Posted inଜାତୀୟ

ଜମ୍ମୁ-କଶ୍ମୀରରେ ଲାଗୁ ହୋଇପାରେ ଅନୁଚ୍ଛେଦ ୩୭୧ ! …

ନୂଆଦିଲ୍ଲୀ,୨୭।୬: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ସ୍ଥାନୀୟ ରାଜନୈତିକ ଦଳ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବାର ବର୍ଷେ ୧୦ ମାସ ପରେ ଜୁନ୍‌ ୨୪ରେ ଜମ୍ମୁ-କଶ୍ମୀର ୮ଟି ରାଜନୈତିକ ଦଳର ୧୪ ନେତାଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା ସମୟରେ ଅନୁଚ୍ଛେଦ ୩୭୦ ପୁଣି ଲାଗୁ କରିବା ଉପରେ ଦାବି ହୋଇଛି। ମେହବୁବା ମୁଫ୍‌ତି, ଓମାର ଅବଦୁଲ୍ଲା ପ୍ରମୁଖ ନେତା ଜମ୍ମୁ-କଶ୍ମୀରକୁ ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ସହିତ ଅନୁଚ୍ଛେଦ ୩୭୦ ପୁଣି ଲାଗୁ କରିବାକୁ ଅଡ଼ି ବସିଛନ୍ତି। ଏପରିସ୍ଥଳେ ବୃଦ୍ଧି ପାଉଥିବା ଅସନ୍ତୋଷକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୧ ଲାଗୁ କରାଯିବାର ସମ୍ଭାବନା ରହିଥିବା ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଉଛି। ଅନୁଚ୍ଛେଦ ୩୭୦ ଲାଗୁ ହେବା ଦାବିକୁ ଦୁର୍ବଳ କରିବା ଲାଗି ଜମ୍ମୁ-କଶ୍ମୀରର କେତେକ ଅଞ୍ଚଳରେ ଅନୁଚ୍ଛେଦ ୩୭୧ ପ୍ରଣୟନ କରାଯାଇପାରେ।

ଅନୁଚ୍ଛେଦ ୩୭୧ ହିମାଚଳ ପ୍ରଦେଶ, ଗୁଜରାଟ, ଉତ୍ତରାଖଣ୍ଡ ସମେତ ଦେଶର ୧୧ ରାଜ୍ୟରେ ପ୍ରଣୟନ କରାଯାଇଛି। ଭାରତୀୟ ସମ୍ବିଧାନ ଅନୁସାରେ ଅନୁଚ୍ଛେଦ ୩୭୧ ସୀମିତ ସାୟତ୍ତତା ପ୍ରଦାନ କରିଥାଏ। ନାଗାଲାଣ୍ଡ, ଆସାମ, ମଣିପୁର, ସିକିମ୍‌, ମିଜୋରାମ୍‌, ଅରୁଣାଚଳପ୍ରଦେଶ ଆଦି ରାଜ୍ୟରେ ସ୍ବତନ୍ତ୍ର ଅନୁଚ୍ଛେଦ ୩୭୧(ଏରୁ ଜେ) ଲାଗୁ କରାଯାଇଛି। ଏହା ସ୍ଥାନୀୟ ଅଞ୍ଚଳର ଜନଜାତି ସଂସ୍କୃୃତିକୁ ସୁରକ୍ଷା ପ୍ରଦାନ କରିଥାଏ। ମହାରାଷ୍ଟ୍ର, ଗୋଆ, ଆନ୍ଧ୍ରପ୍ରଦେଶରେ ମଧ୍ୟ କେତେକ କ୍ଷେତ୍ରରେ ଅନୁଚ୍ଛେଦ ୩୭୧ ଲାଗୁ କରାଯାଇଛି। ସେହିପରି ଅନ୍ୟ କେତେକ ରାଜ୍ୟରେ ନିର୍ଦ୍ଦିଷ୍ଟ ସମୟ ପରେ ଏହାର ଉଚ୍ଛେଦ କରାଯାଇଛି।

ଅନୁଚ୍ଛେଦ ୩୭୧ ଅନ୍ତର୍ଗତ ହିମାଚଳପ୍ରଦେଶରେ କୌଣସି ବାହାର ବ୍ୟକ୍ତି ଚାଷ ଜମି କିଣିପାରିବେ ନାହିଁ। ସେହିପରି ନାଗାଲାଣ୍ଡରେ ଏହା ଅର୍ନ୍ତଗତ ୩ଟି ଅଧିକାର ଲାଗୁ ହୋଇଛି। ସ୍ଥାନୀୟ ବାସିନ୍ଦାଙ୍କ ସାଂସ୍କୃତିକ ଏବଂ ଧାର୍ମିକ ପ୍ରସଙ୍ଗରେ ଆଇନଗତ ହସ୍ତକ୍ଷେପ କରାଯାଇ ପାରିବ ନାହିଁ। ନାଗା ସମ୍ପ୍ରଦାୟଙ୍କ ପ୍ରଥାଗତ ଆଇନ ଓ ପରମ୍ପରାରେ ହସ୍ତକ୍ଷେପ କରାଯିବ ନାହିଁ। କୌଣସି ଅଣ ନାଗା ବ୍ୟକ୍ତିଙ୍କୁ ଜମି ସ୍ଥାନାନ୍ତରଣ କରାଯାଇ ପାରିବ ନାହିଁ।

ଅନୁଚ୍ଛେଦ ୩୭୧ ଅନୁସାରେ ମିଜୋରାମ୍‌ରେ ମଧ୍ୟ କୌଣସି ବାହାର ବ୍ୟକ୍ତି ଜମି କିଣି ପାରିବେ ନାହିଁ। ମଣିପୁରରେ ଅନୁଚ୍ଛେଦ ୩୭୧ର ବିଶେଷ ପ୍ରାବଧାନ ଅନ୍ତର୍ଗତ ପାହାଡ଼ିଆ ଅଞ୍ଚଳର କେତେକ ସଦସ୍ୟ ବିଧାନସଭାକୁ ଆସିଥାନ୍ତିି। ଏହା ରାଜ୍ୟପାଳଙ୍କ ଅନୁସାରେ ସମ୍ପନ୍ନ କରାଯାଇଥାଏ।

ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାରେ ଅନୁଚ୍ଛେଦ ୩୭୧ ଅନ୍ତର୍ଗତ ରାଜ୍ୟର ସମସ୍ତ ଅଞ୍ଚଳରେ ସମାନ ରୋଜଗାର ଓ ଶିକ୍ଷା ବ୍ୟବସ୍ଥା ଉପଲବ୍ଧ କରାଯିବା ସହିତ ଏକ୍ଷେତ୍ରରେ ଆବଶ୍ୟକ ସ୍ଥଳେ ରାଷ୍ଟ୍ରପତିଙ୍କ ପରାମର୍ଶ ଗ୍ରହଣ କରିବାର ଅଧିକାର ରହିଛି। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରେ ମଧ୍ୟ ଅନୁଚ୍ଛେଦ ୩୭୧ ଲାଗୁ କରିବା ଉପରେ ଚିନ୍ତା କରୁଥିବା ନେଇ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri