Categories: ଜାତୀୟ

‘ସବୁଦିନ ପାଇଁ ୩୭୦ ଧାରାକୁ ସମାଧି ଦିଆଯାଇଛି’

ଶିମଲା,୧୫।୬: ଜମ୍ମୁ-କଶ୍ମୀରର ୩୭୦ ଧାରାକୁ ସବୁଦିନ ପାଇଁ ସମାଧି ଦିଆଯାଇଛି। ବର୍ତ୍ତମାନ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପରିଗଣିତ ରାଜ୍ୟକୁ ପୁଣି ଥରେ ରାଜ୍ୟ ମାନ୍ୟତା ଫେରାଇ ଦିଆଯିବ। ଏଥିନେଇ ଭାଜପା ପ୍ରତିବଦ୍ଧ। ମଙ୍ଗଳବାର ଏଭଳି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ।

ଭାଜପାର ୩ ଦିନିଆ ଚିନ୍ତନ ଶିବିରରେ ଯୋଗଦେବା ପାଇଁ ଶିମଲା ଗସ୍ତ କରିଛନ୍ତି ଅନୁରାଗ। ଏହି ଅବସରରେ ସେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, କଂଗ୍ରେସର କିଛି ନେତା ୩୭୦ ଧାରାକୁ ପୁଣି ଥରେ କାର୍ଯ୍ୟକାରୀ କରିବା ଲାଗି ପାକିସ୍ତାନୀ ଜର୍ନାଲିଷ୍ଟଙ୍କ ସହ ଆଲୋଚନା କରୁଛନ୍ତି। ଏହା ଦେଶ ସହ ବିଶ୍ୱାସଘାତକତା କଲା ଭଳି।

Share