ପୁରୀରେ ପହଞ୍ଚିଲେ ଏଏସ୍‌ଆଇ ଟିମ୍‌: କରିବେ ଐତିହ୍ୟ କରିଡର ପରିଦର୍ଶନ

ପୁରୀ ଅଫିସ, ୧।୫ : ଏଏସ୍‌ଆଇ ଟିମ୍‌ ରବିବାର ସକାଳେ ପୁରୀରେ ପହଞ୍ଚିଛନ୍ତି। ଏଏସ୍‌ଆଇ ଆଞ୍ଚଳିକ ନିର୍ଦ୍ଦେଶକ ଓ ଏଏସ୍‌ଆଇ ସୁପରିଟେଣ୍ଡେଣ୍ଟଙ୍କ ସହ ଅନ୍ୟ ଅଧିକାରୀମାନେ ଏହି ଟିମ୍‌ରେ ସାମିଲ ଅଛନ୍ତି। ପୁରୀରେ ପହଞ୍ଚିବା ପରେ ସେମାନେ ପ୍ରଥମେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ପରେ ଐତିହ୍ୟ କରିଡର ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ଉକ୍ତ ଟିମ୍‌ ସହ ପୁରୀ ଜିଲାପାଳ ଏବଂ ପୁରୀ ଏସ୍‌ପି ଉପସ୍ଥିତ ଅଛନ୍ତି ।
ସୂଚନାଯୋଗ୍ୟ, ମାର୍ଚ୍ଚ ୩ତାରିଖରେ ପ୍ରକଳ୍ପକୁ ବିରୋଧ ଏବଂ ଶ୍ରୀମନ୍ଦିର ପ୍ରତି ପ୍ରକଳ୍ପ ବିପଦ ସୃଷ୍ଟି କରୁଥିବା ଅଭିଯୋଗରେ ହାଇକୋର୍ଟରେ ଏକ ଜନସୱାର୍ଥ ମାମଲା ଦାଖଲ ହୋଇଥିଲା । ଏହାକୁ ବିଚାର ପାଇଁ ଗ୍ରହଣ କରି ହାଇକୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାକୁ ରିପୋର୍ଟ ଦାଖଲ କରିବାକୁ ଆଦେଶ ଦେଇଥିଲେ ।