ଗିରଫ ହେଲେ ଜମିଦାର ଯନ୍ତ୍ରୀ, ଘରେ ରଖିଥିଲେ ସୁନାର ଗଣେଶ

ଭୁବନେଶ୍ୱର,୧୩।୮: ଆର୍‌ଆଣ୍ଡବି(ସିଭିଲ୍‌) ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ର ଗିରଫ ହୋଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ବାନ୍ଧିନେଇଛି।

ସୂଚନାଯୋଗ୍ୟ

ସୌଖୀନ ଦାମୀ କାର୍‌ ଚଢ଼ୁଥିଲେ, ରଖିଥିଲେ ବିପୁଳ ସୁନା ଅଳଙ୍କାର। ଭୁବନେଶ୍ୱରରେ ବିଭିନ୍ନ ଦାମୀ ଆପାର୍ଟମେଣ୍ଟରେ ଫ୍ଲାଟ୍‌ ସାଙ୍ଗକୁ କିଣିଥିଲେ ଏକାଧିକ ପ୍ଲଟ୍‌। କେବଳ ଏତିକି ନୁହେଁ, ବିଦେଶ ବୁଲିବା ସହ ବିଦେଶ ନୋଟ୍‌ ମଧ୍ୟ ରଖୁଥିଲେ। ସୋମବାର ରାଜ୍ୟର ଜଣେ କୋଟିପତି ବାବୁ ଭିଜିଲାନ୍ସ ସ୍କାନର୍‌କୁ ଆସିବା ପରେ ତାଙ୍କର ଏଭଳି ଗୁମର ପଦାକୁ ଆସିଥିଲା। ବାବୁ ଜଣଙ୍କ ହେଲେ ଆର୍‌ଆଣ୍ଡବି(ସିଭିଲ୍‌) ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ତାରାପ୍ରସାଦଙ୍କ ଘର ସମେତ ଭୁବନେଶ୍ୱର, କଟକ ଓ ଝାରସୁଗୁଡ଼ାର ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି। ଯାଞ୍ଚବେଳେ ଭିଜିଲାନ୍ସ ଟିମ୍‌ ତାରାପ୍ରସାଦଙ୍କ ଘରୁ ଅଢ଼େଇ କେଜି ସୁନା, ୩୭୦ ଗ୍ରାମର ହୀରା ଅଳଙ୍କାର, ଦାମୀ କାର୍‌ ସମେତ ବହୁ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲା। ଯାଞ୍ଚ ଜାରି ରହିଥିବା ସ୍ଥାନ ମଧ୍ୟରେ କଟକ ଜିଲା ଆଠଗଡ଼ସ୍ଥିତ ପୈତୃକ ଘର, ତିଗିରିଆରେ ଥିବା ଜଣେ ସମ୍ପର୍କୀୟଙ୍କ ଘର, ନୟାପଲ୍ଲୀ ନୀଳକଣ୍ଠନଗର ପ୍ଲଟ୍‌ ନଂ.୧୧୯୧ରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘର ଆଦି ରହିଛି। ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ସର୍ଚ୍ଚ ଓ୍ବାରେଣ୍ଟ ବଳରେ ଚାଲିଥିବା ଯାଞ୍ଚରେ ଭିଜିଲାନ୍ସର ୧୨ଜଣ ଡିଏସ୍‌ପି, ୧୨ଜଣ ଇନ୍ସପେକ୍ଟର, ୧୬ ଜଣ ଏଏସ୍‌ଆଇ ଏବଂ ଅନ୍ୟ କର୍ମଚାରୀ ନିୟୋଜିତ ଥିଲେ।
ସୋମବାର ସନ୍ଧ୍ୟା ସୁଦ୍ଧା ଭିଜିଲାନ୍ସ ଦେଇଥିବା ରିପୋର୍ଟ ଅନୁଯାୟୀ, ତାରା ପ୍ରସାଦଙ୍କ କଟକ, ଭୁବନେଶ୍ୱର ଓ ଜଟଣୀର ମୁଖ୍ୟ ଅଞ୍ଚଳରେ ୭ଟି ପ୍ଲଟ୍‌ ଠାବ ହୋଇଛି। ପଞ୍ଜୀକୃତ ସେଲ୍‌ ଡିଡ୍‌ ଅନୁଯାୟୀ ମୋଟ୍‌ ପ୍ଲଟଗୁଡ଼ିକର ମୂଲ୍ୟ ୧ କୋଟି ରହିଥିବାବେଳେ ଏସବୁର ବଜାର ମୂଲ୍ୟ ବହୁ ଅଧିକ ହେବ। ସେହିପରି ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଅର୍ପଣ ଆପାର୍ଟମେଣ୍ଟରେ ୩ ବିଏଚ୍‌କେ ଫ୍ଲାଟ୍‌ (ନଂ. ୧୦୩), କସ୍ମୋପଲିସ୍‌ର ତୃତୀୟ ମହଲାରେ ଫ୍ଲାଟ୍‌ (ନଂ. କେ-୦୩୫), ୧୫ତମ ମହଲାରେ ଆଉ ଏକ ଫ୍ଲାଟ୍‌ (ନଂ. କେ-୧୫୫-ଏ), ଫାଲ୍‌କନ୍‌ କ୍ରେଷ୍ଟ୍‌ରେ ଫ୍ଲାଟ, ଗ୍ରାଣ୍ଡ ଆୱାସରେ ଫ୍ଲାଟ୍‌, ଆସୋଟେକ୍‌ରେ ୨ଟି ଫ୍ଲାଟ୍‌, ଝାରୁସୁଗୁଡ଼ା ଆସିଆନା ଆପାର୍ଟମେଣ୍ଟରେ ୨ଟି ଫ୍ଲାଟ୍‌(ନଂ.୨୦୭)-(ନଂ.୩୦୭) ଓ ଆସିଆନା ଏନ୍‌କ୍ଲେଭ୍‌ରେ ଆଉ ଏକ ଫ୍ଲାଟ୍‌ (ନଂ.୧୭) ଠାବ ହୋଇଛି। ଏସବୁ ସମ୍ପତ୍ତିର ପ୍ରକୃତ ମୂଲ୍ୟ ଜାଣିବାକୁ ଭିଜିଲାନ୍ସ ଟେକ୍ନିକାଲ୍‌ ଉଇଙ୍ଗ୍‌ ପ୍ରୟାସ ଜାରି ରଖିଛି। ଟିଡିଏସ୍‌ ଡିପୋଜିଟ୍‌ ତଥ୍ୟ ଅନୁଯାୟୀ ତାରା ପ୍ରସାଦ ୨.୭ କୋଟିରୁ ଊର୍ଦ୍ଧ୍ୱ ବିଭିନ୍ନ ବ୍ୟାଙ୍କରେ ଜମା ରଖିଛନ୍ତି। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହା ଯାଞ୍ଚ ହେବ। ଏଥିସହ ୨.୫୫୫ କେଜି ସୁନା ଅଳଙ୍କାର, ୩୭୦ ଗ୍ରାମର ହୀରା ଅଳଙ୍କାର, ନଗଦ ୬ ଲକ୍ଷ ଟଙ୍କା ମଧ୍ୟ ଘରୁ ମିଳିଛି। ଯାଞ୍ଚ ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ନିକଟରୁ ୟୁଏସ୍‌ଏ, ଥାଇଲାଣ୍ଡ, ଭିଏଟ୍‌ନାମ୍‌, ୟୁଏଇ, କାନାଡା, ମେକ୍ସିକୋ, ମାଲେସିଆ ଓ ସିଙ୍ଗାପୁରର ନୋଟ୍‌ ଠାବ କରିଛନ୍ତି। ଏଥିସହ ସେ ତାଙ୍କ ଝିଅଙ୍କୁ ଏମ୍‌ବିବିଏସ୍‌ ଓ ଏମ୍‌ଡି ପଢ଼ାଇବା ପାଇଁ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଭିଜିଲାନ୍ସ ପ୍ରମାଣ ପାଇଛି। ଏହା ବ୍ୟତୀତ ଭିଜିଲାନ୍ସ ଟିମ୍‌ ତାରା ପ୍ରସାଦଙ୍କ ନିକଟରୁ ୨ଟି ସୌଖୀନ ଦାମୀ କାର୍‌ (ମର୍ସିିଡିଜ୍‌ ବେଞ୍ଜ୍‌ ଓ କିଆ ସେଲ୍‌ଟସ୍‌) ଠାବ କରିଛି। ତେବେ ତାରା ପ୍ରସାଦଙ୍କ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ନୟାପଲ୍ଲୀ ବ୍ରାଞ୍ଚ ଓ ଆକ୍ସିସ୍‌ ବ୍ୟାଙ୍କ ସିଆର୍‌ପିଏଫ୍‌ ବ୍ରାଞ୍ଚରେ ଦୁଇଟି ଲକର୍‌କୁ ଚିହ୍ନଟ କରାଯାଇଥିବା ବେଳେ ଏହା ଖୋଲାଯିବାର ଅଛି। ଭିଜିଲାନ୍ସ ଟିମ୍‌ ତାରା ପ୍ରସାଦଙ୍କୁ ଏହି ବିପୁଳ ସମ୍ପତ୍ତି ସଂକ୍ରାନ୍ତରେ ଅଧିକ ପଚରାଉଚରା କରୁଛି। ଯାଞ୍ଚ ସରିବା ପରେ ସମ୍ପତ୍ତିର ପରିମାଣ ଆହୁରି ବଢ଼ିପାରେ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri