Posted inଜାତୀୟ

ବିବାହ ଦିନ ଗିରଫ, ହାଜତରେ ଆଦିବାସୀ ଯୁବକଙ୍କ ମୃତ୍ୟୁ

ଭୋପାଳ,୧୭ା୭: ମଧ୍ୟପ୍ରଦେଶର ଗୁନା ଜିଲାରେ ପାରଧି ଜନଜାତିର ଜଣେ ୨୫ ବର୍ଷୀୟ ଯୁବକଙ୍କର ପୋଲିସ ହାଜତରେ ମୃତ୍ୟୁ ଘଟିଛି। ଏହାକୁ ନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେବା ସହ ଯୁବକଙ୍କ ପରିବାରକୁ ନ୍ୟାୟ ଦାବିରେ ବିକ୍ଷୋଭ ଜୋର୍‌ଦାର ହୋଇଛି। ମୃତକ ଦେବ ପରଧିଙ୍କ ସମ୍ପର୍କୀୟମାନେ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉଥିଲେ। ମହିଳାମାନେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପଶି ବିବସ୍ତ୍ର ପ୍ରତିବାଦ ଜଣାଇଥିଲେ। ପୋଲିସ ସେମାନଙ୍କୁ ଜିଲାପାଳଙ୍କ କାର୍ଯ୍ୟାଳୟରୁ ବାହାର କରିବାକୁ ଉଦ୍ୟମ କଲାବେଳେ ସେମାନଙ୍କ ସହ ସଂଘର୍ଷ ଘଟିଥିଲା। ଠେଲାପେଲାରେ କେତେଜଣ ମହିଳାଙ୍କ ଚୁଡ଼ି ଭାଙ୍ଗିଥିବାବେଳେ ଜଣେ ମହିଳାଙ୍କ ମୁଣ୍ଡ ଫାଟିଥିଲା। ହାଜତରେ ଦେବଙ୍କ ମୃତ୍ୟୁକୁ ପୋଲିସ ହୃଦ୍‌ଘାତର ରୂପ ଦେଉଥିବାବେଳେ ପୋଲିସ ତାଙ୍କୁ ପିଟି ମାରିଦେଇଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଜଣେ ଯୁବକଙ୍କର କିପରି ହୃଦ୍‌ଘାତରେ ମୃତ୍ୟୁ ହେଲା ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ଯୁବକଙ୍କ ଦାଦା ଗଙ୍ଗାରାମ ମଧ୍ୟ ପୋଲିସ ମାଡ଼ରେ ଆହତ ହୋଇ ଜିଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଖବର ଅନୁଯାୟୀ, ରବିବାର ଅପରାହ୍ନରେ ଦେବ ବରବେଶରେ ଶୋଭାଯାତ୍ରାରେ ବାହାରିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ଏକ ପୁରୁଣା ଚୋରି ମାମଲାରେ ତାଙ୍କ ସମେତ ଗାଙ୍ଗୁରାମଙ୍କୁ ପୋଲିସ ଉଠାଇନେଇଥିଲା। ସେହି ରାତିରେ ହାଜତରେ ଦେବଙ୍କ ମୃତ୍ୟୁ ଘଟିଥିଲା। ଆହୁରି ଦୁଃଖଦ ଘଟଣା ହେଲା ଦେବଙ୍କ ମୃତ୍ୟୁ ଖବର ଜାଣିବା ପରେ ତାଙ୍କୁ ବିବାହ କରିବାକୁ ଥିବା କନ୍ୟା ଏବଂ ଦେବଙ୍କ ଖୁଡ଼ୀ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଥାନା ହାଜତରେ ଦେବ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା କହିଥିଲେ। ତାଙ୍କୁ ଜିଲା ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ବଞ୍ଚାଇ ପାରି ନ ଥିଲେ ବୋଲି ପୋଲିସ କହିଛି। ଦେବଙ୍କ ନାଁରେ ବିଭିନ୍ନ ଥାନାରେ ୭ ଆପରାଧିକ ମାମଲା ରହିଥିବା ଏଏସ୍‌ପି ମାନସିଂ ଠାକୁର କହିଛନ୍ତି। ଭୋପାଳରେ ଶିବଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପରିବାର ପକ୍ଷରୁ ଦାବି ହୋଇଥିବାବେଳେ ଘଟଣାର ମାଜଷ୍ଟ୍ରେଟ୍‌ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ଏହି ଆମେରିକୀୟ ଲେକ୍ସ ଫ୍ରିଡମ୍ୟାନ, ଯିଏ ମୋଦିଙ୍କ ସହ କଲେ ୩ଘଣ୍ଟାର ଇଣ୍ଟରଭ୍ୟୁ

ନୂଆଦିଲ୍ଲୀ,୧୬।୩: ଆମେରିକୀୟ ପୋଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଲମ୍ବା ଇଣ୍ଟରଭ୍ୟୁ କରିଛନ୍ତି। ତିନି ଘଣ୍ଟା ଧରି ସେ ମୋଦିଙ୍କ ସହ...

ମୁସଲିମ ସମ୍ପ୍ରଦାୟରୁ ଅଧିକରୁ ଅଧିକ ଆଇପିଏସ-ଆଇଏଏସ ବାହାରନ୍ତୁ, ଏମିତି କାହିଁକି କହିଲେ ନୀତିନ ଗଡକରୀ

ନୂଆଦିଲ୍ଲୀ,୧୬।୩: କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଶନିବାର କହିଛନ୍ତି ଯେ, ସେ ସାର୍ବଜନୀନ ଆଲୋଚନାରେ ଜାତି ଏବଂ ଧର୍ମକୁ ଆଣନ୍ତି ନାହିଁ। ମୁଁ ବିଶ୍ୱାସ କରେ ଯେ...

ଭାରତର ବଡ଼ ଶତ୍ରୁ, ଆତଙ୍କୀ ଅବୁ କତାଲଙ୍କୁ ପାକିସ୍ତାନରେ ହତ୍ୟା

ଇସଲାମବାଦ,୧୬।୩: ଭାରତର ମୋଷ୍ଟ ଓ୍ବାର୍ଟେଡ ଆତଙ୍କବାଦୀ ଅବୁ କତାରକୁ ହତ୍ୟା କରାଯାଇଛି। ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ଆତଙ୍କବାଦୀ ଅବୁ କତାଲଙ୍କୁ ପାକିସ୍ତାନରେ ହତ୍ୟା କରାଯାଇଛି। ଅବୁ...

ଆସିଲା ବଡ଼ ଖବର, ଏଣିକି ଆଧାର ସହ ଲିଙ୍କ୍‌ ହେବ ଭୋଟର ଆଇଡି କାର୍ଡ

ନୂଆଦିଲ୍ଲୀ,୧୬।୩: ଏଣିକି ଆଧାର ସହ ଲିଙ୍କ୍‌ ହେବ ଭୋଟର ଆଇଡି କାର୍ଡ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ମାର୍ଚ୍ଚ ୧୮ରେ ଗୃହ ସଚିବ, ଆଇନ...

ରାନ୍ୟା ରାଓ କେମିତି ପାଲଟିଲେ Gold Smuggler? କ’ଣ ଥିଲା ସୁନା ଚାଲାଣ ରୁଟ୍‌, କିଏ ଦେଲା ସାଥ୍‌

ମୁମ୍ବାଇ,୧୫ା୩: କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କ ସୁନା ଚୋରା ଚାଲାଣ ସମ୍ପର୍କରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ସୁନା ଚୋରା ଚାଲାଣ ପାଇଁ ରାନ୍ୟା...

‘RSS ଆତଙ୍କବାଦୀ ସଙ୍ଗଠନ, ଶାଖାରେ ଶିଖାଯାଉଛି ଭୁଲ କଥା’, କଂଗ୍ରେସ ନେତାଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୧୫।୩: ମହାରାଷ୍ଟ୍ରର ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ ଏମପି ହୁସେନ ଦଲୱାଇ ଶନିବାର (ମାର୍ଚ୍ଚ ୧୫, ୨୦୨୫) ତୁଷାର ଗାନ୍ଧୀ, ଅସଦୁଦ୍ଦିନ ଓଓ୍ବାଇସି ଏବଂ...

ଭାଜପାର ବଡ଼ ଅଭିଯୋଗ, କହିଲା ହିଂସା ଲୁଚାଉଛନ୍ତି ମମତା ସରକାର

କୋଲକାତା,୧୫।୩: ପଶ୍ଚିମବଙ୍ଗର ବୀରଭୂମି ଜିଲାରେ ଦୁଇଟି ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ସହରର କିଛି ଅଞ୍ଚଳରେ ଶନିବାର ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି। ରାଜ୍ୟ...

ଚେତାବନୀ ଜାରି କଲା ପାଣିପାଗ ବିଭାଗ, ହିମାଚଳରେ ଆସିବ ନୂଆ ବିପର୍ଯ୍ୟୟ

ନୂଆଦିଲ୍ଲୀ,୧୫।୩: ହିମାଚଳର ଅନେକ ଜିଲାରେ ପାଗ ଖରାପ ହେବାକୁ ଯାଉଛି। ପାଣିପାଗ ବିଭାଗ ଆଗାମୀ ୨୪ଘଣ୍ଟା ପାଇଁ ହିମାଚଳ ପ୍ରଦେଶର କିଛି ଉଚ୍ଚ ଅଞ୍ଚଳରେ ହିମସ୍ଖଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri