ବର୍ଷା ଆସୁ ଆସୁ କୃତ୍ରିମ ବନ୍ୟା

ଭୁବନ, ୨୩ା୬(ଡି.ଏନ୍‌.ଏ.): ବର୍ଷା ପୂର୍ବରୁ ପଶିଲାନି ବୁଦ୍ଧି। ନୂତନ ଡ୍ରେନ୍‌ ନିର୍ମାଣ କରିବାକୁ ନା କରାଗଲା ଯୋଜନା ନା ହେଲା ପୂତ୍ତିଗନ୍ଧମୟ ଜଳ ନିଷ୍କାସନ ବ୍ୟବସ୍ଥା। ଏବେ ଅସରାଏ ବର୍ଷାରେ ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷାଜଳ। ଘରେ ପଶୁଛି ମଇଳା ପାଣି। ଆବର୍ଜନା ଭାସି ଆସି ଗଦା ହୋଇ ରହୁଛି ରାସ୍ତାରେ। ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟି ଅଭାବରୁ ଢେଙ୍କାନାଳ ଜିଲା ଭୁବନ ସହରର ୨ନଂ. ଓ୍ବାର୍ଡରେ ବର୍ଷା ଆସୁ ଆସୁ ଏଭଳି କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ।
ଏନ୍‌ଏସି ମାନ୍ୟତା ପାଇବାର ଦୀର୍ଘ ୫ ଦଶନ୍ଧି ପରେ ବି ସର୍ବାଧିକ ଜନବହୁଳ ଭୁବନ ସହରାଞ୍ଚଳର ୨ନଂ. ଓ୍ବାର୍ଡରେ ଡ୍ରେନ୍‌ ନିର୍ମାଣ ହୋଇପାରିନାହିଁ। ଏହାକୁ ନେଇ ଦାବିପତ୍ର ଦିଆଯାଇଛି। ଆନ୍ଦୋଳନ ହୋଇଛି। ଅସନ୍ତୋଷ ମଧ୍ୟ ବଢ଼ିଚାଲିଛି। ହେଲେ ପ୍ରତିକାର ବ୍ୟବସ୍ଥା ପ୍ରତି ସତେଯେମିତି ଆଖି ବୁଜି ଦେଇଛନ୍ତି କର୍ତ୍ତୃପକ୍ଷ। ଫଳରେ ୩୩୦୦ରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଏହି ଓ୍ବାର୍ଡର ବାସିନ୍ଦା ପରିମଳ ସମସ୍ୟାରେ ଘାଣ୍ଟି ହେଉଛନ୍ତି।
ଅଞ୍ଚଳବାସୀଙ୍କ କହିବା କଥା, ନୂଆ ଭୁବନ, କାଳୀବଜାର, କଲଣି ଛକ, ବାଉଁଶକଣ, ଶାସନ, କୋହ୍ଲସାହିକୁ ନେଇ ଗଠିତ ଓ୍ବାର୍ଡ ନଂ. ୨ ହେଉଛି ଉଭୟ ବ୍ୟବସାୟିକ ଏବଂ ଶିକ୍ଷାର କେନ୍ଦ୍ରସ୍ଥଳ। ଏଠାରେ ଗଢ଼ିଉଠିଛି ନୂଆ ଭୁବନ ସରକାରୀ ଉଚ୍ଚ ବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ମହିଳା କଲେଜ, ତହସିଲ କାର୍ଯ୍ୟାଳୟ ଭଳି ଏକାଧିକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନ। ତେବେ ଅବ୍ୟବସ୍ଥିତ ଜଳ ନିଷ୍କାସନ ବ୍ୟବସ୍ଥା ଯୋଗୁ ଏବେ ସମଗ୍ର ଓ୍ବାର୍ଡବାସୀ, ଛାତ୍ରୀଛାତ୍ର, ତହସିଲ କର୍ମଚାରୀ, ପଥଚାରୀ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ବିଶେଷକରି ନୂଆଭୁବନ ଗୋପାଳସାହିଠାରୁ ଆରମ୍ଭ କରି ପୁରୁଣା ସିନେମା ହଲ୍‌ ପର୍ଯ୍ୟନ୍ତ ବସବାସ କରୁଥିବା ପରିବାର ଅବ୍ୟବସ୍ଥିତ ପରିମଳରେ ଘାଣ୍ଟି ହେଉଛନ୍ତି। ଡ୍ରେନ୍‌ ସୁବିଧା ନ ଥିବାରୁ ଲୋକଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଦୂଷିତ ପାଣି ରାସ୍ତାରେ ମାଡୁଛି। ଏହି ମଇଳା ପାଣି ନୂଆ ଭୁବନ ଶିବମନ୍ଦିର ନିକଟରେ ଜମା ହେଉଛି। ବ୍ରାହ୍ମଣ ଶାସନ ସମ୍ମୁଖରେ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳୁଛି। ଡ୍ରେନ୍‌ ନ ଥିବାରୁ ବର୍ଷାପାଣି ନିଷ୍କାସନ ହୋଇପାରୁନାହିଁ। ପାଣିସ୍ରୋତରେ ୫୫ନଂ. ଜାତୀୟ ରାଜପଥ ସମେତ ନୂଆ ଭୁବନ ଛକ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇ ମରଣଯନ୍ତା ପାଲଟିଛି। ଦୈନିକ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଦିନକୁ ଦିନ ସମସ୍ୟା ବଢୁଥିବାବେଳେ ଏଥିପ୍ରତି ଗୁରୁତ୍ୱ ନ ଦେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ଚେତାବନୀ ଦେଇଛନ୍ତି।

ମଶା ଉପଦ୍ରବ ସୀମା ଟପିଲାଣି
ଅବ୍ୟବସ୍ଥିତ ପରିମଳ ବ୍ୟବସ୍ଥା ପାଇଁ ୨ନଂ. ଓ୍ବାର୍ଡରେ ମଶା ଉପଦ୍ରବ ସୀମା ଟପିଲାଣି। ଡ୍ରେନ୍‌ ନ ଥିବାରୁ ଘରର ମଇଳା ପାଣି ରାସ୍ତାରେ ମାଡୁଛି। ଦୁର୍ଗନ୍ଧରେ ନାକ ଫାଟୁଛି। ସମସ୍ୟା ପ୍ରତି ଏନ୍‌ଏସି କର୍ତ୍ତୃପକ୍ଷ ଆଖି ବୁଜି ଦେଇଛନ୍ତି।
-ପଣ୍ଡିତ ପ୍ରମୋଦ ମିଶ୍ର, ସାମାଜିକ କର୍ମୀ

ଅସରାଏ ବର୍ଷାରେ ଦୁର୍ଦ୍ଦଶା ବଢୁଛି
ଅସରାଏ ବର୍ଷା ହେଲେ ୨ନଂ. ଓ୍ବାର୍ଡବାସୀଙ୍କ ଦୁର୍ଦ୍ଦଶା ବଢୁଛି। ନୂଆ ଭୁବନ ଛକରେ ନିର୍ମାଣ ହୋଇଥିବା ଡ୍ରେନ୍‌ କାମରେ ଆସୁନାହିଁ। ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାରେ ଚାଲୁଛି। ସମସ୍ୟା ପ୍ରତି କେହି ଦୃଷ୍ଟି ଦେଉନାହାନ୍ତି।
-ଅରୁଣ ସାହୁ, ପୂର୍ବତନ କାଉନ୍‌ସିଲର

ସମାଧାନ ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି
ପାଣି ଜମି ରହୁଥିବା ସ୍ଥାନରେ ଏନ୍‌ଏସି ପକ୍ଷରୁ ଅସ୍ଥାୟୀ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇଛି। ସର୍ଭେ କରାଯାଇ ଡ୍ରେନ୍‌ ନିର୍ମାଣ କରା ନ ଗଲେ ବର୍ଷାପାଣି ନିଷ୍କାସନ ହୋଇପାରିବ ନାହିଁ। ଏନ୍‌ଏସି ବୈଠକରେ ଏହାର ସମାଧାନ ପାଇଁ ନିଷ୍ପତ୍ତି ହୋଇଛି।
-ଶ୍ୟାମସୁନ୍ଦର ସାହୁ, ନିର୍ବାହୀ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri