Categories: ଖେଳ

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: ଲମ୍ବା ଡିଆଁ ମାରିଲେ ଅର୍ଶଦୀପ

ନୂଆଦିଲ୍ଲୀ,୧୮।୧୧: ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଲମ୍ବା ଡିଆଁ ମାରିଛନ୍ତି ଭାରତୀୟ ଦଳର ଦ୍ରୁତ ବୋଲର୍‌ ଅର୍ଶଦୀପ ସିଂହ। ୨୦୨୨ ବିଶ୍ୱକପ୍‌ରେ ସେ ନିଜ ବୋଲିଂରେ ବେଶ ପ୍ରଭାବିତ କରିଥିଲେ। ଏହି ଟୁର୍ନାମେଣ୍ଟରେ ସେ ୧୦ ଉଇକେଟ ନେଇଥିଲେ। ଏବେ ତାଙ୍କୁ ଏହାର ପୁରସ୍କାର ମିଳିଛି। ବର୍ତ୍ତମାନ ସେ ର଼୍ୟାଙ୍କିଙ୍ଗ୍‌ରେ ୨୨ତମ ସ୍ଥାନକୁ ଆସିଛନ୍ତି।

ସେହିଭଳି ଇଂଲଣ୍ଡ ଅଲରାଉଣ୍ଡର ସାମ କୁରାନ ଶ୍ରେଷ୍ଠ ବୋଲିଂ ଲାଗି ୧୧ତମ ସ୍ଥାନକୁ ଉଠିଛନ୍ତି। ସେହିଭଳି ପାକିସ୍ତାନ ଦ୍ରୁତ ବୋଲର୍‌ ଶାହିନ ଆଫ୍ରିଦି ମଧ୍ୟ ଆଇସିସି ର଼୍ୟାଙ୍କିଙ୍ଗରେ ଲମ୍ଫ ଦେଇ ୧୮ତମ ସ୍ଥାନରେ ପହଞ୍ଚିଛନ୍ତି। ଏଥିସହ ଅଲରାଉଣ୍ଡର ଧନଞ୍ଜୟ ଡି ସିଲ୍‌ଭା(୩୦ ନଂ) ଏବଂ ବେନ୍‌ ଷ୍ଟୋକ୍ସ(୪୧) ମଧ୍ୟ ଅଲରାଉଣ୍ଡର ମାନ୍ୟତାରେ ଉପକୃତ ହୋଇଛନ୍ତି।

Share