଥିଲେ। ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଏକାଡେମୀ ସଚିବ ପଞ୍ଚାନନ ସାମଲ ଧନ୍ୟବାଦ ଦେଇଥିଲେ। ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।