ଉଷା ପାଢ଼ୀଙ୍କ ବିରୋଧରେ ଗିରଫ ପରୱାନା

କଟକ ଅଫିସ,୧୨। ୯: ପ୍ରାଥମିକ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ତତ୍କାଳୀନ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ସଚିବ ଉଷା ପାଢ଼ୀଙ୍କ ବିରୋଧରେ ଶୁକ୍ରବାର ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ ସାନି ଜାମିନଯୁକ୍ତ ଗିରଫ ପରୱାନା(ବିଏଡବ୍ଲ୍ୟୁ) ଜାରି କରିଛି। ୨୦୧୨ରେ ପାଢ଼ୀ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଥିବା ସମୟରେ ଶିକ୍ଷକ ନିଯୁକ୍ତିକୁ ନେଇ ହୋଇଥିବା ଅନିୟମିତତାରେ ସମ୍ପୃକ୍ତି ଥିବା ଦର୍ଶାଇ ଏହି ବିଏଡବ୍ଲ୍ୟୁ ଜାରି କରାଯାଇଛି ବୋଲି ଓଡ଼ିଶା ହାଇକୋର୍ଟର ଆଇନଜୀବୀ ସୌମେନ୍ଦ୍ର ବାରିକ ସୂଚନା ଦେଇଛନ୍ତି। ପୂର୍ବରୁ ଟିବ୍ର୍ୟୁନାଲର ଯୁଗ୍ମ ଖଣ୍ଡପୀଠ ନିଯୁକ୍ତିରୁ ବଞ୍ଚିତ ହୋଇଥିବା ଦୁଇଜଣ ଆବେଦନକାରୀଙ୍କ ମାମଲାର ବିଚାରକରି ଉଭୟଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିଲେ। ଫଳରେ ତତ୍କାଳୀନ ସଚିବ ପାଢ଼ୀ ଏବଂ ଅନ୍ୟ ଅଧିକାରୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା। ପାଢ଼ୀ ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେଶନରେ ଥାଇ ବେସାମରିକ ବିମାନ ଚଳାଚଳର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ଆଇନଜୀବୀ ସୌମେନ୍ଦ୍ରଙ୍କ କହିବାନୁଯାୟୀ, ପାଢ଼ୀଙ୍କ ବିରୋଧରେ ଦ୍ୱିତୀୟଥର ପାଇଁ ବିଏଡବ୍ଲ୍ୟୁ ଜାରି କରାଯାଇଛି। ୨୦୧୫ରେ ଯେତେବେଳେ ପାଢ଼ୀଙ୍କ ବିରୋଧରେ ପ୍ରଥମ ବିଏଡବ୍ଲ୍ୟୁ ଜାରି କରାଯାଇଥିଲା ସେ ସମୟରେ ରାଜ୍ୟ ସରକାର ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେତେବେଳେ ତାଙ୍କ ଗିରଫଦାରି ଉପରେ ରହିତାଦେଶ ସୁପ୍ରିମକୋର୍ଟ ଜାରି କରିଥିଲେ। ହେଲେ ଗତବର୍ଷ ଯେତେବେଳେ ହାଇକୋର୍ଟଙ୍କ ଯୁଗ୍ମ ଖଣ୍ଡପୀଠ ଉକ୍ତ ମାମଲାର ଶୁଣାଣି ଶେଷ କଲେ, ସେତେବେଳେ ଉକ୍ତ ରହିତାଦେଶ ପାଢ଼ୀଙ୍କ ଉପରୁ ଉଠିଯାଇଥିଲା। ଗତ ଜୁନ୍‌ ୨୮ରେ ଉକ୍ତ ଅଦାଲତ ଅବମାନନା ମାମଲାର ପୁନଃ ଶୁଣାଣି ଆରମ୍ଭ ହେବା ସହ ଦୁଇ ଆବେଦନକାରୀଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଜାରି ହୋଇଥିଲା। ଯଦି ଉକ୍ତ ଦୁଇ ଆବେଦନକାରୀଙ୍କୁ ତୁରନ୍ତ ନିଯୁକ୍ତି ନ ଦିଆଯାଏ ତେବେ ପାଢ଼ୀଙ୍କୁ ଟ୍ରିବ୍ୟୁନାଲ ନିକଟରେ ହାଜର ହେବାକୁ କୁହାଯାଇଥିଲା। ହେଲେ ଜୁଲାଇ ୩୧ ପର୍ଯ୍ୟନ୍ତ ଏ ନେଇ କୌଣସି ପଦକ୍ଷେପ ନ ନିଆଯିବାରୁ ପାଢ଼ୀଙ୍କ ବିରୋଧରେ ସାନି ବିଏଡବ୍ଲ୍ୟୁ ଜାରି କରାଯାଇଥିବା ଜଣାପଡ଼ିଛି। ଏ ନେଇ ପାଢ଼ୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସୌନ୍ଦର୍ଯ୍ୟ ହରାଇଲାଣି ଚିଲଡ୍ରେନ ପାର୍କ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ପଦ୍ମପୁର,୪ା୪(ପ୍ରଦୀପ୍ତ ଦାଶ ):ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ନୌସେନାରେ ସାମିଲ ହେଲା ‘ଅରିଦମନ’

ନୂଆଦିଲ୍ଲୀ,୪ା୪: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ ମିଶାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri