ଗିରଫ ହେଲେ ଜମିଦାର ଯନ୍ତ୍ରୀ, ଘରେ ରଖିଥିଲେ ସୁନାର ଗଣେଶ

ଭୁବନେଶ୍ୱର,୧୩।୮: ଆର୍‌ଆଣ୍ଡବି(ସିଭିଲ୍‌) ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ର ଗିରଫ ହୋଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ବାନ୍ଧିନେଇଛି।

ସୂଚନାଯୋଗ୍ୟ

ସୌଖୀନ ଦାମୀ କାର୍‌ ଚଢ଼ୁଥିଲେ, ରଖିଥିଲେ ବିପୁଳ ସୁନା ଅଳଙ୍କାର। ଭୁବନେଶ୍ୱରରେ ବିଭିନ୍ନ ଦାମୀ ଆପାର୍ଟମେଣ୍ଟରେ ଫ୍ଲାଟ୍‌ ସାଙ୍ଗକୁ କିଣିଥିଲେ ଏକାଧିକ ପ୍ଲଟ୍‌। କେବଳ ଏତିକି ନୁହେଁ, ବିଦେଶ ବୁଲିବା ସହ ବିଦେଶ ନୋଟ୍‌ ମଧ୍ୟ ରଖୁଥିଲେ। ସୋମବାର ରାଜ୍ୟର ଜଣେ କୋଟିପତି ବାବୁ ଭିଜିଲାନ୍ସ ସ୍କାନର୍‌କୁ ଆସିବା ପରେ ତାଙ୍କର ଏଭଳି ଗୁମର ପଦାକୁ ଆସିଥିଲା। ବାବୁ ଜଣଙ୍କ ହେଲେ ଆର୍‌ଆଣ୍ଡବି(ସିଭିଲ୍‌) ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ତାରାପ୍ରସାଦଙ୍କ ଘର ସମେତ ଭୁବନେଶ୍ୱର, କଟକ ଓ ଝାରସୁଗୁଡ଼ାର ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି। ଯାଞ୍ଚବେଳେ ଭିଜିଲାନ୍ସ ଟିମ୍‌ ତାରାପ୍ରସାଦଙ୍କ ଘରୁ ଅଢ଼େଇ କେଜି ସୁନା, ୩୭୦ ଗ୍ରାମର ହୀରା ଅଳଙ୍କାର, ଦାମୀ କାର୍‌ ସମେତ ବହୁ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲା। ଯାଞ୍ଚ ଜାରି ରହିଥିବା ସ୍ଥାନ ମଧ୍ୟରେ କଟକ ଜିଲା ଆଠଗଡ଼ସ୍ଥିତ ପୈତୃକ ଘର, ତିଗିରିଆରେ ଥିବା ଜଣେ ସମ୍ପର୍କୀୟଙ୍କ ଘର, ନୟାପଲ୍ଲୀ ନୀଳକଣ୍ଠନଗର ପ୍ଲଟ୍‌ ନଂ.୧୧୯୧ରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘର ଆଦି ରହିଛି। ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ସର୍ଚ୍ଚ ଓ୍ବାରେଣ୍ଟ ବଳରେ ଚାଲିଥିବା ଯାଞ୍ଚରେ ଭିଜିଲାନ୍ସର ୧୨ଜଣ ଡିଏସ୍‌ପି, ୧୨ଜଣ ଇନ୍ସପେକ୍ଟର, ୧୬ ଜଣ ଏଏସ୍‌ଆଇ ଏବଂ ଅନ୍ୟ କର୍ମଚାରୀ ନିୟୋଜିତ ଥିଲେ।
ସୋମବାର ସନ୍ଧ୍ୟା ସୁଦ୍ଧା ଭିଜିଲାନ୍ସ ଦେଇଥିବା ରିପୋର୍ଟ ଅନୁଯାୟୀ, ତାରା ପ୍ରସାଦଙ୍କ କଟକ, ଭୁବନେଶ୍ୱର ଓ ଜଟଣୀର ମୁଖ୍ୟ ଅଞ୍ଚଳରେ ୭ଟି ପ୍ଲଟ୍‌ ଠାବ ହୋଇଛି। ପଞ୍ଜୀକୃତ ସେଲ୍‌ ଡିଡ୍‌ ଅନୁଯାୟୀ ମୋଟ୍‌ ପ୍ଲଟଗୁଡ଼ିକର ମୂଲ୍ୟ ୧ କୋଟି ରହିଥିବାବେଳେ ଏସବୁର ବଜାର ମୂଲ୍ୟ ବହୁ ଅଧିକ ହେବ। ସେହିପରି ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଅର୍ପଣ ଆପାର୍ଟମେଣ୍ଟରେ ୩ ବିଏଚ୍‌କେ ଫ୍ଲାଟ୍‌ (ନଂ. ୧୦୩), କସ୍ମୋପଲିସ୍‌ର ତୃତୀୟ ମହଲାରେ ଫ୍ଲାଟ୍‌ (ନଂ. କେ-୦୩୫), ୧୫ତମ ମହଲାରେ ଆଉ ଏକ ଫ୍ଲାଟ୍‌ (ନଂ. କେ-୧୫୫-ଏ), ଫାଲ୍‌କନ୍‌ କ୍ରେଷ୍ଟ୍‌ରେ ଫ୍ଲାଟ, ଗ୍ରାଣ୍ଡ ଆୱାସରେ ଫ୍ଲାଟ୍‌, ଆସୋଟେକ୍‌ରେ ୨ଟି ଫ୍ଲାଟ୍‌, ଝାରୁସୁଗୁଡ଼ା ଆସିଆନା ଆପାର୍ଟମେଣ୍ଟରେ ୨ଟି ଫ୍ଲାଟ୍‌(ନଂ.୨୦୭)-(ନଂ.୩୦୭) ଓ ଆସିଆନା ଏନ୍‌କ୍ଲେଭ୍‌ରେ ଆଉ ଏକ ଫ୍ଲାଟ୍‌ (ନଂ.୧୭) ଠାବ ହୋଇଛି। ଏସବୁ ସମ୍ପତ୍ତିର ପ୍ରକୃତ ମୂଲ୍ୟ ଜାଣିବାକୁ ଭିଜିଲାନ୍ସ ଟେକ୍ନିକାଲ୍‌ ଉଇଙ୍ଗ୍‌ ପ୍ରୟାସ ଜାରି ରଖିଛି। ଟିଡିଏସ୍‌ ଡିପୋଜିଟ୍‌ ତଥ୍ୟ ଅନୁଯାୟୀ ତାରା ପ୍ରସାଦ ୨.୭ କୋଟିରୁ ଊର୍ଦ୍ଧ୍ୱ ବିଭିନ୍ନ ବ୍ୟାଙ୍କରେ ଜମା ରଖିଛନ୍ତି। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହା ଯାଞ୍ଚ ହେବ। ଏଥିସହ ୨.୫୫୫ କେଜି ସୁନା ଅଳଙ୍କାର, ୩୭୦ ଗ୍ରାମର ହୀରା ଅଳଙ୍କାର, ନଗଦ ୬ ଲକ୍ଷ ଟଙ୍କା ମଧ୍ୟ ଘରୁ ମିଳିଛି। ଯାଞ୍ଚ ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ନିକଟରୁ ୟୁଏସ୍‌ଏ, ଥାଇଲାଣ୍ଡ, ଭିଏଟ୍‌ନାମ୍‌, ୟୁଏଇ, କାନାଡା, ମେକ୍ସିକୋ, ମାଲେସିଆ ଓ ସିଙ୍ଗାପୁରର ନୋଟ୍‌ ଠାବ କରିଛନ୍ତି। ଏଥିସହ ସେ ତାଙ୍କ ଝିଅଙ୍କୁ ଏମ୍‌ବିବିଏସ୍‌ ଓ ଏମ୍‌ଡି ପଢ଼ାଇବା ପାଇଁ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଭିଜିଲାନ୍ସ ପ୍ରମାଣ ପାଇଛି। ଏହା ବ୍ୟତୀତ ଭିଜିଲାନ୍ସ ଟିମ୍‌ ତାରା ପ୍ରସାଦଙ୍କ ନିକଟରୁ ୨ଟି ସୌଖୀନ ଦାମୀ କାର୍‌ (ମର୍ସିିଡିଜ୍‌ ବେଞ୍ଜ୍‌ ଓ କିଆ ସେଲ୍‌ଟସ୍‌) ଠାବ କରିଛି। ତେବେ ତାରା ପ୍ରସାଦଙ୍କ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ନୟାପଲ୍ଲୀ ବ୍ରାଞ୍ଚ ଓ ଆକ୍ସିସ୍‌ ବ୍ୟାଙ୍କ ସିଆର୍‌ପିଏଫ୍‌ ବ୍ରାଞ୍ଚରେ ଦୁଇଟି ଲକର୍‌କୁ ଚିହ୍ନଟ କରାଯାଇଥିବା ବେଳେ ଏହା ଖୋଲାଯିବାର ଅଛି। ଭିଜିଲାନ୍ସ ଟିମ୍‌ ତାରା ପ୍ରସାଦଙ୍କୁ ଏହି ବିପୁଳ ସମ୍ପତ୍ତି ସଂକ୍ରାନ୍ତରେ ଅଧିକ ପଚରାଉଚରା କରୁଛି। ଯାଞ୍ଚ ସରିବା ପରେ ସମ୍ପତ୍ତିର ପରିମାଣ ଆହୁରି ବଢ଼ିପାରେ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri