Categories: ଜାତୀୟ

ନଓ୍ବାବ, ଅନିଲଙ୍କୁ ଭୋଟ ଦେବାକୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ,୯।୬: ଜେଲରେ ଥିବା ମହାରାଷ୍ଟ୍ରର ଦୁଇ ବିଧାୟକ ତଥା ମନ୍ତ୍ରୀ ନୱାବ ମଲ୍ଲିକ ଏବଂ ଅନିଲ ଦେଶମୁଖଙ୍କୁ ଗୁରୁବାର ଏକ ବଡ଼ ଝଟକା ଲାଗିଛି। ଜୁନ ୧୦ରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନରେ ଭୋଟ ଦେବା ପାଇଁ ଏହି ଦୁଇ ନେତା କୋର୍ଟରେ ଆବେଦନ କରିଥିଲେ। ହେଲେ ମୁମ୍ବାଇ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଫଳରେ ୨ ନେତା ନୱାବ ଏବଂ ଅନିଲ ଭୋଟ ଦେଇପାରିବେ ନାହିଁ ବୋଲି ଜଣାପଡିଛି।

ଅନ୍ୟପକ୍ଷେ ଅନିଲଙ୍କ ଓକିଲ ତୁରନ୍ତ ଏହି ନିର୍ଦ୍ଦେଶର ଏକ ନକଲ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଫଳରେ ସେ ହାଇକୋର୍ଟଙ୍କ ନିକଟରେ ପୁଣି ଏକ ଆବେଦନ କରିବେ ବୋଲି ଜଣାପଡିଛି।

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଚାନ୍ଦା ଆଦାୟ କରିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି। ସେହିପରି ଟଙ୍କା ହେରଫେର ମାମଲାରେ ନୱାବଙ୍କୁ ଇଡି ଗିରଫ କରିଛି।

Share