ରାଜଧାନୀର ୨୧ ସ୍ଥାନରେ ବାଣ ବିକ୍ରି

ଭୁବନେଶ୍ୱର,୧୦।୧୧ (ବନ୍ଦନା ସେଠୀ): ଚଳିତବର୍ଷ ରାଜଧାନୀର ୨୧ ସ୍ଥାନରେ ବାଣ ବିକ୍ରି ହେବ। ବିଏମ୍‌ସି ଅଞ୍ଚଳରେ ଥିବା ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ (ଜିଏ)ର ଏସବୁ ସ୍ଥାନ ବ୍ୟତୀତ ଅନ୍ୟ କେଉଁଠାରେ ବାଣ ବିକ୍ରି ହୋଇପାରିବ ନାହିଁ। ପ୍ରତ୍ୟେକ ଦୋକାନୀ ନିଜ ଦୋକାନରେ ଦୁଇଟି ଲେଖାଏ ଡଷ୍ଟବିନ୍‌ ସହ ସୁରକ୍ଷା ଦୃଷ୍ଟିରୁ ଆବଶ୍ୟକ ପାଣି ଓ ବାଲି ମଧ୍ୟ ମହଜୁଦ ରଖିବେ। ନିଜ ଦୋକାନ ସହ ଦୋକାନର ୫ ମିଟର ପରିଧିକୁ ସ୍ବଚ୍ଛ ରଖିବେ। ଏହି କାର୍ଯ୍ୟକୁ ତଦାରଖ କରିବା ପାଇଁ ବିଏମ୍‌ସି, କମିଶନରେଟ ପୋଲିସ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମିଳିତ ସ୍କ୍ବାଡ୍‌ ଗଠନ କରାଯାଇଛି। ୩ଟି ଜୋନ୍‌ରେ ଥିବା ଏହି ଦୋକାନଗୁଡିକୁ ସ୍କ୍ବାଡ୍‌ ସଦସ୍ୟମାନେ ନିୟମିତ ପ୍ରଦକ୍ଷିଣ କରିବେ ବୋଲି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। ଚଳିତ ଦୀପାବଳିକୁ ସ୍ବଚ୍ଛ, ସବୁଜ ଓ ସୁରକ୍ଷିତ କରିବା ପାଇଁ ଗୁରୁବାର ବିଏମ୍‌ସି ମୁଖ୍ୟାଳୟରେ ମେୟରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଲୋକର ପର୍ବକୁ ସୁରକ୍ଷିତ ଭାବେ ପାଳନ କରିବା ସହ ସ୍ବାସ୍ଥ୍ୟକର ଖାଦ୍ୟ ଉପରେ ପ୍ରାଧାନ୍ୟ ଦିଆଯାଇଛି।
ସାଧାରଣତଃ ଦୀପାବଳିରେ ଅଧିକ ମିଷ୍ଟାନ୍ନ ବିକ୍ରି ହୋଇଥାଏ। ତେଣୁ ବିଏମ୍‌ସି ଅଞ୍ଚଳରେଥିବା ସମସ୍ତ ମିଷ୍ଟାନ୍ନ ଭଣ୍ଡାରକୁ ଖାଦ୍ୟର ଗୁଣବତ୍ତା ଏବଂ ସ୍ବଚ୍ଛତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ସ୍ଥାନରେ ଅପମିଶ୍ରଣ, ବାସି ବା ସଂକ୍ରମିତ ଖାଦ୍ୟର ସୂଚନା ମିଳିଲେ ତୁରନ୍ତ ତାହାକୁ ସିଲ କରାଯିବ। ଖାଦ୍ୟ ସୁରକ୍ଷା ଟିମ୍‌ ଖାଦ୍ୟର ମାନ ପରୀକ୍ଷା କରିବା ପାଇଁ ମୋବାଇଲ ଟେଷ୍ଟିଂ ଲାବ୍‌ର ଉପଯୋଗ କରିବେ। ଅପରପକ୍ଷେ ଦୀପାବଳିକୁ ସ୍ବଚ୍ଛ, ସବୁଜ ଓ ସୁରକ୍ଷିତ କରି ଏଥିରୁ ଆନନ୍ଦ ନେବାକୁ ମେୟର ଅପିଲ କରିଛନ୍ତି। ବୈଠକରେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚତ୍ ନାରାୟଣ ମହାସୂପକାର, କର୍ପୋରେଟର ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, କର୍ପୋରେଟର ରାଜକିଶୋର ଦାସ, ଅତିରିକ୍ତ କମିଶନର ଲକ୍ଷ୍ମମୀକାନ୍ତ ସେଠୀ, ଶୁଭେନ୍ଦୁ କୁମାର ସାହୁ, ସୂର୍ଯ୍ୟବଂଶୀ ମୟୂର ବିକାଶ, ଡେପୁଟି କମିଶନର ଡ. ମନୋରଂଜନ ସାହୁ, ସିଏଚ୍‌ଓ ଡା. ଦୀପକ କୁମାର ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri