Posted inଜାତୀୟ

ବ୍ରିଜ୍‌ଭୂଷଣଙ୍କୁ ଗିରଫ କର: କେନ୍ଦ୍ରକୁ ୧୦ ଦିନିଆ ମହଲତ

ନୂଆଦିଲ୍ଲୀ,୮ା୫: ଯୌନ ନିର୍ଯାତନା ମାମଲାରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ମୁଖ୍ୟ ତଥା ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କୁ ୧୦ ଦିନ ମଧ୍ୟରେ ଗିରଫ କର। ନଚେତ୍‌ ଦେଶବ୍ୟାପୀ ଆନ୍ଦୋଳନ କରାଯିବ। ନୂଆଦିଲ୍ଲୀର ଯନ୍ତରମନ୍ତରରେ ଧାରଣାରତ କୁସ୍ତିଯୋଦ୍ଧା ଓ ସେମାନଙ୍କ ସମର୍ଥନରେ ଆଗେଇ ଆସିଥିବା ଖାପ୍‌ ପଞ୍ଚାୟତ ସଦସ୍ୟମାନେ ରବିବାର କେନ୍ଦ୍ର ସରକାରଙ୍କୁ ଏପରି ଚେତାବନୀ ଦେଇଛନ୍ତି।
ହରିୟାଣା, ରାଜସ୍ଥାନ ଓ ପଶ୍ଚିମ ଉତ୍ତରପ୍ରଦେଶର ପ୍ରାୟ ୨୫୦ ଖାପ୍‌ ପଞ୍ଚାୟତ ଏବଂ କୃଷକ ସଙ୍ଗଠନ ପ୍ରତିନିଧି ବିକ୍ଷୋଭରତ କୁସ୍ତିଯୋଦ୍ଧାଙ୍କ ସହ ରବିବାର ସାମିଲ ହୋଇଥିଲେ। ସେମାନେ ବ୍ରିଜ୍‌ଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କେନ୍ଦ୍ରକୁ ୧୦ ଦିନ ମହଲତ ଦେଇଛନ୍ତି। ୧୦ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ସେମାନେ ପୁଣି ଏକାଠି ହୋଇ ବୈଠକ କରିବେ। ଆନ୍ଦୋଳନକୁ ଆହୁରି ଜୋର୍‌ଦାର କରାଯିବ ବୋଲି ଦିଲ୍ଲୀର ପାଲମ୍‌ ଖାପ୍‌ ପଞ୍ଚାୟତ ଅଧ୍ୟକ୍ଷ ସୁରେନ୍ଦ୍ର ସୋଲାଙ୍କି କହିଛନ୍ତି। ପ୍ରତିଦିନ ଗୋଟିଏ ଲେଖାଏ ଖାପ୍‌ ପଞ୍ଚାୟତ ଓ ଏହାର ସଦସ୍ୟ ଯନ୍ତରମନ୍ତର ଧାରଣାରେ ସାମିଲ ହେବେ। କୁସ୍ତିଯୋଦ୍ଧାମାନେ ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ ଭବିଷ୍ୟତ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସେହିପରି ମହିଳା କୁସ୍ତିଯୋଦ୍ଧାମାନଙ୍କ ସମର୍ଥନରେ ଦେଶର ୪ଟି ମହିଳା ସଂଗଠନ ଆଗେଇ ଆସିଛି। ଯୌନ ନିର୍ଯାତନାରେ ସମ୍ପୃକ୍ତ ଭାଜପା ଏମ୍‌ପି ବ୍ରିଜ୍‌ ଭୂଷଣଙ୍କ ସମେତ ହରିୟାଣା ମନ୍ତ୍ରୀ ସନ୍ଦୀପ ସିଂଙ୍କୁ ତୁରନ୍ତ ଗିରଫ ଦାବିରେ ଦେଶବ୍ୟାପୀ ଆନ୍ଦୋଳନ ଚଳାଇବାକୁ ସେମାନେ ମିଳିତ ଆହ୍ବାନ ଦେଇଛନ୍ତି। ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସଂଘ, ଭାରତୀୟ ମହିଳା ଜାତୀୟ ମହାସଂଘ, କୋଅପରେଶନ ପିଓଡବ୍ଲ୍ୟୁ-ପିଏମ୍‌ଏସ୍‌-ଆଇଜେଏମ୍‌ ଅଲ୍‌ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ଏବଂ ଅଲ୍‌ ଇଣ୍ଡିଆ ଅଗ୍ରଗାମୀ ମହିଳା ସଂଗଠନ ପକ୍ଷରୁ ବିକ୍ଷୋଭକାରୀ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଜ୍ଞାପନ କରାଯାଇଛି। ଇତିମଧ୍ୟରେ ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଓ ଭିନେଶ ଫୋଗଟଙ୍କ ଭଳି ରେସ୍‌ଲରମାନେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରିଛନ୍ତି।
ପ୍ରକାଶ ଯେ, ଗତ ଜାନୁୟାରୀରେ ୬୬ ବର୍ଷୀୟ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଅନ୍ତର୍ଜାତୀୟ ମହିଳା କୁସ୍ତିଯୋଦ୍ଧା ଓ ଅଲିମ୍ପିଆଡ୍‌ମାନେ ମାନସିକ ନିର୍ଯାତନା ଏବଂ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ତାଙ୍କୁ ଗିରଫ କରି ଡବ୍ଲ୍ୟୁଏଫ୍‌ଆଇ ଅଧ୍ୟକ୍ଷ ପଦରୁ ହଟାଇବା ଦାବିରେ ସେମାନେ ଯନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର କୁସ୍ତିଯୋଦ୍ଧାମାନଙ୍କ ସହ ଆଲୋଚନା କରି ତଦନ୍ତ କମିଟି ଗଠନ କରିଥିଲେ। କିନ୍ତୁ ସେଥିରୁ କିଛି ସୁଫଳ ନ ମିଳିବାରୁ କୁସ୍ତିଯୋଦ୍ଧାମାନେ ଯନ୍ତରମନ୍ତରରେ ପୁଣି ଧାରଣା ଦେଇଛନ୍ତି। ଏତଲା ସତ୍ତ୍ୱେ ଦିଲ୍ଲୀ ପୋଲିସ ଏଫ୍‌ଆଇଆର୍‌ ନ କରିବାରୁ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପରେ ଦିଲ୍ଲୀ ପୋଲିସ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ୨ଟି ଏଫ୍‌ଆଇଆର୍‌ ରୁଜୁ କରିଛି। ନାବାଳିକା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଆଧାରରେ ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ (ପୋକ୍ସୋ) ଆଇନ ବଳରେ ପ୍ରଥମ ମାମଲା ରୁଜୁ ହୋଇଥିବାବେଳେ ଶାଳୀନତା ଭଙ୍ଗ ଅଭିଯୋଗରେ ଦ୍ୱିତୀୟ ଏଫ୍‌ଆଇଆର୍‌ ହୋଇଛି। ପୋକ୍ସୋ ଆଇନରେ ମାମଲା ରୁଜୁ ହୋଇଥିବାରୁ ବ୍ରିଜ୍‌ଭୂଷଣ ଗିରଫ ହେଲେ ଜାମିନ ପାଇବେ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ

ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri