ରାତିର କୃତ୍ରିମ ଆଲୋକ ମଧୁମେହ ରୋଗୀଙ୍କ ପାଇଁ ଘାତକ

ଓ୍ବାଶିଂଟନ୍‌: ରାତିର କୃତ୍ରିମ ଆଲୋକ ମଧୁମେହ ଆକ୍ରାନ୍ତ ରୋଗୀଙ୍କ ବିପଦକୁ ବଢ଼ାଉଥିବା ଏକ ଅଧ୍ୟୟନ ରିପୋର୍ଟରୁ ପ୍ରକାଶ ପାଇଛି। ୟୁରୋପିଆନ୍‌ ଆସୋସିଏଶନ୍‌ ପକ୍ଷରୁ ପ୍ରକାଶିତ ଜର୍ନାଲରେ ଏ ସମ୍ପର୍କିତ ବିସ୍ତୃତ ବିବରଣୀ ଉଲ୍ଲଖ କରାଯାଇଛି। ରକ୍ତରେ ଥିବା ଗ୍ଲୁକୋଜ୍‌ ଲେଭଲ୍‌କୁ ପ୍ରଭବିତ କରିଥାଏ (ଲାଇଟ୍‌ ଆଟ୍‌ ନାଇଟ୍‌-ଏଲ୍‌ଏଏନ୍‌) ରାତିବେଳାର କୃତ୍ରିମ ଆଲୋକ। ଚାଇନାର ଦୁଇଟି ୟୁନିଭର୍ସିଟି ପକ୍ଷରୁ ଗବେଷଣା କରାଯାଇଥିବା ଡା. ୟୁ ଜୁ କହିଛନ୍ତି।
ଅଧ୍ୟୟନରେ ମୋଟ ୧,୦୦,୦୦୦ ମହିଳା ଓ ପୁରୁଷଙ୍କୁ ସାମିଲ କରାଯାଇଥିଲା। କିଛିଦିନ ମଧୁମେହ ରୋଗୀଙ୍କୁ ଏଲ୍‌ଏଏଲ୍‌ରେ ରଖାଯିବା ପରେ ସେମାନଙ୍କ ଶରୀରରେ ୨୮% ଅଧିକ ମେଟାବୋଲିକ କଣ୍ଡିଶନ୍‌ (ହାଇବ୍ଲଡ୍‌ ପ୍ରେସର, ମେହବହୁଳତା ଜରିଆରେ ହୃଦ୍‌ଘାତ ହେବାର ସମସ୍ୟା ଆଶଙ୍କା ରହିଥାଏ) ବୃଦ୍ଧି ପାଇଥିବାର ଦେଖିବାକୁ ମିଳିଥିଲା। ଚାଇନାରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ୯ ନିୟୁତ ଲୋକ ଡାଇବେଟିସ୍‌ରେ ଆକ୍ରାନ୍ତ, ଯାହାର କାରଣ ଏଲ୍‌ଏଏଲ୍‌ ବୋଲି କୁହାଯାଉଛି।