Posted inଜାତୀୟ

ବ୍ରିଜ୍‌ଭୂଷଣଙ୍କୁ ୫ ଦିନରେ ଗିରଫ କର

ନୂଆଦିଲ୍ଲୀ/ହରିଦ୍ୱାର,୩୧ା୫: ଦେଶରେ ଆମ ପାଇଁ ଆଉ କିଛି ବାକି ରହିନି। ଆମେ ବହୁ ଅଧ୍ୟବସାୟ କରି ଝାଳ ଓ ରକ୍ତ ବୁହାଇ ଦେଶ ପାଇଁ ଆଣିଥିବା ମଡେଲଗୁଡ଼ିକ ଏବେ ମୂଲ୍ୟହୀନ ହୋଇଯାଇଛି। ଦେଶର ବ୍ୟବସ୍ଥା ଆମ ପଦକଗୁଡ଼ିକୁ କେବଳ ପ୍ରୋପାଗଣ୍ଡା ପାଇଁ ଏକ ମାସ୍କ ଭାବେ ବ୍ୟବହାର କରୁଛି। ଆମତ୍ସମ୍ମାନ ପାଇଁ ଆମେ ଆଉ ସାଲିସ କରିପାରିବୁ ନାହିଁ। ତେଣୁ ଏହାକୁ ଗଙ୍ଗାନଦୀରେ ବିସର୍ଜନ କରିବାକୁ ଯାଉଛୁ। ଯନ୍ତରମନ୍ତରରୁ ପାର୍ଲାମେଣ୍ଟ ଅଭିମୁଖେ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ଦିଲ୍ଲୀ ପୋଲିସଠାରୁ ଗୋଇଠା ଓ ଲାଠିମାଡ଼ ଖାଇବାର ଦୁଇଦିନ ପରେ କୁସ୍ତିଯୋଦ୍ଧାମାନେ ମଙ୍ଗଳବାର କେନ୍ଦ୍ର ସରକାର ବିରୋଧରେ ଏଭଳି ଭାବେ ସ୍ବର ଉତ୍ତୋଳନ କରିଥିଲେ। ସେମାନେ ଦିଲ୍ଲୀରୁ ହରିଦ୍ୱାର ଯାଇ ହର୍‌ କୀ ପୌରି ଘାଟରେ ନିଜ ନିଜ ମେଡାଲ ଭସାଇବାକୁ ବାହାରିଥିଲେ। କିନ୍ତୁ କୃଷକ ନେତା ନରେଶ ଟିକାଏତ୍‌ ସେଠାରେ ପହଞ୍ଚତ୍ ବୁଝାଶୁଝା କରିବା ପରେ କୁସ୍ତିଯୋଦ୍ଧାମାନେ ଫେରିଯାଇଛନ୍ତି। ଏଥିସହ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ଅଧ୍ୟକ୍ଷ ତଥା ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କୁ ଗିରଫ କରିବା ପାଇଁ ୫ ଦିନିଆ ମହଲତ ଦେଇଛନ୍ତି। ୫ ଦିନ ମଧ୍ୟରେ ତାଙ୍କୁ ଗିରଫ କରା ନ ଗଲେ ସେମାନେ ପୁଣି ହରିଦ୍ୱାର ଯାଇ ମେଡାଲ ବିସର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ମଙ୍ଗଳବାର ସନ୍ଧ୍ୟା ୬ଟାରେ ଭାରତୀୟ କ୍ରୀଡ଼ା ଇତିହାସରେ ଏକ ଅପ୍ରତ୍ୟାଶିତ ଚିତ୍ର ଦେଖିବାକୁ ମିଳଥିଲା। ଡବ୍ଲ୍ୟୁଏଫ୍‌ଆଇ ମୁଖ୍ୟ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଆଣି ତାଙ୍କ ଗିରଫଦାରି ଦାବି କରୁଥିବା ଅଲିମ୍ପିକ୍‌ ପଦକଧାରୀ କୁସ୍ତିଯୋଦ୍ଧାମାନେ ଅନ୍ୟ ଉପାୟ ନ ପାଇ ଶେଷରେ ଉତ୍ତରାଖଣ୍ଡ ଯାଇଥିଲେ। ସେମାନେ ନିଜ ନିଜ ମେଡାଲକୁ ବିଦାୟ ଜଣାଇ ହରିଦ୍ୱାର ଗଙ୍ଗାନଦୀରେ ବିସର୍ଜନ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ଭାରତୀୟ କିଷାନ ୟୁନିୟନ୍‌ (ବିକେୟୁ) ଅଧ୍ୟକ୍ଷ ନରେଶ ଟିକାଏତ୍‌ ସେଠାରେ ପହଞ୍ଚତ୍ କୁସ୍ତିଯୋଦ୍ଧାମାନଙ୍କୁ ଅଟକାଇଥିଲେ। ସେମାନଙ୍କଠାରୁ ମେଡାଲ ନେଇ ସମସ୍ୟାର ସମାଧାନ ପାଇଁ ୫ ଦିନ ମାଗିଥିଲେ। ଟିକାଏତ୍‌ କହିଥିଲେ, କେନ୍ଦ୍ର ସରକାର କୁସ୍ତିଯୋଦ୍ଧାମାନଙ୍କ କଥା ଶୁଣିବା ପରିବର୍ତ୍ତେ ଡବ୍ଲ୍ୟୁଏଫ୍‌ଆଇ ମୁଖ୍ୟ ବ୍ରିଜ୍‌ଭୂଷଣଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଛନ୍ତି। ବୁଧବାର ଖାପ୍‌ ବୈଠକ ହେବ।
ପ୍ରକାଶ ଯେ, ଗତ ଜାନୁୟାରୀରେ ୭ ଜଣ ଅନ୍ତର୍ଜାତୀୟ ମହିଳା କୁସ୍ତିଯୋଦ୍ଧା ଓ ଅଲିମ୍ପିଆନ୍‌ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ମାନସିକ ନିର୍ଯାତନା ଏବଂ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ତାଙ୍କୁ ଡବ୍ଲ୍ୟୁଏଫ୍‌ଆଇ ଅଧ୍ୟକ୍ଷ ପଦରୁ ହଟାଇବା ଓ ଗିରଫ କରିବା ଦାବିରେ ସେମାନେ ଦିଲ୍ଲୀର ଯନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କ୍ରୀଡ଼ା ମନ୍ତ୍ରଣାଳୟର ହସ୍ତକ୍ଷେପ ପରେ ମଧ୍ୟ ସୁଫଳ ନ ମିଳିବାରୁ କୁସ୍ତିଯୋଦ୍ଧାମାନେ ଯନ୍ତରମନ୍ତରରେ ଗତ ଏପ୍ରିଲ ୨୩ରୁ ପୁଣି ଧାରଣା ଦେଇଥିଲେ। ଏତଲା ସତ୍ତ୍ୱେ ଦିଲ୍ଲୀ ପୋଲିସ ଏଫ୍‌ଆଇଆର୍‌ ନ କରିବାରୁ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ପରେ ଦିଲ୍ଲୀ ପୋଲିସ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ୨ଟି ଏଫ୍‌ଆଇଆର୍‌ ରୁଜୁ କରିଥିଲା। ଜଣେ ନାବାଳିକା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଆଧାରରେ ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ (ପୋକ୍ସୋ) ଆଇନ ବଳରେ ପ୍ରଥମ ମାମଲା ରୁଜୁ ହୋଇଥିବାବେଳେ ଶାଳୀନତା ଭଙ୍ଗ ଅଭିଯୋଗରେ ଦ୍ୱିତୀୟ ଏଫ୍‌ଆଇଆର୍‌ ହୋଇଛି। କିନ୍ତୁ ବାହୁବଳି ତଥା ପ୍ରଭାବଶାଳୀ ଭାଜପା ନେତା ବ୍ରିଜ୍‌ଭୂଷଣଙ୍କୁ ଅଦ୍ୟାବଧି ଗିରଫ କରାଯାଇ ନାହିଁ। ଏହାର ପ୍ରତିବାଦରେ ରବିବାର ସକାଳେ କୁସ୍ତିଯୋଦ୍ଧାମାନେ ମହିଳା ମହାପଞ୍ଚାୟତ ଆୟୋଜନ ପାଇଁ ଯନ୍ତରମନ୍ତର ଧାରଣାସ୍ଥଳରୁ ନୂଆ ସଂସଦ ଭବନ ଅଭିମୁଖେ ବାହାରିଥିଲେ। କିନ୍ତୁ ଦିଲ୍ଲୀ ପୋଲିସ ସେମାନଙ୍କୁ ମାଡ଼ ମାରି ବସ୍‌ରେ ବିଭିନ୍ନ ସ୍ଥାନକୁ ନେଇଯାଇଥିଲା। ଆଇନ ଉଲ୍ଲଂଘନ ଓ ଶାନ୍ତିଶୃଙ୍ଖଳା ଭଙ୍ଗ ଅଭିଯୋଗରେ କୁସ୍ତିଯୋଦ୍ଧାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି। ଯନ୍ତରମନ୍ତରରେ ମାସାଧିକ କାଳ ଧାରଣା ଦେବା ପରେ ମଧ୍ୟ କିଛି ସୁଫଳ ନ ମିଳିବାରୁ କୁସ୍ତିଯୋଦ୍ଧାମାନେ ପ୍ରଥମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଦକ ଫେରାଇବା ପାଇଁ ମନସ୍ଥ କରିଥିଲେ। କିନ୍ତୁ ଧାରଣାସ୍ଥଳରୁ ମାତ୍ର ୨ କି.ମି. ଦୂରରେ ଥାଇ ସୁଦ୍ଧା ମହିଳା ରାଷ୍ଟ୍ରପତି ସବୁକିଛି ଦେଖୁଥିଲେ। କିନ୍ତୁ ସେ କିଛି କହିଲେ ନାହିଁ। ତେଣୁ ତାଙ୍କୁ ମେଡାଲ ଫେରାଇବାର କୌଣସି ଯଥାର୍ଥତା ନାହିଁ ବୋଲି କୁସ୍ତିଯୋଦ୍ଧାମାନେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମକୁ ଦେଶର ଝିଅ ବୋଲି ସମ୍ବୋଧନ କରୁଥିଲେ। ସେ ବି ଥରୁଟିଏ ଆମ କଥା ଶୁଣିବାକୁ ଚାହିଁଲେନି। ଓଲଟା ଅଭିଯୁକ୍ତ ବ୍ରିଜ୍‌ଭୂଷଣଙ୍କୁ ନୂଆ ସଂସଦ ଭବନ ଉଦ୍‌ଘାଟନକୁ ନିମନ୍ତ୍ରଣ କଲେ। ବ୍ରିଜ୍‌ଭୂଷଣ ସେଠାରେ ଚକଚକିଆ ପୋଷାକ ପିନ୍ଧି ନିଜ ଫଟୋ ଉଠାଉଥିଲେ। ଏହି ଦୃଶ୍ୟ ଆମକୁ ଯନ୍ତ୍ରଣା ଦେଇ କହୁଥିଲା, ମୁଁ ହେଉଛି ସିଷ୍ଟମ୍‌। ରେସଲର୍‌ ସାକ୍ଷୀ ମଲିକ, ଭିନେଶ ଫୋଗତ ଓ ବଜରଙ୍ଗ ପୁନିଆ ଏକ ପତ୍ରରେ ଏପରି ଉଲ୍ଲେଖ କରି ତାକୁ ଟୁଇଟ୍‌ କରିଛନ୍ତି। ଅନ୍ୟପକ୍ଷେ ଦିଲ୍ଲୀ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri