ମାଲାବାରରେ‘ଆର୍ଟିଷ୍ଟ୍ର ବ୍ରାଣ୍ଡେଡ୍‌ ଜୁଏଲେରି ଶୋ’

ଭୁବନେଶ୍ୱର,୨୫।୯: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଚନ୍ଦ୍ରଶେଖରପୁରସ୍ଥିତ ଏକ୍ସକ୍ଲୁସିଭ ଷ୍ଟୋର ପରିସରରେ ଏକ ୯ ଦିନିଆ ଆର୍ଟିଷ୍ଟ୍ରି ବ୍ରାଣ୍ଡେଡ୍‌ ଜୁଏଲେରି ଶୋ’ର ଶୁଭାରମ୍ଭ ଶନିବାରଠାରୁ ହୋଇଯାଇଛି। ଏହି ଶୋ ସେପ୍ଟେମ୍ବର ୨୪ ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲୁରହିବ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି। ବିଶେଷ କରି ମାଲାବାରର ଗୋଲ୍ଡ, ଡାଇମଣ୍ଡ ଏବଂ ଜେମ୍‌ ଷ୍ଟୋନ ଜୁଏଲେରି ଆଦିକୁ ନେଇ ଉକ୍ତ ଜୁଏଲେରି ଶୋ’ର ଆୟୋଜନ କରାଯାଇଛି। ଏପରିକି ଏଥିରେ ପ୍ରଦର୍ଶିତ ହେଉଥିବା ଜୁଏଲେରିଗୁଡ଼ିକରେ କାରିଗରଙ୍କ ନିଖୁଣ କଳା ଓ ଡିଜାଇନର ସମ୍ଭାର ମଧ୍ୟ ଦେଖିବାକୁ ମିଳିବ। ଏହି ଅବସରରେ ଆଇଏନ୍‌ଡବ୍ଲ୍ୟୁଇସିର ସଦସ୍ୟା ଶ୍ରୀମୟୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରଶେଖରପୁର ଷ୍ଟୋର ହେଡ୍‌ ମହମ୍ମଦ ଫାଜିଲ,ଷ୍ଟୋର ପରିଚାଳକ ଗୌରୀଶଙ୍କର ଆଚାର୍ଯ୍ୟଙ୍କ ସମେତ ଉକ୍ତ ଷ୍ଟୋରର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ସେହିଭଳି ଏହି ଶୋ ଜରିଆରେ ଉଭୟ ପ୍ରଦର୍ଶନୀ ଓ ବିକ୍ରୟ ପାଇଁ ଷ୍ଟୋରର ପ୍ରମୁଖ ଜେମ୍‌ସ ଅଳଙ୍କାର ସାଙ୍ଗକୁ ସୁନା ଓ ହୀରାର ଅନ୍ୟାନ୍ୟ ଡିଜାଇନ ମଧ୍ୟ ସାମିଲ ରହିଛି। ସେଗୁଡ଼ିକ ହେଲା ମାଇନ, ଏରା, ପ୍ରେସିଆ, ଏଥିନିକ୍ସ, ଡିଭାଇନ, ଜୌଲ ଏବଂ ଷ୍ଟାର୍‌ଲେଟ୍‌ ଭଳି ହୀରା ଓ ରତ୍ନପଥରର ଅନ୍ୟାନ୍ୟ ସଂଗ୍ରହ ସବୁ ବର୍ଗର ଗ୍ରାହକଙ୍କ ପାଇଁ ଉପଲବ୍ଧ। ସେହିପରି ମାଲାବାର ହେଉଛି ଏକ ବିଶ୍ୱସନୀୟ ଅଳଙ୍କାର ବ୍ରାଣ୍ଡ, ଏହାର ସମସ୍ତ ଅଳଙ୍କାର ୧୦୦% ଗୁଣାତ୍ମକ ଏବଂ ଶୁଦ୍ଧ ବୋଲି ଗ୍ରାହକଙ୍କର ଦୀର୍ଘଦିନର ବିଶ୍ୱାସ ରହିଛି। ଅପରପକ୍ଷରେ ମାଲାବାର ଗ୍ରୁପ୍‌ ତା’ର ବ୍ୟବସାୟର ସିଂହଭାଗ ଲାଭ ଅଂଶ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟରେ ବିନିଯୋଗ କରିଥାଏ ବୋଲି ମାଲାବାରର ଓଡ଼ିଶା ବାଣିଜ୍ୟ ମୁଖ୍ୟ (ମାର୍କେଟିଂ ମ୍ୟାନେଜର) ସିଦ୍ଧେଶ୍ୱର ରଥ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri