ଗିରଫ ଶଳା ଭାଉଜ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୨୮।୧୨: ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ତୃପ୍ତିନଗରରେ ଗତ ୨୨ ତାରିଖ ରାତିରେ ରଞ୍ଜିତ ପାତ୍ର(୩୫)ଙ୍କର ତାଙ୍କ ଶଳାଘରେ ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ପରିବାର ଲୋକ ଏହା ଯୋଜନାବଦ୍ଧ ଭାବେ ମାରିଥିବା ନେଇ ଅଭିଯୋଗ କରିଥିଲେ। ପୋଲିସ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଓ ଘଟଣାର ପାରିପାର୍ଶ୍ୱିକ ସ୍ଥିତିକୁ ଆଧାର କରି ମୃତକଙ୍କ ଶଳା ଭାଉଜଙ୍କୁ ଗିରଫ କରିଛି। ସେ ହେଲେ ସଦର ଥାନା ଅନ୍ତର୍ଗତ ବେନ୍ଦାଳିଆ ଗ୍ରାମର ମୂଳ ନିବାସୀ ରଞ୍ଜୁ ପଢ଼ିହାରି (୩୦)। ମାନସିକ ଓ ଆର୍ଥିକ ନିର୍ଯାତନା ଯୋଗୁ ରଞ୍ଜିତ ତାଙ୍କ ଶଳା ଭାଉଜଙ୍କ ଘରେ ଆତ୍ମହତ୍ୟା କରିଥିଲେ ବୋଲି ପୋଲିସ ସ୍ପଷ୍ଟ କରିଛି। ମାମଲା ନମ୍ବର ୩୫୮/୨୨ରେ ରଞ୍ଜୁଙ୍କୁ ପୋଲିସ ମଙ୍ଗଳବାର କୋର୍ଟ ଚାଲାଣ କରିଛି।