କୃତ୍ରିମ ଅମରତ୍ୱ

ଯଦି ଆମେ ୮୦ ବର୍ଷ ବୟସରେ ଜନ୍ମଧାରଣ କରି ଧୀରେ ଧୀରେ ୧୮ ବର୍ଷ ଆଡ଼କୁ ଗତି କରିବା, ତେବେ ଜୀବନ ଅନିର୍ଦ୍ଦିଷ୍ଟ କାଳଯାଏ ସୁଖଶୀଳ ହୋଇ ରହିପାରିବ ବୋଲି ଆମେରିକାର ଖ୍ୟାତନାମା ସାହିତି୍ୟକ ମାର୍କ ଟ୍ବେନ୍‌ ଦେଇଥିବା ବକ୍ତବ୍ୟ ଯୁଗେ ଯୁଗେ ଏକ ପରିକଳ୍ପନା ହୋଇ ରହିଆସିଛି। ତାହାକୁ ଭିତ୍ତିକରି ଆମ ମନୁଷ୍ୟ ସମାଜ ଯୁବସୁଲଭ ଠାଣିରେ ଅମର ହୋଇ ବଞ୍ଚତ୍ରହିବାର ବାସ୍ତବ ରୂପରେଖ ଶତାବ୍ଦୀ ଶତାବ୍ଦୀ ଧରି ଖୋଜି ଚାଲିଛି। ତେବେ ମନୁଷ୍ୟ ବାସ୍ତବରେ ସର୍ବାଧିକ କେତେଦିନ ଯାଏ ବଞ୍ଚତ୍ପାରିବ, ତାହାର ଉତ୍ତର ବାହାର କରିବାକୁ ସିଙ୍ଗାପୁରର କିଛି ଗବେଷକ ସେମାନଙ୍କର ଅନୁଧ୍ୟାନ ଜାରି ରଖିଛନ୍ତି। ଏ ପରିପ୍ରେକ୍ଷୀରେ ମନୁଷ୍ୟ ୧୨୦ରୁ ୧୫୦ ବର୍ଷ ଯାଏ ଜୀବନଧାରଣ କରିପାରିବ ବୋଲି ଜିରୋ ନାମକ ଜୈବପ୍ରଯୁକ୍ତି କମ୍ପାନୀର ଏହି ଗବେଷକମାନେ କହିଛନ୍ତି। ନେଚର କମ୍ୟୁନିକେଶନ ପତ୍ରିକାରେ ପ୍ରକାଶିତ ସେମାନଙ୍କର ରିପୋର୍ଟ ଅନୁଯାୟୀ, ମୃତ୍ୟୁ ଜୀବନର ଏକ ଅନ୍ତର୍ଭୁକ୍ତ ବା ସ୍ବାଭାବିକ ଜୈବଗୁଣ, ଯାହା ବିଭିନ୍ନ ଚାପ ଉପରେ ନିର୍ଭର କରି ନ ଥାଏ। ଆମେରିକା, ରୁଷିଆ ଓ ବ୍ରିଟେନ୍‌ର ବିଭିନ୍ନ ଗୋଷ୍ଠୀର ସ୍ବାସ୍ଥ୍ୟ ସଂକ୍ରାନ୍ତ ତଥ୍ୟାବଳୀକୁ ତର୍ଜମା କରି ସେମାନେ ଏପରି ନିର୍ଯାସ ପାଇପାରିଛନ୍ତି। ଲୋକେ ପ୍ରତ୍ୟହ ନେଉଥିବା ବିଭିନ୍ନ ପଦକ୍ଷେପ ସାଙ୍ଗକୁ ସେମାନଙ୍କ ରକ୍ତକଣିକା ସଂଖ୍ୟାରେ ସଂଘଟିତ ପରିବର୍ତ୍ତନକୁ ସେମାନେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିଥିଲେ। ମନୁଷ୍ୟର ବୟସ ବଢ଼ିବା ଦ୍ୱାରା ଏପରି ସାର୍ବଜନୀନ ଉପାଦାନ ପ୍ରଦର୍ଶନ କରିଥାଏ, ଯାହା ବିଘଟନ ପାଇଁ କାର୍ଯ୍ୟ କରୁଥିବା ଜଟିଳ ପ୍ରକ୍ରିୟା ସହ ସମତୁଲ ବୋଲି ସେମାନେ କହିଛନ୍ତି। ତେଣୁ ବୟସ ବଢ଼ିବା ସହ କୌଣସି ରୋଗ ବାହାରେ ବି ଶରୀରରେ କ୍ଷୟପ୍ରାପ୍ତ ରକ୍ତକଣିକା ସଂଖ୍ୟାର ଭରଣା ପାଇଁ ସାମର୍ଥ୍ୟ କମି କମି ଆସିଥାଏ। ରକ୍ତକଣିକା ସଂଖ୍ୟାରେ ଏପରି ଅଧୋଗତି ହିଁ ସ୍ବାଭାବିକ ମୃତ୍ୟୁର ଆଗମନକୁ ନିର୍ଦ୍ଧାରଣ କରିଥାଏ। ଏପରି ରକ୍ତକଣିକା ହ୍ରାସରେ ଭରଣା କରିବାର ସାମର୍ଥ୍ୟ ୧୨୦ରୁ ୧୫୦ ବର୍ଷ ଭିତରେ ସମ୍ପୂର୍ଣ୍ଣ ଲୋପ ପାଇଯାଇଥାଏ।
ଆମ ଶାସ୍ତ୍ର ପୁରାଣଗୁଡ଼ିକରେ ଦେବତା, ରାକ୍ଷସ ଓ ମନୁଷ୍ୟମାନଙ୍କର ଅମରତ୍ୱ ନେଇ ଅନେକ କାହାଣୀ ରହିଛି। ଏବେ ବି ଅନେକ ଲୋକ ଅମର ହେବାକୁ ହୁଏତ ଚାହୁଁଥିବେ, କିନ୍ତୁ ଏହା ଅକାଟ୍ୟ ଯେ -‘ମର୍ତ୍ତ୍ୟମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ।’ ସେଇ କାରଣରୁ ବୋଧହୁଏ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏବେ ବାସ୍ତବ ଅମରତ୍ୱ ନୁହେଁ, ମଣିଷ କୃତ୍ରିମ ଅମରତ୍ୱର ଉପାୟ ସୃଷ୍ଟି କରିଛି। ଫେସ୍‌ବୁକ୍‌ ଭଳି ସାରା ପୃଥିବୀର ଲୋକଙ୍କୁ ପ୍ରତି ମୁହୂର୍ତ୍ତରେ ଏକାଠି ଯୋଡ଼ୁଥିବା ସୋସିଆଲ ନେଟ୍‌ୱର୍କିଂ ସାଇଟ୍‌ଗୁଡ଼ିକ ଏଭଳି ଏକ କୃତ୍ରିମ ଦୁନିଆ ସୃଷ୍ଟି କରିଛନ୍ତି, ଯେଉଁଠି ଅନେକ ବାସ୍ତବ ମୃତ୍ୟୁ ପରେ ବି ଅମର ହୋଇ ରହିଛନ୍ତି ଅର୍ଥାତ୍‌ ସେମାନଙ୍କର ଡିଜିଟାଲ ଆତ୍ମା ବଞ୍ଚତ୍ରହିଛି। କଥା ହେଉଛି, ଫେସ୍‌ବୁକ୍‌ରେ ଏଭଳି କୋଟି କୋଟି ମୃତ ଲୋକଙ୍କ ଖାତା ସକ୍ରିୟ ରହିଛି, ଯେଉଁମାନେ ଏ ଧରାଧାମରୁ କେବେଠୁ ବିଦାୟ ନେଇସାରିଲେଣି। ନିକଟରେ ପ୍ରକାଶିତ ଏକ ତଥ୍ୟ ଅନୁଯାୟୀ, ଫେସ୍‌ବୁକ୍‌ ଆରମ୍ଭ ହେବାର ଆଠବର୍ଷ ପରେ ପ୍ରାୟ ୩ କୋଟି ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ମୃତ୍ୟୁ ଘଟିଥିଲା। ଅନୁମାନ ଅନୁଯାୟୀ ପ୍ରତିଦିନ ପ୍ରାୟ ୮ ହଜାର ଫେସ୍‌ବୁକ୍‌ ସଦସ୍ୟଙ୍କ ମୃତ୍ୟୁ ହୋଇଥାଏ। କିନ୍ତୁ ସେହି ବ୍ୟକ୍ତିମାନଙ୍କୁ ଜନ୍ମଦିନ ଶୁଭେଚ୍ଛା ପଠାଇବା ପାଇଁ ଅନ୍ୟ ସଦସ୍ୟମାନଙ୍କୁ ଫେସ୍‌ବୁକ୍‌ ପକ୍ଷରୁ ମନେ ପକାଇ ଦିଆଯାଇଥାଏ। ପ୍ରକୃତରେ ଏଥିପାଇଁ ଏହି ସାଇଟ୍‌ ବା ତା’ର କର୍ତ୍ତୃପକ୍ଷଙ୍କୁ ଦୋଷ ଦେଇହେବନାହିଁ, କାରଣ ସେଥିପାଇଁ ଏକ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଖଞ୍ଜାଯାଇଛି। ଫେସ୍‌ବୁକ୍‌ ବ୍ୟବହାରକାରୀର ମୃତ୍ୟୁ ହେଲେ ତା’ର ସୂଚନା ତା ଖାତା(ଆକାଉଣ୍ଟ)ରେ ଦିଆଯିବା ଆବଶ୍ୟକ। ତା’ପରେ ତାହା ସ୍ମୃତି ଖାତା ହୋଇଯାଏ ଓ ସେହି ବ୍ୟକ୍ତିର ଜନ୍ମଦିନ ଶୁଭେଚ୍ଛା ପଠାଇବା ବନ୍ଦ ହୋଇଯାଏ। ସମସ୍ୟା ହେଉଛି, କୋଟି କୋଟି ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କର ଇତିମଧ୍ୟରେ ମୃତ୍ୟୁ ହୋଇଥିଲେ ହେଁ ସେମାନଙ୍କର ଖାତା ସ୍ମୃତି ହେବା ପାଇଁ ଯେଉଁ ବ୍ୟବସ୍ଥାଟି ରହିଛି, ଜାଣତ ବା ଅଜାଣତରେ ତା’ର ଠିକ୍‌ ଉପଯୋଗ ହେଉନାହିଁ। ଆହୁରି ମଧ୍ୟ ଅନେକ ମୃତକଙ୍କ ଖାତାକୁ ସେମାନଙ୍କ ସମ୍ପର୍କୀୟ ସକ୍ରିୟ ରଖୁଥିବା ଜଣାଯାଏ। କେବଳ ସେତିକି ନୁହେଁ, ପାଶ୍ଚାତ୍ୟ ଜଗତରେ ଏଭଳି ଡିଜିଟାଲ ଆତ୍ମାକୁ ଅମର ରଖିବା ପାଇଁ ଅର୍ଥାତ୍‌ ସେହି ବ୍ୟକ୍ତିର ଇଣ୍ଟରନେଟ୍‌ ଉପସ୍ଥିତିକୁ ସକ୍ରିୟ ରଖିବା ଲାଗି ସେବା ଯୋଗାଇବାକୁ ମଧ୍ୟ କେତେକ କମ୍ପାନୀ ଖୋଲିଗଲାଣି। ଧରାଧାମରୁ ବିଦାୟ ନେଇସାରିଥିଲେ ହେଁ ଜଣକର ଡିଜିଟାଲ ଅସ୍ତିତ୍ୱ ବା ଡିଜିଟାଲ ଆତ୍ମା ଦୁନିଆରେ ବିଚରଣ କରୁ ବୋଲି ଚାହୁଁଥିବା ଲୋକେ ଉଦ୍ଭଟ ହେଲେ ବି ଏଭଳି ସେବାକୁ ଆପଣାଇଛନ୍ତି।
ଶରୀରର ମୃତ୍ୟୁ ହେଲେ ବି ମଣିଷର ଡିଜିଟାଲ ଅବତାରକୁ ବଞ୍ଚାଇ ରଖାଯାଉଛି ଏଇଥିପାଇଁ ଯେ ଭବିଷ୍ୟତରେ କୌଣସି ବ୍ୟକ୍ତି ସେସବୁ ତଥ୍ୟ, ଫଟୋ ବା ଭିଡିଓକୁ ଆଧାରକରି ତା’ ସହ ସମ୍ବନ୍ଧ ଯୋଡ଼ିପାରିବ। ତା’ର ଆଚାର, ବିଚାର ଆଦି ସମ୍ପର୍କରେ ଅବହିତ ହୋଇପାରିବ। ଆଜିକାଲି କୋଟି କୋଟି ଲୋକ ଫେସ୍‌ବୁକ୍‌ରେ କଥା, ଚିତ୍ର ବା ଭିଡିଓ ଉପସ୍ଥାପନ କରି ଆତ୍ମକଥା ଜଣାଇବାକୁ ଏକ ଦୈନନ୍ଦିନ କାର୍ଯ୍ୟରେ ପରିଣତ କରିଦେଲେଣି। ଯଦି ସେମାନଙ୍କ ମୃତ୍ୟୁର ଅନେକ ବର୍ଷ ପରେ କେହି ବନ୍ଧୁ ସେଗୁଡ଼ିକୁ ଦେଖେ, ତାହା ସଂପୃକ୍ତ ବ୍ୟକ୍ତିଟିର ଉପସ୍ଥିତିକୁ ଅନୁଭବ କରାଇଦେବ। ତେଣୁ ଫେସ୍‌ବୁକ୍‌ରେ ଡିଜିଟାଲ ଆତ୍ମାର ଏ ଅମରତ୍ୱ ଅନେକଙ୍କ ପାଇଁ ସାନ୍ତ୍ୱନାର ବିଷୟ ବୋଲି କୁହାଯାଉଛି। ଆଧୁନିକ ସୂଚନା ପ୍ରଯୁକ୍ତି ଉଦ୍ୟୋଗ ଏହି ଡିଜିଟାଲ ଆତ୍ମାକୁ ଦୀର୍ଘଜୀବୀ କରିବା ପାଇଁ ମଧ୍ୟ ବିିଭିନ୍ନ ପ୍ରକାର ଉପାୟ ବାହାର କରୁଛି। କେତେକ ବୈଜ୍ଞାନିକ ଏଭଳି ରୋବଟ୍‌ ତିଆରି କରୁଛନ୍ତି, ଯେଉଁମାନେ ମୃତ ବ୍ୟକ୍ତି ଭଳି ଦିଶିବେ ଓ ସେମାନଙ୍କ ଭଳି କଥା ବି କହିବେ। ଏହାଦ୍ୱାରା ମୃତକଟି ଅନ୍ୟମାନଙ୍କ ପାଇଁ ଅମର ହୋଇ ରହିବ। ଏହି କୃତ୍ରିମ ଅମରତ୍ୱ ଅନେକଙ୍କୁ ଆକର୍ଷଣୀୟ ଓ ମଜାଦାର ଲାଗୁଥାଇପାରେ। ମାତ୍ର ଏହା ଭିତରେ ଯେ ମଣିଷ ମନର ଦୁର୍ବଳତା ଲୁଚିରହିଛି, ଯାହା ତା’ ପାଇଁ ବିପଜ୍ଜନକ ତାହା ଜାଣିବା ଆବଶ୍ୟକ। ଜନ୍ମ ହେଲେ ମୃତ୍ୟୁ ଅନିବାର୍ଯ୍ୟ। ଜୀବନ ଯେତିକି ଜରୁରୀ, ମୃତ୍ୟୁ ବି ସେତିକି ଜରୁରୀ। ମଣିଷ ନିଜକୁ ସାନ୍ତ୍ୱନା ଦେବା ପାଇଁ କୃତ୍ରିମ ଅମରତ୍ୱ ସୃଷ୍ଟି ତାକୁ ଦିନେ ଯେ କବରଖାନାର ଭୂତ ହୋଇ ନ ଡରାଇବ, ତାହା କହିହେବ ନାହିଁ। ଡିଜିଟାଲ କବରଖାନାରେ ଥିବା କୋଟି କୋଟି ମୃତକଙ୍କ ସୂଚନା ଆମର ବାସ୍ତବ ପୃଥିବୀକୁ ମଧ୍ୟ ପ୍ରଭାବିତ କରିପାରେ। ଅର୍ଥାତ୍‌ ମଣିଷର ଖୁସିକୁ ବଢ଼ାଇଦେବା ବଦଳରେ ସୁଖୀ ମଣିଷଟିକୁ ମଧ୍ୟ ଖୁବ୍‌ ଦୁଃଖୀ କରିଦେଇପାରେ। ମୃତ୍ୟୁକୁ ସ୍ବାଭାବିକ ଭାବେ ମଣିଷ ଗ୍ରହଣ କରିବା ହିଁ ତା’ ପାଇଁ ଶ୍ରେୟସ୍କର। କୃତ୍ରିମ ଅମରତ୍ୱ କେବଳ ଏକ ଅବୋଧ ପରିକଳ୍ପନା।

  • ଡା. ସମ୍ରାଟ କର
    ମାନସିକ ରୋଗ ବିଶେଷଜ୍ଞ, ଦି’ବ୍ରେନ୍‌, ପୁରୀଘାଟ ରୋଡ୍‌,
    କଟକ, ମୋ:୯୧୩୨୪୩୩୩୩୩

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri