Categories: ଫୁରସତ

ଜିଭରେ ବିରାଟ କୋହଲିଙ୍କ ଛବି ଆଙ୍କିଲେ ବ୍ୟକ୍ତି, ଭାଇରାଲ ହେଉଛି ଭିଡିଓ…

ସମସ୍ତେ ନିଜ ପସନ୍ଦର କ୍ରିକେଟରଙ୍କୁ ଫଲୋ କରନ୍ତି। କିନ୍ତୁ ବେଳେବେଳେ ଲୋକମାନେ ନିଜ ପ୍ରିୟ ଲୋକଙ୍କ ପାଇଁ ଏପରି କିଛି କରନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଜଣେ କଳାକାର ତାଙ୍କ ଜିଭରେ ବିରାଟ କୋହଲିଙ୍କ ଏକ ସ୍କେଚ ତିଆରି କରୁଥିବା ନଜର ଆସିଛନ୍ତି। ଭିଡିଓ ଦେଖିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିଛି। ଏଥି ସହିତ ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି।

ଭିଡିଓରେ ଏହା ଦେଖିବାକୁ ମିଳେ ଯେ ବ୍ୟକ୍ତି ଜଣକ ତାଙ୍କ ପ୍ରିୟ କ୍ରିକେଟରଙ୍କ ପାଇଁ ଏକ ସ୍କେଚ ପ୍ରସ୍ତୁତ କରୁଛନ୍ତି। ପ୍ରଥମେ ସେ ପ୍ଲେଟରେ ଲାଲ କୋଲଗେଟକୁ ନିଜ ଜିଭରେ ନେଇ ବିରାଟ କୋହଲିଙ୍କ ସ୍କେଚ କରିବା ଆରମ୍ଭ କରିଥିଲେ। ବିଶେଷ କଥା ହେଉଛି ସ୍କେଚ ତିଆରି ବେଳେ ସେ ମଝିରେ ରୋକି ନଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଲୋକମାନେ କଳାକାରଙ୍କୁ ବହୁତ ପ୍ରଶଂସା କରୁଛନ୍ତି। ଏହି କଳାକାରଙ୍କ ନାମ ସୌରଭ ବିଜୟ ପାଟିଲ। ସେ ବୃତ୍ତିରେ ଜଣେ କଳାକାର।

Share