Posted inଜାତୀୟ

ବ୍ରିଜ୍‌ଭୂଷଣଙ୍କୁ ୫ ଦିନରେ ଗିରଫ କର

ନୂଆଦିଲ୍ଲୀ/ହରିଦ୍ୱାର,୩୧ା୫: ଦେଶରେ ଆମ ପାଇଁ ଆଉ କିଛି ବାକି ରହିନି। ଆମେ ବହୁ ଅଧ୍ୟବସାୟ କରି ଝାଳ ଓ ରକ୍ତ ବୁହାଇ ଦେଶ ପାଇଁ ଆଣିଥିବା ମଡେଲଗୁଡ଼ିକ ଏବେ ମୂଲ୍ୟହୀନ ହୋଇଯାଇଛି। ଦେଶର ବ୍ୟବସ୍ଥା ଆମ ପଦକଗୁଡ଼ିକୁ କେବଳ ପ୍ରୋପାଗଣ୍ଡା ପାଇଁ ଏକ ମାସ୍କ ଭାବେ ବ୍ୟବହାର କରୁଛି। ଆମତ୍ସମ୍ମାନ ପାଇଁ ଆମେ ଆଉ ସାଲିସ କରିପାରିବୁ ନାହିଁ। ତେଣୁ ଏହାକୁ ଗଙ୍ଗାନଦୀରେ ବିସର୍ଜନ କରିବାକୁ ଯାଉଛୁ। ଯନ୍ତରମନ୍ତରରୁ ପାର୍ଲାମେଣ୍ଟ ଅଭିମୁଖେ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ଦିଲ୍ଲୀ ପୋଲିସଠାରୁ ଗୋଇଠା ଓ ଲାଠିମାଡ଼ ଖାଇବାର ଦୁଇଦିନ ପରେ କୁସ୍ତିଯୋଦ୍ଧାମାନେ ମଙ୍ଗଳବାର କେନ୍ଦ୍ର ସରକାର ବିରୋଧରେ ଏଭଳି ଭାବେ ସ୍ବର ଉତ୍ତୋଳନ କରିଥିଲେ। ସେମାନେ ଦିଲ୍ଲୀରୁ ହରିଦ୍ୱାର ଯାଇ ହର୍‌ କୀ ପୌରି ଘାଟରେ ନିଜ ନିଜ ମେଡାଲ ଭସାଇବାକୁ ବାହାରିଥିଲେ। କିନ୍ତୁ କୃଷକ ନେତା ନରେଶ ଟିକାଏତ୍‌ ସେଠାରେ ପହଞ୍ଚତ୍ ବୁଝାଶୁଝା କରିବା ପରେ କୁସ୍ତିଯୋଦ୍ଧାମାନେ ଫେରିଯାଇଛନ୍ତି। ଏଥିସହ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ଅଧ୍ୟକ୍ଷ ତଥା ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କୁ ଗିରଫ କରିବା ପାଇଁ ୫ ଦିନିଆ ମହଲତ ଦେଇଛନ୍ତି। ୫ ଦିନ ମଧ୍ୟରେ ତାଙ୍କୁ ଗିରଫ କରା ନ ଗଲେ ସେମାନେ ପୁଣି ହରିଦ୍ୱାର ଯାଇ ମେଡାଲ ବିସର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ମଙ୍ଗଳବାର ସନ୍ଧ୍ୟା ୬ଟାରେ ଭାରତୀୟ କ୍ରୀଡ଼ା ଇତିହାସରେ ଏକ ଅପ୍ରତ୍ୟାଶିତ ଚିତ୍ର ଦେଖିବାକୁ ମିଳଥିଲା। ଡବ୍ଲ୍ୟୁଏଫ୍‌ଆଇ ମୁଖ୍ୟ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଆଣି ତାଙ୍କ ଗିରଫଦାରି ଦାବି କରୁଥିବା ଅଲିମ୍ପିକ୍‌ ପଦକଧାରୀ କୁସ୍ତିଯୋଦ୍ଧାମାନେ ଅନ୍ୟ ଉପାୟ ନ ପାଇ ଶେଷରେ ଉତ୍ତରାଖଣ୍ଡ ଯାଇଥିଲେ। ସେମାନେ ନିଜ ନିଜ ମେଡାଲକୁ ବିଦାୟ ଜଣାଇ ହରିଦ୍ୱାର ଗଙ୍ଗାନଦୀରେ ବିସର୍ଜନ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ଭାରତୀୟ କିଷାନ ୟୁନିୟନ୍‌ (ବିକେୟୁ) ଅଧ୍ୟକ୍ଷ ନରେଶ ଟିକାଏତ୍‌ ସେଠାରେ ପହଞ୍ଚତ୍ କୁସ୍ତିଯୋଦ୍ଧାମାନଙ୍କୁ ଅଟକାଇଥିଲେ। ସେମାନଙ୍କଠାରୁ ମେଡାଲ ନେଇ ସମସ୍ୟାର ସମାଧାନ ପାଇଁ ୫ ଦିନ ମାଗିଥିଲେ। ଟିକାଏତ୍‌ କହିଥିଲେ, କେନ୍ଦ୍ର ସରକାର କୁସ୍ତିଯୋଦ୍ଧାମାନଙ୍କ କଥା ଶୁଣିବା ପରିବର୍ତ୍ତେ ଡବ୍ଲ୍ୟୁଏଫ୍‌ଆଇ ମୁଖ୍ୟ ବ୍ରିଜ୍‌ଭୂଷଣଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଛନ୍ତି। ବୁଧବାର ଖାପ୍‌ ବୈଠକ ହେବ।
ପ୍ରକାଶ ଯେ, ଗତ ଜାନୁୟାରୀରେ ୭ ଜଣ ଅନ୍ତର୍ଜାତୀୟ ମହିଳା କୁସ୍ତିଯୋଦ୍ଧା ଓ ଅଲିମ୍ପିଆନ୍‌ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ମାନସିକ ନିର୍ଯାତନା ଏବଂ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ତାଙ୍କୁ ଡବ୍ଲ୍ୟୁଏଫ୍‌ଆଇ ଅଧ୍ୟକ୍ଷ ପଦରୁ ହଟାଇବା ଓ ଗିରଫ କରିବା ଦାବିରେ ସେମାନେ ଦିଲ୍ଲୀର ଯନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କ୍ରୀଡ଼ା ମନ୍ତ୍ରଣାଳୟର ହସ୍ତକ୍ଷେପ ପରେ ମଧ୍ୟ ସୁଫଳ ନ ମିଳିବାରୁ କୁସ୍ତିଯୋଦ୍ଧାମାନେ ଯନ୍ତରମନ୍ତରରେ ଗତ ଏପ୍ରିଲ ୨୩ରୁ ପୁଣି ଧାରଣା ଦେଇଥିଲେ। ଏତଲା ସତ୍ତ୍ୱେ ଦିଲ୍ଲୀ ପୋଲିସ ଏଫ୍‌ଆଇଆର୍‌ ନ କରିବାରୁ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ପରେ ଦିଲ୍ଲୀ ପୋଲିସ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ୨ଟି ଏଫ୍‌ଆଇଆର୍‌ ରୁଜୁ କରିଥିଲା। ଜଣେ ନାବାଳିକା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଆଧାରରେ ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ (ପୋକ୍ସୋ) ଆଇନ ବଳରେ ପ୍ରଥମ ମାମଲା ରୁଜୁ ହୋଇଥିବାବେଳେ ଶାଳୀନତା ଭଙ୍ଗ ଅଭିଯୋଗରେ ଦ୍ୱିତୀୟ ଏଫ୍‌ଆଇଆର୍‌ ହୋଇଛି। କିନ୍ତୁ ବାହୁବଳି ତଥା ପ୍ରଭାବଶାଳୀ ଭାଜପା ନେତା ବ୍ରିଜ୍‌ଭୂଷଣଙ୍କୁ ଅଦ୍ୟାବଧି ଗିରଫ କରାଯାଇ ନାହିଁ। ଏହାର ପ୍ରତିବାଦରେ ରବିବାର ସକାଳେ କୁସ୍ତିଯୋଦ୍ଧାମାନେ ମହିଳା ମହାପଞ୍ଚାୟତ ଆୟୋଜନ ପାଇଁ ଯନ୍ତରମନ୍ତର ଧାରଣାସ୍ଥଳରୁ ନୂଆ ସଂସଦ ଭବନ ଅଭିମୁଖେ ବାହାରିଥିଲେ। କିନ୍ତୁ ଦିଲ୍ଲୀ ପୋଲିସ ସେମାନଙ୍କୁ ମାଡ଼ ମାରି ବସ୍‌ରେ ବିଭିନ୍ନ ସ୍ଥାନକୁ ନେଇଯାଇଥିଲା। ଆଇନ ଉଲ୍ଲଂଘନ ଓ ଶାନ୍ତିଶୃଙ୍ଖଳା ଭଙ୍ଗ ଅଭିଯୋଗରେ କୁସ୍ତିଯୋଦ୍ଧାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି। ଯନ୍ତରମନ୍ତରରେ ମାସାଧିକ କାଳ ଧାରଣା ଦେବା ପରେ ମଧ୍ୟ କିଛି ସୁଫଳ ନ ମିଳିବାରୁ କୁସ୍ତିଯୋଦ୍ଧାମାନେ ପ୍ରଥମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଦକ ଫେରାଇବା ପାଇଁ ମନସ୍ଥ କରିଥିଲେ। କିନ୍ତୁ ଧାରଣାସ୍ଥଳରୁ ମାତ୍ର ୨ କି.ମି. ଦୂରରେ ଥାଇ ସୁଦ୍ଧା ମହିଳା ରାଷ୍ଟ୍ରପତି ସବୁକିଛି ଦେଖୁଥିଲେ। କିନ୍ତୁ ସେ କିଛି କହିଲେ ନାହିଁ। ତେଣୁ ତାଙ୍କୁ ମେଡାଲ ଫେରାଇବାର କୌଣସି ଯଥାର୍ଥତା ନାହିଁ ବୋଲି କୁସ୍ତିଯୋଦ୍ଧାମାନେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମକୁ ଦେଶର ଝିଅ ବୋଲି ସମ୍ବୋଧନ କରୁଥିଲେ। ସେ ବି ଥରୁଟିଏ ଆମ କଥା ଶୁଣିବାକୁ ଚାହିଁଲେନି। ଓଲଟା ଅଭିଯୁକ୍ତ ବ୍ରିଜ୍‌ଭୂଷଣଙ୍କୁ ନୂଆ ସଂସଦ ଭବନ ଉଦ୍‌ଘାଟନକୁ ନିମନ୍ତ୍ରଣ କଲେ। ବ୍ରିଜ୍‌ଭୂଷଣ ସେଠାରେ ଚକଚକିଆ ପୋଷାକ ପିନ୍ଧି ନିଜ ଫଟୋ ଉଠାଉଥିଲେ। ଏହି ଦୃଶ୍ୟ ଆମକୁ ଯନ୍ତ୍ରଣା ଦେଇ କହୁଥିଲା, ମୁଁ ହେଉଛି ସିଷ୍ଟମ୍‌। ରେସଲର୍‌ ସାକ୍ଷୀ ମଲିକ, ଭିନେଶ ଫୋଗତ ଓ ବଜରଙ୍ଗ ପୁନିଆ ଏକ ପତ୍ରରେ ଏପରି ଉଲ୍ଲେଖ କରି ତାକୁ ଟୁଇଟ୍‌ କରିଛନ୍ତି। ଅନ୍ୟପକ୍ଷେ ଦିଲ୍ଲୀ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri