Posted inଜାତୀୟ

‘୩୭୦’ କୁ ନେଇ ଇନ୍ଦିରାଙ୍କୁ ମାନେ ପକାଇଲେ ଅମିତ ଶାହା, ଜାଣନ୍ତୁ କାହିଁକି ?

ପରଭାନି/ଜଲଗାଓଁ/ଧୁଲେ,୧୩ା୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସ୍ବର୍ଗରୁ ଓହ୍ଲାଇ ଆସିଲେ ବି ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ପୁନଃ ଅବସ୍ଥାପିତ କରିପାରିବେ ନାହିଁ ବୋଲି ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ମାତ୍ର ସପ୍ତାହେ ବାକି ଥିବାବେଳେ ଭାଜପାର ଷ୍ଟାର୍‌ କ୍ୟାମ୍ପେନର ଶାହା ମରାଥନ୍‌ ପ୍ରଚାର କରି ଏକାଧିକ ସଭାକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ମୁସଲିମ୍‌ ସଂରକ୍ଷଣ ପ୍ରସଙ୍ଗରେ କଂଗ୍ରେସକୁ ଘେରିଛନ୍ତି। ମୁଖ୍ୟ ବିରୋଧୀ ଦଳ ଅନେକ ବର୍ଷ ଧରି ରାମମନ୍ଦିର ନିର୍ମାଣରେ ମଧ୍ୟ ପ୍ରତିବନ୍ଧକ ସାଜିଥିଲା ବୋଲି ଶାହା ସମାଲୋଚନା କରିଛନ୍ତି।
ରାଜନୈତିକ ଦୃଷ୍ଟିରୁ ଦେଶର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ମହାରାଷ୍ଟ୍ର ବିଧାନସଭାର ୨୮୮ ଆସନ ପାଇଁ ନଭେମ୍ବର ୨୦ରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଭୋଟ ଗଣତି ୨୩ରେ କରାଯିବ। ଭାଜପା ଅଜିତ୍‌ ପାଓ୍ବାରଙ୍କ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଏବଂ ଏକନାଥ ଶିନ୍ଦେଙ୍କ ଶିବସେନା ସହ ମେଣ୍ଟ କରି ମହାୟୁତି ବ୍ୟାନରରେ ନିର୍ବାଚନ ଲଢ଼ୁଥିବାବେଳେ  ଉଦ୍ଧବ ଠାକ୍‌ରେଙ୍କ ଶିବସେନା (ୟୁବିଟି), ଏନ୍‌ସିପି (ଶରଦ ପାଓ୍ବାର) ଏବଂ କଂଗ୍ରେସକୁ ନେଇ ଗଠିତ ବିରୋଧୀ ମହାବିକାଶ ଅଘାଡ଼ି (ଏମ୍‌ଭିଏ) ଶାସକ ମେଣ୍ଟକୁ କ୍ଷମତାଚ୍ୟୁତ କରିବା ପାଇଁ ଅଣ୍ଟା ଭିଡ଼ିଛି। ମତଦାନ ତାରିଖ ପାଖେଇ ଆସୁଥିବାବେଳେ ପ୍ରଚାର ରୋଚକ ମୋଡ଼ରେ ପହଞ୍ଚତ୍ଛି। ଶାସକ ମହାୟୁତି ମେଣ୍ଟର ପ୍ରଚାର ପାଇଁ ଶାହା ଧୁଲେରେ ଏକ ସଭାକୁ ସମ୍ବୋଧିତ କରି କହିଛନ୍ତି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ମନେରଖିବା ଉଚିତ ଯେ, ତାଙ୍କ ପୂର୍ବ ଚତୁର୍ଥ ପିଢ଼ି ଫେରିଲେ ବି ଦଳିତ, ଆଦିବାସୀ ଓ ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣକୁ ଛଡ଼ାଇ ନେଇ  ମୁସଲମାନମାନଙ୍କୁ ଦେଇପାରିବେ ନାହିଁ।
ସେହିପରି ୨୦୧୯ ଅଗଷ୍ଟ ୫ରେ ଉଚ୍ଛେଦ ହୋଇସାରିଥିବା ଅନୁଚ୍ଛେଦ ୩୭୦କୁ କୌଣସି ପରିସ୍ଥିତିରେ ମଧ୍ୟ ପୁନଃ ଅବସ୍ଥାପିତ କରିବାକୁ ଦିଆଯିବ ନାହିଁ। ଏପରି କି ଇନ୍ଦିରା ଗାନ୍ଧୀ ସ୍ବର୍ଗରୁ ଓହ୍ଲାଇ ଆସିଲେ ବି ଏହାକୁ ଫେରାଇ ଆଣିପାରିବେ ନାହିଁ। ଶାହା ଏମ୍‌ଭିଏକୁ ଔରଙ୍ଗଜେବ୍‌ ଫ୍ୟାନ୍‌ କ୍ଲବ୍‌ ଭାବେ ଅଭିହିତ କରି ଭାଜପା ନେତୃତ୍ୱାଧୀନ ମହାୟୁତିକୁ ମରାଠା ଯୋଦ୍ଧା ରାଜା ଛତ୍ରପତି ଶିବାଜୀ ମହାରାଜ ଓ ସ୍ବାଧୀନତା ସଂଗ୍ରାମୀ ବୀର ସାବରକରଙ୍କ ଆଦର୍ଶ ଦ୍ୱାରା ଅନୁପ୍ରାଣିତ ମେଣ୍ଟ ବୋଲି କହିଛନ୍ତି। ନଭେମ୍ବର ୨୦ ନିର୍ବାଚନରେ ଏମ୍‌ଭିଏ ଜିତିଲେ ମହାରାଷ୍ଟ୍ର କଂଗ୍ରେସର ଏଟିଏମ୍‌ରେ ପରିଣତ ହୋଇଯିବ ବୋଲି ଜଲଗାଓଁରେ ପ୍ରଚାରବେଳେ ଶାହା ସମାଲୋଚନା କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…

ନୂଆଦିଲ୍‌ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...

ବିଲରୁ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡିଲା ବିଲୁଆ

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିରେ ମାତିଛି ବିଲୁଆ। ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁର ସୁକୁନୁ ଜେନା(୫୮), ସୋଲି ସ୍ବାଇଁ(୬୦),ତପସ୍ବିନୀ ଜେନା(୨୫),ଶର୍ମିଲା ଜେନା(୩୫),ଗୁରୁଦେବ ରଣା(୩୮)ବିଲୁଆ...

ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଲେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ, ମା’ଙ୍କୁ ଭେଟି କହିଲେ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ଘରେ ରବିବାର ପହଞ୍ଚିଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ...

୨୫ରୁ କୂର୍ମୀ କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ମହାସଭା: ଘୁମୁସର ବୀର ଚକରାଙ୍କ ଇତିହାସ ଜାଣିବେ

ଭଞ୍ଜନଗର,୭।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥାର ଦ୍ୱାଦଶତମ...

ଶୀତରେ ଥରୁଛି ଜି. ଉଦୟଗିରି: ଲୋକଙ୍କ ପାଇଁ ନିଆଁ ହିଁ ସାହା ଭରସା

ଜି.ଉଦୟଗିରି,୭।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସବୁଜ ସୁନ୍ଦର ଚତୁଃପାର୍ଶ୍ୱରେ ପାହାଡ଼ ପର୍ବତ ଘେରି ରହିଥିବା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ ତାପମାତ୍ରା...

ଭୁବନେଶ୍ୱରରେ ପହଞ୍ଚିଲେ ଯଶପ୍ରୀତ୍‌ ବୁମ୍‌ରା

ଭୁବନେଶ୍ୱର,୭ା୧୨: ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍‌ରା। ଆସନ୍ତା ୯ ତାରିଖରେ ବାରବାଟୀରେ T-20 ଖେଳିବାକୁ ଆଗୁଆ ଆସି...

ରବିବାର ବି ଇଣ୍ଡିଗୋର ୨୨୦ରୁ ଅଧିକ ବିମାନ ରଦ୍ଦ, ସରକାରଙ୍କ ନିର୍ଦ୍ଦେଶ ରାତି ୮ଟା ସୁଦ୍ଧା ଫେରାନ୍ତୁ ଟଙ୍କା

ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ଏୟାରଲାଇନ୍ସର କାର୍ଯ୍ୟକ୍ଷମ ସଙ୍କଟ ସମାଧାନ ଏବଂ ସ୍ବାଭାବିକତା ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଛି। ତଥାପି, ଏହି ସଙ୍କଟ ଲଗାତାର ଷଷ୍ଠ...

ଇଣ୍ଡିଗୋ ସଙ୍କଟକୁ ନେଇ କଡ଼ା ହେଲେ ସରକାର, CEOଙ୍କୁ ଶୋ କଜ୍‌ ନୋଟିସ ପଠାଇଲା DGCA, ଗଠନ ହେଲା କମିଟି

ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ବିମାନ ଚଳାଚଳରେ ବ୍ୟାପକ ବିଳମ୍ବ ଏବଂ ବାତିଲ ହେବା ପରେ, କମ୍ପାନୀ ଏକ ସଙ୍କଟ ପରିଚାଳନା ଦଳ ଗଠନ କରିଛି। କମ୍ପାନୀର ମୂଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri