ପର୍ଯ୍ୟଟନ ବିଭାଗ ଦୃଷ୍ଟି ଆଢୁଆଳରେ ଆର୍ତ୍ତେଶ୍ୱର ପୀଠ

ଡେରାବିଶ,୫ା୯(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଅର୍ତ୍ତେଶ୍ୱରଙ୍କ ମନ୍ଦିର ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଡୁଆଳରେ ରହିଛି। କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ ମହଙ୍ଗ ପଞ୍ଚାୟତ ଜଗନ୍ନାଥପୁରଠାରେ ରହିଛି ଏହି ପ୍ରସିଦ୍ଧ ଶୈବପୀଠ। ଗୋବରୀ ନଦୀ କୂଳରେ ଥିବା ଏହି ପୀଠର ମହିମା, ଅଲୌକିକତା ଭକ୍ତି ଓ ବିଶ୍ୱାସକୁ ସାଧାରଣରେ ଦୃଢ଼ୀଭୂତ କରିଛି। ଜନଶ୍ରୁତି ଅନୁଯାୟୀ, ଗୋବରୀ ନଦୀ ପଠାରେ ଥିବା ଘଞ୍ଚ ଜଙ୍ଗଲରେ ଜଣେ କାଠୁରିଆ କାଠ କାଟୁଥିବା ବେଳେ କୁରାଢ଼ି ଚୋଟ ଏକ ପଥରରେ ବାଜିଥିଲା। ତାହା ମୁଗୁନି ପଥର ଥିଲେ ମଧ୍ୟ କୁରାଢି ଚୋଟରେ ରକ୍ତସ୍ରାବ ହୋଇଥିଲା। କାଠୁରିଆ ଏହି ଦୃଶ୍ୟ ଦେଖି ସ୍ଥାନୀୟ ଲୋକଙ୍କୁ କହିଥିଲେ। ସେ ସମୟରେ ଆଳି ରାଜାଙ୍କ ଇଲାକାରେ ଉକ୍ତ ଅଞ୍ଚଳ ଥିଲା। ସେହି ରାତିରେ ଆଳି ରାଜା ଓ କାଠୁରିଆ ଉଭୟଙ୍କୁ ସ୍ବପ୍ନାଦେଶ ହୋଇଥିଲା। ରାଜା ଘଟଣାସ୍ଥଳକୁ ଆସି ସେହି ସ୍ଥାନଟିକୁ ଖୋଳିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ସ୍ଥାନ ଖୋଳା ହେବା ପରେ ଏକ ଶିବଶକ୍ତି ଥିବା ଦେଖିବାକୁ ମିଳିଥିଲା ବୋଲି ଜନଶ୍ରୁତି ଅଛି ବୋଲି ବ୍ରଜ କିଶୋର ପଣ୍ଡା କହିଛନ୍ତି। ପରେ ରାଜା ଅସ୍ଥାୟୀ ଭାବେ ଏକ ଚାଳ ଛପର ଘର ନିର୍ମାଣ କରିବା ସହ ପୁରୀରୁ ଦୁଇଜଣ ବ୍ରାହ୍ମଣଙ୍କୁ ଆଣି ସେହି ସ୍ଥାନରେ ସ୍ଥାୟୀ ଭାବେ ରହିବା ବ୍ୟବସ୍ଥା କରାଇଥିଲେ। ତେବେ ପୁରୀରୁ ଆସିଥିବା ବ୍ରାହ୍ମଣ ସ୍ଥାନୀୟ ଲୋକଙ୍କ ସହାୟତାରେ ନିକଟସ୍ଥ ଲଳିତଗିରି ଗ୍ରାମରୁ ବଉଳମାଳିଆ ପଥରରେ ଆର୍ତ୍ତେଶ୍ୱରଙ୍କ ମନ୍ଦିର ନିର୍ମାଣ ଆରମ୍ଭ କରାଇଥିଲେ। ପରେ ବହୁ ବଦାନ୍ୟ ବ୍ୟକ୍ତିଙ୍କ ଉଦ୍ୟମରେ ପୂର୍ଣ୍ଣାଙ୍ଗ ମନ୍ଦିର ନିର୍ମାଣ ହେବା ସହ ବେଢାରେ ଶ୍ରୀଜଗନ୍ନାଥ, ପଞ୍ଚମୁଖି ହନୁମାନ ଓ ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ତିଆରି ହୋଇଥିଲା। ଗୋବରୀ ନଦୀ କୂଳରେ ଥିବା ସବୁଜିମା ଓ ନଦୀର କଳ କଳ ନାଦ ଶୈବ ପୀଠର ନୈସର୍ଗିକ ଶୋଭା ବଢ଼ାଇଛି ା ଆର୍ତ୍ତେଶ୍ୱରଙ୍କ ପୀଠରେ ବିଭିନ୍ନ ପର୍ବପର୍ବାଣି ପାଳିତ ହୋଇଥାଏ। ପବିତ୍ର ତ୍ରିବେଣୀ ଅମାବାସ୍ୟା ଅବସରରେ ମେଳା ଓ ମହାରୁଦ୍ର ମହାଯଜ୍ଞ ୭ଦିନ ଧରି ଅନୁଷ୍ଠିତ ହୋଇଥାଏ। ଏହି ସମୟରେ ମନ୍ଦିର ବେଢ଼ାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଏ ବୋଲି କମିଟିର ଉପଦେଷ୍ଟା ନାରାୟଣ ଲେଙ୍କା କହିଛନ୍ତି। ଲେଙ୍କାଙ୍କ କହିବା ଅନୁଯାୟୀ, ମନ୍ଦିର ବେଢାରେ ବିବାହ, ବ୍ରତ ସାଙ୍ଗକୁ ଶୀତଳ ଷଷ୍ଠୀ ତିଥିରେ ଶିବ ବିବାହ ମଧ୍ୟ ଅନୁଷ୍ଠିତ ହୋଇଥାଏ। ମାତ୍ର ପର୍ଯ୍ୟଟନ ବିଭାଗର ଏହି ପୀଠକୁ ଅଣଦେଖା ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରିଛି। ସେହିପରି ଶିକ୍ଷାବିତ୍‌ ଈଶ୍ୱର ଚନ୍ଦ୍ର ପୃଷ୍ଠି, ମନ୍ଦିର କମିଟି ସମ୍ପାଦକ ତାରାକିଙ୍କର ଚାଟାର୍ଜୀ କୁହନ୍ତି, ଆର୍ତ୍ତେଶ୍ୱରଙ୍କ ପୀଠ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏଥିସହ ନଦୀ ପଠାରେ ଥିବା ସୁନ୍ଦର ଜଙ୍ଗଲରେ ପ୍ରତି ବର୍ଷ ଶୀତ ଋତୁରେ ବଣ ଭୋଜିର ଆସର ଜମେ। ପ୍ରଶାସନର ଅଣଦେଖା ଯୋଗୁ ଏହି ପୀଠଟି ଅବହେଳିତ ଅବସ୍ଥାରେ ରହିଛି। ସେହିପରି କମିଟିର କର୍ମକର୍ତ୍ତା ସୁବ୍ରତ ରାଉତ, ବୀରବର ସାହୁ, ସନ୍ତୋଷ କୁମାର ରାଉତ ଓ ପ୍ରଦୀପ ନାୟକ ଏହି ପୀଠକୁ ଏକ ପୂର୍ଣ୍ଣାଙ୍ଗ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ପାଇଁ ଜିଲା ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି। ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲାପାଳ ପୀତାମ୍ବର ସାମଲଙ୍କୁ ଯୋଗଯୋଗ କରାଯାଇଥିଲା। ସେ କୁହନ୍ତି, ଆର୍ତ୍ତେଶ୍ୱର ମନ୍ଦିର କମିଟି କର୍ମକର୍ତ୍ତାମାନେ ଏହି ମନ୍ଦିରର ଐତିହ୍ୟ ଓ ସ୍ଥିତି ସମ୍ପର୍କରେ ଜିଲାପାଳଙ୍କ ନିକଟରେ ଆବେଦନ କରିବା ପରେ ପ୍ରଶାସନ ପକ୍ଷରୁ ଅନୁଧ୍ୟାନ କରାଯାଇ ଯାହା କିଛି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri