Categories: ଜାତୀୟ

୨୩ରେ ଅର୍ଣ୍ଣବ ଗୋସ୍ବାମୀଙ୍କ ଆଗୁଆ ଜାମିନ ଶୁଣାଣିି

ମୁମ୍ବାଇ,୧୩।୧୧:‘ମୁମ୍ବାଇର ସେସନ୍ସ କୋର୍ଟ ପକ୍ଷରୁ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ, ତାଙ୍କ ସ୍ତ୍ରୀ ସମ୍ୟାବ୍ରତ ରାୟଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣିକୁ ନଭେମ୍ବର ୨୩ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ନଭେମ୍ବର ୪ରେ ଗିରଫ କରିବାକୁ ଯାଇଥିବା ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସେମାନଙ୍କ ବିରୋଧରେ ମୁମ୍ବାଇ ପୋଲିସ ଏନ୍‌ଏମ୍‌ ଜୋଷୀ ମାର୍ଗ ଥାନାରେ ମାମଲା ରୁଜୁ କରିଥିଲା।
ଏନେଇ ଅର୍ଣ୍ଣବଙ୍କ ଓକିଲ ଶ୍ୟାମ୍‌ କଲ୍ୟାନକର କହିଛନ୍ତି, ଆମେ ଗିରଫ ଲାଗି ଅନ୍ତରୀଣ ସୁରକ୍ଷା ମାଗିନାହୁଁ। ସୁପ୍ରିମକୋର୍ଟରୁ ବୁଧବାର ଅର୍ଣ୍ଣବଙ୍କୁ ଜାମିନ ମିଳିବା ପରେ ସମ୍ପୂର୍ଣ୍ଣ ନିର୍ଦ୍ଦେଶନାମାକୁ ଅପେକ୍ଷା କରାଯାଇଛି। ଅର୍ଣ୍ଣବ ଓ ତାଙ୍କ ସ୍ତ୍ରୀ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲାରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ଆଇପିସିର ୩୫୩, ୫୦୪, ୫୦୬ ଦଫା ସେମାନଙ୍କ ବିରୋଧରେ ଲଗାଯାଇଥିବା ସେ ପ୍ରକାଶ କରିଛନ୍ତି।

Share