Categories: ଖେଳ

କୋହଲି-ଶାସ୍ତ୍ରୀଙ୍କୁ ଦାୟୀ କରିବା ଠିକ୍‌ ନୁହେଁ

ମାଞ୍ଚେଷ୍ଟର,୧୨।୯: ଭାରତର ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଫାରୁକ୍‌ ଇଞ୍ଜିନିୟର ଅଧିନାୟକ ବିରାଟ କୋହଲି ଏବଂ କୋଚ୍‌ ରବି ଶାସ୍ତ୍ରୀଙ୍କ ସପକ୍ଷରେ ବାହାରିଛନ୍ତି। ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗ ଦେବା କାରଣରୁ ଭାରତୀୟ ଦଳରେ କୋଭିଡ ସଂକ୍ରମଣ ମାମଲା ବୃଦ୍ଧି ପାଇଥିବା କୁହାଯାଇଥିଲା। ହେଲେ କୋହଲି-ଶାସ୍ତ୍ରୀ ଦାୟୀ ନୁହନ୍ତି ବୋଲି ଇଞ୍ଜିନିୟର କହିଛନ୍ତି।

ଏକ ସାକ୍ଷାତକାରରେ ସେ କହିଛନ୍ତି, ଲୋକମାନେ କରୋନା ମାମଲା ବୃଦ୍ଧି ପାଇଁ ରବି ଶାସ୍ତ୍ରୀଙ୍କୁ ଦାୟୀ କରୁଛନ୍ତି। ସେ ଭାରତୀୟ କ୍ରିକେଟ ପାଇଁ ଚମତ୍କାର କରିଛନ୍ତି। ଅଧିନାୟକଙ୍କ ସହ ସେ ଜବରଦସ୍ତ କାର୍ଯ୍ୟ କରିଛନ୍ତି। ପୁସ୍ତକ ଉନ୍ମୋଚନରେ ଯୋଗ ଦେବା ପାଇଁ ତାଙ୍କୁ ଦାୟୀ କରିପାରିବେ ନାହିଁ। କାରଣ ସେମାନେ ହୋଟେଲ ବାହାରକୁ ଯାଇ ନ ଥିଲେ। ସେମାନେ ଭିତରେ ଥିଲେ। ଏବେର ସମୟରେ କାହାକୁ ଦୋଷ ଦେବା ସହଜ ବୋଲି ସେ କହିଛନ୍ତି।

ତେବେ ଲୋକମାନେ ସେଲ୍‌ଫି ପାଇଁ ଆମ ପାଖକୁ ଆସିଥାନ୍ତି। ସବୁବେଳେ ସେମାନଙ୍କୁ ନା କହିପାରିବା ନାହିଁ। ଶାସ୍ତ୍ରୀ-କୋହଲି ନିଶ୍ଚିତ ଭାବେ ତାହା କରିଥିବେ ନଚେତ ହାତ ମିଳାଇଥିବେ। ସେମାନେ କିଭଳି ଜାଣିବେ କେହି କୋଭିଡ ପଜିଟିଭ୍‌ ଅଛନ୍ତି। ଏଣୁ ଉଭୟଙ୍କୁ ଦୋଷ ଦେବା ଠିକ୍‌ ନୁହେଁ ବୋଲି ସେ ମଧ୍ୟ କହିଛନ୍ତି।

Share