କଳାସଂସ୍କୃତିରେ କରୋନା କାଳିମା

ଢେଙ୍କାନାଳ ଅଫିସ, ୯।୮: କରୋନା ପାଇଁ କଳାସଂସ୍କୃତିରେ ଲାଗିଛି ଗ୍ରହଣ। ସଞ୍ଜ ନଇଁଲେ ଚିକ୍‌ମିକ୍‌ ଆଲୁଅ ରୋଶଣିରେ ଫାଟି ପଡୁଥିବା ପେଣ୍ଡାଲରେ ରାଜୁତି କରୁଛି ଅସମ୍ଭବ ନୀରବତା ଆଉ ଅନ୍ଧାର। ନିଃଶବ୍ଦ ହୋଇଯାଇଛି ଘୁଙ୍ଗୁରର ରୁଣୁଝୁଣୁ ଶବ୍ଦ। ହତାଶ ହୋଇପଡ଼ିଛନ୍ତି ଶିଳ୍ପୀ। ହାତବାନ୍ଧି ବସିଛନ୍ତି କଳାକାର। ନାଟକ, ସମାରୋହ, ଉତ୍ସବ, ମହୋତ୍ସବ ସବୁକିଛି ଅଟକି ଯାଇଛି। କୋଭିଡ୍‌-୧୯ ସଂକ୍ରମଣ ଭୟ କଳାସଂସ୍କୃତିର ବିକାଶ ଉପରେ ବ୍ରେକ୍‌ ଲଗାଇଥିବାବେଳେ ଏହା ଉପରେ ନିର୍ଭର କରି ଗୁଜରାଣ ମେଣ୍ଟାଉଥିବା କଳାକାର ଦୁର୍ଦ୍ଦିନରେ।
ଲୋକକଳାର ଭଣ୍ଡାର ଢେଙ୍କାନାଳ। କଳାସଂସ୍କୃତିର ବିକାଶରେ ଓଡ଼ିଶା ସମେତ ସାରା ଦେଶରେ ସ୍ବତନ୍ତ୍ର ପରିଚୟ ହାସଲ କରିଛି ଏହି ଜିଲା। ପ୍ରତିକୂଳ ସମୟ ଆସିଛି ଆଉ ଚାଲିଯାଇଛି, ହେଲେ ପାରମ୍ପରିକ କଳାରୁ ମୁହଁ ଫେରାଇ ନେବା ବଦଳରେ ଏହାକୁ ସଂରକ୍ଷିତ କରି ରଖିଛନ୍ତି କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ। ଜିଲା ପ୍ରଶାସନର ଉଦ୍ୟମ, କଳାର ପୂଜାରୀଙ୍କ ସହଯୋଗରେ ଏଠାରେ ବର୍ଷତମାମ ନାଟକ, ଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି। ଫଳରେ ବିଂଶଶତାବ୍ଦୀରେ ମଧ୍ୟ ଜିଲାରେ ସୁରକ୍ଷିତ ହୋଇ ରହିଛି ୧୪ ବିଭାଗରେ ପାରମ୍ପରିକ ଲୋକକଳା। ପ୍ରାୟ ୩୦,୦୦୦ କଳାକାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଏହା ଉପରେ ନିର୍ଭରଶୀଳ। ଏହାକୁ ବାଦ୍‌ ଦେଲେ ଅନ୍ୟ ନୃତ୍ୟ, ମଞ୍ଚନାଟକକୁ ୫୦୦ରୁ ଊର୍ଦ୍ଧ୍ୱ କଳାକାର ବୃତ୍ତିଭାବେ ଗ୍ରହଣ କରିଛନ୍ତି। ଜିଲାରେ କଳା ଓ କଳାକାରଙ୍କୁ ପ୍ରୋତ୍ସାହିତ କରିବାକୁ ୨୦୦ରୁ ଊର୍ଦ୍ଧ୍ୱ ସାଂସ୍କୃତିକ ଅନୁଷ୍ଠାନ ଥିବାବେଳେ ଢେଙ୍କାନାଳ ସହରରେ ଏହିସଂଖ୍ୟା ପାଖାପାଖି ୫୦। ଖାସ୍‌ ଏହି କାରଣରୁ ଲୋକକଳାର ପୃଷ୍ଠପୋଷକ ଲାଗି ଢେଙ୍କାନାଳ ପାଲଟିଛି ଆଦର୍ଶ। ଲୋକକଳାର ସଂରକ୍ଷଣ ପାଇଁ ରାଜ୍ୟସ୍ତରରେ ଜିଲା ୩ ଥର ପୁରସ୍କୃତ ହେବା ଏହାର ଏକ ଉଦାହରଣ। ସେହିପରି ମଞ୍ଚନାଟକରେ ମଧ୍ୟ ଜିଲାର ସ୍ବତନ୍ତ୍ର ପରିଚୟ ରହିଛି। ବର୍ଷର ବିଭିନ୍ନ ସମୟରେ ପ୍ରତିଯୋଗିତାଭିତ୍ତିକ ନାଟକରେ ରାଜ୍ୟ ତଥା ରାଜ୍ୟ ବାହାରୁ ନାଟ୍ୟଦଳ ନିମନ୍ତ୍ରିତ ହୋଇ ଆସିଥାନ୍ତି। ଏହାଦ୍ୱାରା କଳାର ବିକାଶ ଘଟିବା ସହ ସାଂସ୍କୃତିକ ସମ୍ମିଶ୍ରଣ ହେଉଥିଲା। ସ୍ଥାନୀୟ ନଟରାଜ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ କୁମାରୋତ୍ସବ, ଗୁଡ୍‌ନାଇଟ୍‌ କ୍ଲବ ରଜ ମହୋତ୍ସବ, ଗୋବିନ୍ଦପୁରର ଜିଲାସ୍ତରୀୟ ଦଣ୍ଡ ପ୍ରତିଯୋଗିତା, ନାଟ୍ୟନୁଷ୍ଠାନ ‘କଳା ପରିଷଦ’ର ବହୁଭାଷୀ ଜାତୀୟ ନାଟକ ଉତ୍ସବ, ଆର୍‌ତାର ଅନୁଷ୍ଠାନର ନାଟ୍ୟ କର୍ମଶାଳା ମାଧ୍ୟମରେ କଳା ଓ କଳାକାରଙ୍କୁ ପ୍ରୋତ୍ସାହିତ କରିଥାନ୍ତି। ନଟରାଜ, ନୃତ୍ୟମ୍‌, ନୃତ୍ୟାଙ୍ଗନା, ଶତରୂପା, ମୟୂର, ମାଇକ୍ରୋମିଡିଆ, ତ୍ରିରଙ୍ଗା ସୁପ୍ରଭାତ, ଦେବାଂଶୀ, ଶିବା, ସରଗମ୍‌ ନୃତ୍ୟ ଅନୁଷ୍ଠାନ ପକ୍ଷରୁ ବର୍ଷତମାମ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଏହାକୁ ବାଦ୍‌ଦେଲେ ଗଣପର୍ବ ଲକ୍ଷ୍ମୀପୂଜା, କାମାକ୍ଷାନଗର ବ୍ଲକ ଆଳତୁମା ରଜ ମହୋତ୍ସବ, ହିନ୍ଦୋଳର ହରିହାଟ ଉତ୍ସବ, ଭୁବନର ବଳଦ ଯାତ୍ରା, ଓଡ଼ାପଡ଼ା ବ୍ଲକର ନାଧରା ମହୋତ୍ସବ, ଯୋରନ୍ଦା ମାଘମେଳା ମଧ୍ୟ କଳାର ବିକାଶରେ ଅଂଶୀଦାର ପାଲଟିଛି। ହେଲେ ଚଳିତବର୍ଷ କରୋନା କବଳିତ ଜିଲାରେ ପାଖାପାଖି ୫ମାସ ହେଲା ସବୁକିଛି ବନ୍ଦ ହୋଇଯାଇଛି। ବ୍ୟସ୍ତବହୁଳ ଜୀବନରେ ମାନସିକ ଶାନ୍ତି ପାଇଁ ମନୋରଞ୍ଜନ ପ୍ରକୃଷ୍ଠ ମାଧ୍ୟମ ହୋଇଥିବା ବେଳେ ଭୂତାଣୁ ପାଇଁ ଛଟପଟ ହେଉଛନ୍ତି କଳାକାର। ସମସ୍ତଙ୍କ ମୁହଁରେ ଗୋଟିଏ କଥା କରୋନା କେବେ ଯିବ ଆଉ ମୁଖ୍ୟସ୍ରୋତକୁ ଫେରିବ କଳାସଂସ୍କୃତିର ଧାରା। ଏଭଳି ସମୟରେ ଜିଲାର କଳାସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଏବଂ ପ୍ରଶାସନିକସ୍ତରରେ ଉଦ୍ୟମ କରାଗଲେ ସମସ୍ୟା ଦୂର ହୋଇପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ମନୋରଞ୍ଜନ ମାଧ୍ୟମ ବନ୍ଦ
କରୋନା ପାଇଁ କଳା ଓ କଳାକାରଙ୍କୁ ନେଇ ଗଢ଼ି ଉଠିଥିବା ସାଂସ୍କୃତିକ ଅନୁଷ୍ଠାନରେ ତାଲା ଝୁଲୁଛି। ମନୋରଞ୍ଜନର ମାଧ୍ୟମ ବନ୍ଦ ହୋଇଯାଇଛି। ପେସାଦାର କଳାକାରଙ୍କ ଚଳିବା ସବୁଠାରୁ ବଡ଼ ସମସ୍ୟା ହୋଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ନିର୍ଭରଶୀଳ କଳାକାର, ଗୁରୁ, ଅନୁଷ୍ଠାନ ପାଇଁ କଷ୍ଟକର ସମୟ।
-ଡ. ପୁଷ୍ପଲତା ରଥ
ଆର୍‌ତାର ନାଟ୍ୟ ଅନୁଷ୍ଠାନ ସଭାନେତ୍ରୀ

ଆଶଙ୍କାରେ ସାଂସ୍କୃତିକ ଅନୁଷ୍ଠାନ
କଳାକୁ ପେସା ଭାବେ ଗ୍ରହଣ କରିଥିବା କଳାକାର, ଶିଳ୍ପୀଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସେମାନେ ଆର୍ଥତ୍କ ଅବସ୍ଥା ସାଂଘାତିକ ହୋଇଗଲାଣି। କଳାକାରମାନେ କିଭଳି ଜୀବନ ଜୀବିକା ବଞ୍ଚାଇବେ, ସେଥି ପାଇଁ ଚିନ୍ତା କରିବାର ବେଳ ଆସିଛି। କଳା ଓ କଳାକାର ହାତବାନ୍ଧି ବସିଲେ ସାଂସ୍କୃତିକ ଅନୁଷ୍ଠାନ ବନ୍ଦ ହୋଇଯିବ।
-ଗୌରୀଶଙ୍କର ଦାଶ
ନୃତ୍ୟଗୁରୁ ଦେବାଂଶୀ ଡ୍ୟାନ୍ସ ଏକାଡେମୀ

ନୃତ୍ୟଶିକ୍ଷା ପ୍ରଭାବିତ ହୋଇଛି
କରୋନା କଟକଣା ଯୋଗୁ ନୃତ୍ୟ ପ୍ରଶିକ୍ଷଣ ଠିକ୍‌ ଭାବେ ହୋଇପାରୁନାହିଁ। ନୃତ୍ୟ ଅନୁଷ୍ଠାନ ବନ୍ଦ ହୋଇଯାଇଥିବାରୁ ଘରେ ଅଭ୍ୟାସ କରିବାକୁ ପଡୁଛି। ବର୍ଷତମାମ ବିଭିନ୍ନ ସ୍ଥାନ ଏବଂ ପ୍ରତିଯୋଗିତାରେ ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିଲୁ। କିନ୍ତୁ କରୋନା କଟକଣା ଯୋଗୁ ସବୁ ବନ୍ଦ ହୋଇଯାଇଛି।
-ସୁଶ୍ରୀ ଶୁଭ୍ରଜ୍ୟୋତି ରାଉତ
ଓଡ଼ିଶୀ ନୃତ୍ୟଶିଳ୍ପୀ

କଳାକାରଙ୍କ ଭବିଷ୍ୟତ ଅନ୍ଧାର
କୋଭିଡ୍‌-୧୯ରେ କଳାକାର ପ୍ରଭାବିତ ହୋଇଛନ୍ତି। ଜିଲାର କଳାକାରମାନେ ଜାତୀୟସ୍ତରରେ ନିଜର ପ୍ରତିଭା ପ୍ରତିପାଦିତ କରିଛନ୍ତି। କଳାକୁ ଜୀବିକା ଭାବେ ଗ୍ରହଣ କରିଥିବା କଳାକାରଙ୍କ ଭବିଷ୍ୟତ ଏବେ ଅନ୍ଧାର। କଳା, ସଂସ୍କୃତିର କୌଣସି ବିକଳ୍ପ ନାହିଁ। ଏହାକୁ ପୁଣି ଥରେ ଉଜ୍ଜୀବିତ କରିବା ଲାଗି ଉଦ୍ୟମ ଜରୁରୀ।
-ଅବନୀ ମିଶ୍ର
ଜିଲା ସଂସ୍କୃତି ପରିଷଦ ସଂଯୋଜକ


Enter your email to get our daily news in your inbox.

All Right Reserved By Dharitri.Com

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

୩ ବର୍ଷ ବିତିଯାଇଥିଲେ ସୁଦ୍ଧା ଧାନ ଖଳା ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଚାଷୀ ହଇରାଣ, ଏତେ ଲକ୍ଷ ଟଙ୍କାରେ…

କେସିଙ୍ଗା,୬।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଶିରୋଲ ଗ୍ରାମ ପଞ୍ଚାୟତରେ ଚାଷୀଙ୍କ ସୁବିଧା ପାଇ ଗତ ୨୩-୨୪ ଆର୍ଥିକ ବର୍ଷରେ ଖଳା ନିର୍ମାଣ ପାଇଁ…

ପିଇବା ପାଣି ପାଇଁ ଗର୍ଜିଲେ ଅଞ୍ଚଳବାସୀ: ସମାଧାନ ପାଇଁ ମିଳିଲା ପ୍ରତିଶ୍ରୁତି

ଦାରିଙ୍ଗବାଡି,୬।୪(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଡବେରୀ ଶାଳବଣଠାରେ ସୋମବାର ଡବେରୀ ଅଞ୍ଚଳକୁ ମଦମୁକ୍ତ ଏବଂ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ବସିଲା ବୈଠକ। ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri