ଓ୍ବେଲିଂଟନ୍,୨୭।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟି-୨୦ ସିରିଜ୍ର ତୃତୀୟ ମ୍ୟାଚ୍ରେ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ୱେଲିଂଟନ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟିମ ସିଫର୍ଟଙ୍କୁ ଆଉଟ କରିବା ସହ ଅର୍ଶଦୀପ ୨୦୨୬ରେ ଅନ୍ତର୍ଜାତୀୟ ଟି-୨୦ରେ ୩୯ ଉଇକେଟ୍ ପୂରଣ କରିଛନ୍ତି। ଏହା ସହ ସେ ଚଳିତ ବର୍ଷ ଏହି ଫର୍ମାଟ୍ରେ ସର୍ବାଧିକ ଉଇକେଟ ନେଇଥିବା ବୋଲର ହୋଇଛନ୍ତି।
ଚଳିତ ବର୍ଷ ଅନ୍ତର୍ଜାତୀୟ ଟି-୨୦ରେ ଉଇକେଟ ନେବାରେ ଅର୍ଶଦୀପ ସିଂହ ସବୁଠାରୁ ଆଗରେ ରହିଛନ୍ତି। ରାୱାଣ୍ଡାର ମହମ୍ମଦ ନାଦିର ୩୫ଟି ଉଇକେଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି।
– ଅର୍ଶଦୀପ ସିଂହ ୩୯ ଉଇକେଟ
– ମହମ୍ମଦ ନାଦିର ୩୫ ଉଇକେଟ
– ଅଲି ଦାଉଦ ୩୫ ଉଇକେଟ
– ଏସ. ଗିଲ ୩୩ ଉଇକେଟ
– ଏହସାନ ଖାନ ୩୩ ଉଇକେଟ
– ବୀରନଦୀପ ସିଂହ ୩୨ ଉଇକେଟ
ଅନ୍ତର୍ଜାତୀୟ ଟି-୨୦ରେ ଦ୍ରୁତ ବୋଲରଙ୍କ ମଧ୍ୟରେ ସର୍ବାଧିକ ଉଇକେଟ ନେବା ତାଲିକାରେ ମଧ୍ୟ ଅର୍ଶଦୀପ ନିଜ ସ୍ଥାନକୁ ମଜଭୁତ କରିଛନ୍ତି। ସେ ୧୪୯ଟି ଉଇକେଟ ସହ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି।
– ଟିମ ସାଉଦି ୧୬୪ ଉଇକେଟ
– ମୁସ୍ତାଫିଜୁର ରହମାନ ୧୬୩ ଉଇକେଟ
– ଅର୍ଶଦୀପ ସିଂହ ୧୪୯ ଉଇକେଟ
– ରିଜୱାନ ବଟ ୧୪୮ ଉଇକେଟ
– ମାର୍କ ଆଡେୟାର ୧୪୨ ଉଇକେଟ
ପାୱାରପ୍ଲେରେ ଉଇକେଟ ନେବା କ୍ଷେତ୍ରରେ ମଧ୍ୟ ଅର୍ଶଦୀପ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଅନ୍ତର୍ଜାତୀୟ ଟି-୨୦ରେ ପାୱାରପ୍ଲେ ସମୟରେ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ମଧ୍ୟରେ ସେ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି।
– ପୱନଦୀପ ସିଂହ ୭୩ ଉଇକେଟ (୯୪ ଇନିଂସ)
– ଟିମ ସାଉଦି ୬୫ ଉଇକେଟ (୧୧୯ ଇନିଂସ)
– ଅର୍ଶଦୀପ ସିଂହ ୬୪ ଉଇକେଟ (୯୭ ଇନିଂସ)
ଅର୍ଶଦୀପ ସିଂହ ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ମଧ୍ୟ ଟିମ ସିଫର୍ଟଙ୍କୁ ଆଉଟ କରିଥିଲେ। ତୃତୀୟ ମ୍ୟାଚ୍ରେ ପୁଣିଥରେ ସିଫର୍ଟଙ୍କ ଉଇକେଟ ନେଇ ସେ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି।