ଦାରିଙ୍ଗବାଡ଼ି-ବେଲଘରରେ ହେବ ପର୍ଯ୍ୟଟକଙ୍କ ପାଇଁ ବ୍ୟବସ୍ଥା: ଗାଁ ଭିତରେ ହେବ ହୋମ୍‌ ଷ୍ଟେ

ଦାରିଙ୍ଗବାଡ଼ି,୨୦ା୭(ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଆଉ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି। ଏଥିପାଇଁ ନୂତନ ଯୋଜନାକୁ ସଫଳ କରିବା ପାଇଁ ସର୍ଭେ କାର୍ଯ୍ୟ କରାଉଛନ୍ତି। ବିଶେଷକରି କନ୍ଧମାଳ ଜିଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରହିଥିବା ବେଳେ ପର୍ଯ୍ୟଟକମାନେ ଆଦିବାସୀଙ୍କ ଚଳଣି ପାରମ୍ପରିକ ଖାଦ୍ୟ, ନାଚ, ବାଦ୍ୟଯନ୍ତ୍ର, ପୂଜା ପାର୍ବଣ, ଧରଣୀ ପେନୁଙ୍କ ପୂଜା ପଦ୍ଧତି, ଅଳଙ୍କାର ଧାରଣ, ପାରମ୍ପରିକ ଚାଷ, ସେମାନଙ୍କ ଅତିତ ବିଷୟରେ ଜାଣିବାକୁ ସମସ୍ତଙ୍କ ଆଗ୍ରହ ରହିଛି ତେଣୁ ଏହି ସବୁ ଜାଣିବା ଓ ଗାଁ ଗାଁରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ରୋଜଗାର ବୃଦ୍ଧି ସହ ସ୍ବାବଲମ୍ବୀ କରାଯିବା ପାଇଁ ସରକାର ଯୋଜନା କରୁଛନ୍ତି। ଏଥିପାଇଁ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜନଜାତିଙ୍କ ବସ୍ତିରେ ଖାଲି ପଡ଼ିଥିବା ଜମିରେ ହୋମ୍‌ ଷ୍ଟେ’ର ବ୍ୟବସ୍ଥା କରିବା ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କନ୍ଧମାଳ ଜିଲାରେ ଜନଜାତି ଉନ୍ନୟନ ସଂସ୍ଥା ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ଏକ୍ସପର୍ଟଙ୍କ ମିଳିତ ସର୍ଭେ କାର୍ଯ୍ୟ କରାଯାଉଛି। ତୁମୁଡିବନ୍ଧ ବ୍ଲକ ବେଲଘର ପର୍ଯ୍ୟଟନକ୍ଷେତ୍ରର ଦେଓଗଡ଼ାଠାରେ ହୋମଷ୍ଟେଏ କରାଯିବାକୁ ଚି଼ହ୍ନଟ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଶନିବାର ସର୍ଭେ ଦଳ ଦାରିଙ୍ଗବାଡ଼ି ବ୍ଲକର ଗ୍ରୀନବାଡ଼ି ପଞ୍ଚାୟତ ସମେତ ସିଆଙ୍ଗବାଲିର କିସୁବାଡ଼ି ଦାସିଙ୍ଗବାଡ଼ି ପଞ୍ଚାୟତର ମିଡିୟୁବାନ୍ଦା ଜଳପ୍ରପାତ, ଦାରିଙ୍ଗବାଡ଼ି ପଞ୍ଚାୟତର ହିଲଭିୟୁ ପାର୍କ ନିକଟ ହାତୀମୁଣ୍ଡା ପଞ୍ଚାୟତ ପୀଡିକାରିପି ଆଦି ଅଞ୍ଚଳରେ ସର୍ଭେ କରାଯାଉଥିବା ଜଣାପଡ଼ିଛି। ଏନେଇ ବାଲିଗୁଡ଼ା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା କହିଛନ୍ତି। ଏହା ସରକାରଙ୍କ ଧରଣୀ ଆବା ଜନଜାତୀୟ ଗ୍ରାମୀଣ ଉତ୍କର୍ଷ ଅଭିଯାନ ତଥା ଭାରତ ଦର୍ଶନ ଚିନ୍ତାକଳ୍ପରେ ପର୍ଯ୍ୟଟନକ୍ଷେତ୍ରର ବିକାଶ ଯୋଜନାରେ ଏହା କରାଯିବ। ଗାଁ ମଝିରେ ହୋମଷ୍ଟେ କରାଗଲେ ଗାଁର ବାସ୍ନାକୁ ପର୍ଯ୍ୟଟକ ଅନୁଭବ କରିବେ। ପର୍ଯ୍ୟଟକମାନେ ଦାରିଙ୍ଗବାଡ଼ି ବୁଲିବାକୁ ଆସି ଦିନରେ ଆସି ଦିନରେ ଫେରିଯାଇଥାନ୍ତି। ଯଦି ସେମାନଙ୍କ ପାଇଁ ଗାଁରେ ହୋମଷ୍ଟେ ବ୍ୟବସ୍ଥା କରାଗଲେ ସେମାନେ ରାତ୍ରିଯାପନ କରିବା ସହ ଗାଁ ବିଷୟରେ ଜାଣିପାରିବେ ଗାଁର ବୃଦ୍ଧ ମାନଙ୍କଠାରୁ ପୁରୁଣା ସ୍ମୃତି କାହାଣୀ ଭଳି ଶୁଣି ଜାଣିପାରିବେ। ସେମାନଙ୍କ ଚଳଣି ସମ୍ପର୍କରେ ଜାଣିବା ସହ ସ୍ଥାନୀୟ ଏସଏଚ୍‌ଜିମାନଙ୍କଠାରୁ ପର୍ଯ୍ୟଟକ ପାରମ୍ପରିକ ଖାଦ୍ୟ ଖାଇବାକୁ ପାଇବେ। ଫଳରେ ଗାଁ ପରିବେଶ ଦେଖିବାକୁ ଜାଣିବାକୁ ଆସୁଥିବା ସହରୀ ପର୍ଯ୍ୟଟକଙ୍କୁ ଏହା ଆକୃଷ୍ଟ କରିପାରିବ ବୋଲି ସେ କହିଛନ୍ତି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ହୋମଷ୍ଟେରେ ମୌଳିକ ସମସ୍ତ ବ୍ୟବସ୍ଥା ରହିବା ସହ ସମ୍ପୂର୍ଣ୍ଣ ଗାଁ ଭଳି ହୋମଷ୍ଟେଟି ପର୍ଯ୍ୟଟକଙ୍କୁ ଅନୁଭୂତି ହୋଇପାରିବ ବୋଲି କୁହାଯାଇଛି। ଏହି ସର୍ଭେ ଦଳରେ ବାଲିଗୁଡ଼ା ଆଇଟିଡିଏର ପ୍ରକଳ୍ପ ପ୍ରଶାସକଙ୍କ ସହ ଭୁବନେଶ୍ୱରର ପର୍ଯ୍ୟଟନ ବିଭାଗର ଏକ୍ସପର୍ଟ ଶ୍ରଦ୍ଧା ହୋତାଙ୍କ ସମେତ ଅନ୍ୟ ପ୍ରତିନିଧିଦଳ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri