ମୋ ବିରୋଧରେ କୋର୍ଟ ଗଲେ, ମୁଁ ସୁପ୍ରିମକୋର୍ଟ ଯାଇ ହାହାକାର କରିବି: ଜାଣନ୍ତୁ ଏପରି କାହିଁକି କହିଲେ ଅର୍ନବ

ବମ୍ବେ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଯାଞ୍ଚ ଦାୟିତ୍ୱ ଏବେ ସିବିଆଇ ହାତରେ। ଦିନକୁ ଦିନ ଘଟଣା ନୂଆ ମୋଡ ନେଉଥିବାରୁ ମିଡିଆଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ଏହାର ଚର୍ଚ୍ଚା ହେଉଛି। ଏପରିସ୍ଥଳେ ରିପବ୍ଲିକ ଭାରତ ଟେଲିଭିଜନ ଚ୍ୟାନେଲ ସବୁଠୁ ଆଗରେ। ଚ୍ୟାନେଲରେ ମାତ୍ରାଧିକ କାର୍ଯ୍ୟକ୍ରମ ଏହି ମାମଲା ଉପରେ ପର୍ଯ୍ୟବେସିତ ରହୁଛି। ବିଶେଷକରି ସମ୍ପାଦକ ଅର୍ନବ ଗୋସ୍ବାମୀ ନିଜର ପ୍ରାଇମ୍‌ ଟାଇମ୍‌ ଡିବେଟ୍‌ରେ ଏହି ପ୍ରସଙ୍ଗକୁ ନେଇ ଆଲୋଚନା କରୁଛନ୍ତି।

ନିକଟରେ ଅଭିନେତା ଶେଖର ସୁମନ ଚ୍ୟାନେଲରେ ଯୋଗ ଦେଇଥିଲେ। ଏଥିରେ ସେ କହିଛନ୍ତି, ମୁଁ ସୁଶାନ୍ତଙ୍କ ମାମଲାରେ ରିପୋଟିଂ କରେ ବୋଲି ଫିଲ୍ମଜଗତ ସହ ଜଡ଼ିତ କିଛି ଲୋକ ଚାହାନ୍ତି ନାହିଁ। କାରଣ ଯେବେଠାରୁ ମାମଲାରେ ଡ୍ରଗ୍ସର ସମ୍ପୃକ୍ତି ଥିବା ଜଣାପଡ଼ିଛି ସେବେଠାରୁ ଲୋକମାନେ ପାଗଳ ହୋଇଯାଇଛନ୍ତି। ଯେପରି ଦୀପ ଲିଭିବା ପୂର୍ବରୁ ଜୋରରେ ଧପ୍‌ଧପ୍‌ ହୋଇଥାଏ, ସେଭଳି ସେମାନେ ମୋ ବିରୋଧରେ ଷଡଯନ୍ତ୍ର କରୁଛନ୍ତି। ବିରୋଧୀମାନେ ମୋ ଚ୍ୟାନେଲ ବାହାରେ ଛିଡ଼ା ହୋଇ ମୋତେ ସତ କହିବାରୁ ରୋକିବାକୁ ଚାହାନ୍ତି। ଏପରିକି କିଛି ଲୋକ କୋର୍ଟ ଯିବାକୁ ଚାହୁଁଛନ୍ତି। ସେଭଳି ଲୋକଙ୍କୁ କହିବାକୁ ଚାହେଁ ଯଦି କିଏ ମୋ ବିରୋଧରେ କୋର୍ଟକୁ ଯାଆନ୍ତି ତେବେ ମୁଁ ନିଜେ ସୁପ୍ରିମକୋର୍ଟ ଯିବି। ସେଠାରେ ମୋ ସାଥୀମାନଙ୍କ ସହ ହାହାକାର କରିବି। ଆମର ସ୍ବତନ୍ତ୍ରତାକୁ ରୋକା ନ ଯାଉ ବୋଲି ସେଠାରେ କହିବି ବୋଲି ସେ କହିଛନ୍ତି।

Share