Categories: ଜାତୀୟ

ଗିରଫ ନା ପୋଲିସ ହେପାଜତ: ଏଏପି-ଦିଲ୍ଲୀ ପୋଲିସ ମୁହାଁମୁହିଁ

ନୂଆଦିଲ୍ଲୀ,୧୩।୧୨: ଦିଲ୍ଲୀ ପୋଲିସ ଏବଂ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ମଧ୍ୟରେ ପୁଣି ମୁହାଁମୁହିଁ ସ୍ଥିତି ଦେଖାଦେଇଛି। ଦିଲ୍ଲୀ ନଗର ନିଗମରେ ହୋଇଥିବା ୨୪୫୭ କୋଟି ଟଙ୍କା ହେରଫେର୍‌କୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଘର ସମ୍ମୁଖରେ ଧାରଣା ଦେବାକୁ ଯାଉଥିବା କିଛି ଏଏପି ବିଧାୟକଙ୍କୁ ପୋଲିସ ଅଟକ ରଖିଛି। ଅଟକ ରହିଥିବା ଏଏପିର ବିଧାୟକଙ୍କ ମଧ୍ୟରେ ଋତୁରାଜ ଗୋବିନ୍ଦ ଝା, ରାଘବ ଚଢ଼ା, କୁଳଦୀପ୍‌ କୁମାର, ସଞ୍ଜିବ ଝା ପ୍ରମୁଖ ରହିଛନ୍ତି। ଏଏପି ବିଧାୟକ ସୌରଭ ଭରଦ୍ୱାଜ ରବିବାର ଟୁଇଟ୍‌ କରି ଅଭିଯୋଗ କରିଛନ୍ତି ଯେ, ପୋଲିସ ବିଧାୟକମାନଙ୍କୁ ଗିରଫ କରିଛି। ତେବେ ଏସମ୍ପର୍କରେ ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି ଯେ, ସମ୍ପୃକ୍ତ ବିଧାୟକମାନେ ପୋଲିସ ହେପାଜତରେ ରହିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଘର ସମ୍ମୁଖରେ ପ୍ରଦର୍ଶନ ପାଇଁ ବିଧାୟକମାନଙ୍କୁ କୌଣସି ଅନୁମତି ଦିଆଯାଇ ନ ଥିଲା। ତେଣୁ ଏଭଳି କରାଯାଇଥିବା ଦିଲ୍ଲୀ ପୋଲିସ କହିଛି।

Share