Categories: ଜାତୀୟ

ଗିରଫ ହେବା ପରେ ୩ଥର ମମତାଙ୍କୁ ଫୋନ କରିଥିଲେ ପାର୍ଥ ଚାଟାର୍ଜୀ

କୋଲକାତା,୨୫।୭: ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୩ ଥର କଲ୍‌ କରିଥିଲେ। ହେଲେ ମମତା କୌଣସି ଉତ୍ତର ଦେଇ ନ ଥିବା ଜଣାପଡିଛି। ବିଳମ୍ବିତ ରାତି ୧ଟା ୫୫ରେ ପାର୍ଥ ଚାଟାର୍ଜୀ ଗିରଫ ହେବା ପରେ ତାଙ୍କର ପ୍ରଥମ କଲ ରାତି ୨ଟା ୩୩ରେ ହୋଇଥିଲା। ଏହାପରେ ୩ଟା ୩୭ ଓ ୯ଟା ୩୫ରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ପୁନର୍ବାର ମମତାଙ୍କୁ ଫୋନ କରିଥିଲେ। ହେଲେ ଏହାର କୌଣସି ଉତ୍ତର ମିଳି ନ ଥିଲା।

ସୂଚନା ଯୋଗ୍ୟ, ପଶ୍ଚିମବଙ୍ଗ ବିଦ୍ୟାଳୟ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଅଧୀନରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରାଯାଇଥିଲା। ଏପରିକି ପାର୍ଥଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୨୧ କୋଟି ଟଙ୍କା ଜବତ କରିଥିଲା। ପରେ ଉଭୟଙ୍କୁ ଶନିବାର ଗିରଫ ପରେ ପାର୍ଥଙ୍କୁ ଏକ ସ୍ଥାନୀୟ କୋର୍ଟରେ ହାଜର କରି ଇଡି ଦୁଇ ଦିନିଆ ରିମାଣ୍ଡରେ ନେଇଥିଲା। ମେଟ୍ରୋ ପଲିଟାନ୍‌ ମାଜିଷ୍ଟ୍ରେଟ୍‌ ନମ୍ରତା ସିଂ ପାର୍ଥଙ୍କୁ ସୋମବାର କୋର୍ଟରେ ହାଜର କରିବାକୁ ଇଡିକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ସେ ହଠାତ୍‌ ଅସୁସ୍ଥ ହୋଇଯିବାରୁ ତାଙ୍କୁ କୋଲକାତା ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଏସ୍‌ଏସ୍‌କେଏମ୍‌ ହସ୍ପିଟାଲରେ ପାର୍ଥ ଚିକିତ୍ସିତ ହେଲେ ସାକ୍ଷୀମାନଙ୍କୁ ପ୍ରଭାବିତ କରିପାରନ୍ତି ବୋଲି ଆଶଙ୍କା କରି ଇଡି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

Share