Posted inଜାତୀୟ

‘କୃତ୍ରିମ ବୁଦ୍ଧିମତ୍ତା: ପରିବର୍ତ୍ତନ ଧାରାରେ ଭାରତ ଅଗ୍ରଣୀ’

ନୂଆଦିଲ୍ଲୀ,୧୭ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ବିଭିନ୍ନ ଷ୍ଟଲ୍‌ ବୁଲିବା ସହ ପ୍ରଦର୍ଶନୀରେ ଭାଗ ନେଇଥିବା କମ୍ପାନୀଗୁଡ଼ିକ ସହ କଥା ହୋଇଛନ୍ତି। ଷ୍ଟାର୍ଟଅପ୍‌ଗୁଡ଼ିକ ସହିତ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। ବିଭିନ୍ନ ଦେଶ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପରେ ସେମାନଙ୍କ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରିବାକୁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲାବେଳେ ଫେବୃଆରୀ ୧୬ରୁ ୨୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଦର୍ଶନୀ ନୀତି ପ୍ରଣୟନକାରୀ, ଶିଳ୍ପ ନେତୃବୃନ୍ଦ ଏବଂ ପ୍ରଯୁକ୍ତି ନବପ୍ରବର୍ତ୍ତନକାରୀମାନଙ୍କୁ ଏକାଠି କରିଛି।
ଏକ୍ସପୋରେ ଉଚ୍ଚ ସମ୍ଭାବନା ଥିବା ୬୦୦ରୁ ଊର୍ଦ୍ଧ୍ୱ ଷ୍ଟାର୍ଟଅପ୍‌ ଏବଂ ୧୩ଟି ଦେଶର ମଞ୍ଚ ଏଆଇ ଇକୋସିଷ୍ଟମ୍‌ରେ ଅନ୍ତର୍ଜାତୀୟ ସହଯୋଗ ପ୍ରଦର୍ଶନ କରିଛନ୍ତି। ୭୦ ହଜାର ବର୍ଗମିଟରରୁ ଊର୍ଦ୍ଧ୍ୱ ସ୍ଥାନରେ ଆୟୋଜିତ ଏହି ପ୍ରଦର୍ଶନୀରେ ଅଷ୍ଟ୍ରେଲିଆ, ଜାପାନ, ରୁଷିଆ, ବ୍ରିଟେନ୍‌, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲାଣ୍ଡସ୍‌, ସୁଇଜରଲାଣ୍ଡ, ସର୍ବିୟା, ଇଷ୍ଟୋନିଆ, ତାଜିକିସ୍ତାନ ଏବଂ ଆଫ୍ରିକାର ମଞ୍ଚ ରହିଛି। ପ୍ରଦର୍ଶନୀ ବୈଶ୍ୱିକ ପ୍ରଯୁକ୍ତି ଶିଳ୍ପ, ଷ୍ଟାର୍ଟଅପ୍‌, ଶିକ୍ଷାବିତ୍‌ ଏବଂ ଗବେଷଣା ପ୍ରତିଷ୍ଠାନ, କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଅନ୍ତର୍ଜାତୀୟ ଅଂଶୀଦାରମାନଙ୍କୁ ଏକାଠି କରିଛି। ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣକ୍ରମେ ବହୁ ବିଶ୍ୱ ନେତା ଏଆଇ ଇମ୍ପାକ୍ଟ ସମିଟ୍‌ରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ସେମାନଙ୍କ ମଧ୍ୟରେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍‌ ମାକରଁ, ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା ସିଲ୍‌ଭା ରହିଛନ୍ତି। ୪୫ରୁ ଊର୍ଦ୍ଧ୍ୱ ଦେଶରୁ ମନ୍ତ୍ରୀସ୍ତରୀୟ ପ୍ରତିନିଧି ସମିଟ୍‌ରେ ଯୋଗଦେବେ। ସେହିପରି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କ ସମେତ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଭାଗନେବେ। ପ୍ରଧାନମନ୍ତ୍ରୀ ସମିଟ୍‌କୁ ଉଦ୍‌ବୋଧନ ଦେବା ସହ ସିଇଓମାନଙ୍କ ସହ ଆଲୋଚନା କରିବେ।
ପ୍ରଦର୍ଶନୀ ଉଦ୍‌ଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଥିଲେ, କୃତ୍ରିମ ବୁଦ୍ଧିମତ୍ତାର ପରିବର୍ତ୍ତନ କ୍ଷେତ୍ରରେ ଭାରତ ସର୍ବାଗ୍ରେ ରହିଛି। ଏଆଇ କ୍ଷେତ୍ରରେ ଭାରତର ଅଗ୍ରଗତି ଏହାର ଉଚ୍ଚାକାଂକ୍ଷା ଓ ଦାୟିତ୍ୱବୋଧକୁ ପ୍ରତିଫଳିତ କରୁଛି। ଏଆଇ ଉପରେ ଆଲୋଚନା ପାଇଁ ସାରା ବିଶ୍ୱ ଏକାଠି ହୋଇଛନ୍ତି। ବିଶ୍ୱନେତା, ଶିଳ୍ପପତି, ନବପ୍ରବର୍ତ୍ତକ, ନୀତି ନିର୍ଦ୍ଧାରକ, ଗବେଷକ ଏବଂ ପ୍ରଯୁକ୍ତି ପ୍ରତି ଆଗ୍ରହୀ ବ୍ୟକ୍ତିମାନଙ୍କୁ ସମିଟ୍‌କୁ ସ୍ବାଗତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମିଟ୍‌ର ବିଷୟବସ୍ତୁ ରହିଛି ‘ସର୍ବଜନ ହିତାୟ, ସର୍ବଜନ ସୁଖାୟ’ ଅର୍ଥାତ୍‌ ସମସ୍ତଙ୍କ ମଙ୍ଗଳ ଏବଂ ସୁଖ, ଯାହା ମାନବ କୈନ୍ଦ୍ରିକ ବିକଶ ପାଇଁ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ କରିବା ଲାଗି ଏକ ମିଳିତ ପ୍ରତିଶ୍ରୁତିବଦ୍ଧତା ବୋଲି ସେ କହିଛନ୍ତି।

ପଢ଼ନ୍ତୁ ➡️ବିଶ୍ୱ ଦେଖିବ ଭାରତର ଶକ୍ତି!

ବିଶ୍ୱର ଏହି ସର୍ବବୃହତ୍‌ କୃତ୍ରିମ ବୁଦ୍ଧିମତ୍ତା ସମ୍ମିଳନୀ ଉଦ୍‌ଘାଟନ ପୂର୍ବରୁ ସୋମବାର ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି। ସହରରେ ଲଗାଯାଇଥିବା ବିଶାଳ ବିଲ୍‌ବୋର୍ଡଗୁଡ଼ିକ ଏଆଇ ଇମ୍ପାକ୍ଟ ସମିଟ୍‌କୁ ଅତିଥି, ପ୍ରତିନିଧି ଓ ବକ୍ତାମାନଙ୍କୁ ସ୍ବାଗତ କରୁଛି। ଆଲଫାବେଟ୍‌ର ସୁନ୍ଦର ପିଚାଇଙ୍କଠାରୁ ଆରମ୍ଭ କରି ଓପନ୍‌ ଏଆଇର ସାମ୍‌ ଅଲ୍ଟମାନ୍‌ ଏବଂ ଆନ୍ଥ୍ରୋପିକ୍‌ର ଡାରିଓ ଆମୋଡେଇଙ୍କ ପର୍ଯ୍ୟନ୍ତ ବକ୍ତାମାନେ ଉଦ୍‌ବୋଧନ ଦେବାକୁ ଥିବାରୁ ଲୋକମାନଙ୍କ ମଧ୍ୟରେ ଆଗ୍ରହ ଲାଗିରହିଛି। ସମିଟ୍‌ର ଶେଷ ଦୁଇଦିନ ୧୯ ଓ ୨୦ରେ ୨୦ରୁ ଊର୍ଦ୍ଧ୍ୱ ରାଷ୍ଟ୍ରମୁଖ୍ୟ ଓ ସରକାରୀ ମୁଖ୍ୟ ଯୋଗଦେବା କାର୍ଯ୍ୟକ୍ରମ ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri